Asian games 2023: ଏସିଆନ ଗେମ୍ସରେ ଦେଶକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ, ୭ରେ ପହଞ୍ଚିଲା ପଦକ ସଂଖ୍ୟା
Advertisement

Asian games 2023: ଏସିଆନ ଗେମ୍ସରେ ଦେଶକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ, ୭ରେ ପହଞ୍ଚିଲା ପଦକ ସଂଖ୍ୟା

Asian games 2023: ଏସିଆନ ଗେମ୍ସରେ ଡବଲ୍ ରୌପ୍ୟରୁ ଏସିଆନ୍ ଗେମ୍ସରେ ଅଭିଯାନ ଆରମ୍ଭ କରିଥିବା ଭାରତକୁ ଏବେ ମିଳିଛି ପ୍ରଥମ ସ୍ବର୍ଣ୍ଣ । ଏହାକୁ ମଶାଇ ୭ରେ ପହଁଞ୍ଚିଛି ପଦକ ସଂଖ୍ୟା ।

ସୌ(ସୋସିଆଲ ମିଡିଆ)

Asian games 2023: ଏସିଆନ ଗେମ୍ସରେ (Asian games 2023) ଭାରତର ଦମଦାର ପ୍ରଦର୍ଶନ । ଡବଲ୍ ରୌପ୍ୟରୁ ଏସିଆନ୍ ଗେମ୍ସ (Asian Games 2023)ରେ ଅଭିଯାନ ଆରମ୍ଭ କରିଥିବା ଭାରତକୁ ଏବେ ମିଳିଛି ପ୍ରଥମ ସ୍ବର୍ଣ୍ଣ । ଏହାକୁ ମଶାଇ ୭ରେ ପହଁଞ୍ଚିଛି ପଦକ ସଂଖ୍ୟା ।

ସୂଚନା ଅନୁଯାୟୀ, ଏସିଆନ ଗେମ୍ସରେ ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ ପଦକ (Gold medal) । ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ (Rifle team event)  କରି ଇତିହାସ ରଚିଛି ଦେଶ । ରୁଦ୍ରାକ୍ଷ, ଐଶର୍ଯ୍ୟ ଓ ଦିବ୍ୟାଂଶ ମିଳିତ ଭାବେ ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏସିଆନ ଗେମ୍ସରେ (Asian games 2023) ବର୍ତ୍ତମାନ ସୁଦ୍ଧା ଦେଶ ୭ଟି ପଦକ ହାତେଇଛି । ପ୍ରଥମ ଦିନ ୧୦ ମିଟର ଏୟାର ରାଇଫଲ ଇଭେଣ୍ଚଟରେ ଭାରତୀୟ ମହିଳା ଟିମ୍ ରୌପ୍ୟ ପଦକ ହାସଲ କରିଥିବା ବେଳେ ନୌଚାଳନାରେ ପୁରୁଷ ଦଳ ମଧ୍ଯ ରୌପ୍ୟ ପଦକ ହାତେଇଛନ୍ତି । ଆଶି ଚୌକ୍‌ସୀ, ରମିତା, ମେହୁଲି ଘୋଷ ଏହି ୧୦ ମିଟର ଏୟାର ରାଇଫଲ୍‌ରେ (Rifle games) ଦେଶକୁ ପ୍ରଥମ ରୌପ୍ୟ (Silver medal) ଭେଟି ଦେଇଥିଲେ । ସେହିପରି ଅର୍ଜୁନ ଜାଟ ଓ ଅରବିନ୍ଦ ସିଂହ ପୁରୁଷ ଲାଇ‌ଟ୍‌ୱେଟ୍‌ ଡବଲ୍‌ ସ୍କଲ୍ସରେ ରୌପ୍ୟ ସହ ପଦକ ଖାତା ଖୋଲିଥିଲେ। ଏହି ଭାରତୀୟ ଯୋଡ଼ି ୬:୨୮.୧୮ ସେକେଣ୍ଡ ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ଏହାସହ ରୋଇଂରେ (Roi event in asian games 2023) ଅର୍ଜୁନ ଲାଲ ଓ ଅରବିନ୍ଦ ସିଂହ ରୌପ୍ୟ ପଦକ ହାସଲ କରିଥିବା ବେଳେ ମେନ୍ସ ଏଇଟ୍ରେ ମଧ୍ୟ ଦେଶକୁ ମିଳିଛି ରୌପ୍ୟ । ଅନ୍ୟପଟେ, ରୋଇଂରେ ବାବୁ ଲାଲ ଯାଦବ ଓ ଲେଖ ରାମ ବ୍ରୋଞ୍ଜ ପଦକ (Bronze Medal) ହାସଲ କରିଛନ୍ତି ।

ପ୍ରକାଶଥାଉ କି, ଚୀନ ହାଙ୍ଗଝୌ ଅନୁଷ୍ଠିତ ଏହି ଏସିଆନ ଗେମ୍ସ (China Hangzhou Asian games) ଆସନ୍ତା ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏସିଆନ ଗେମ୍ସ । ୧୯ତମ ଏସିଆନ ଗେମ୍ସରେ ୪୮୧ଟି ଗୋଲ୍ଡ ମେଡାଲ ରହିଛି।

Also Read-IND vs AUS 2nd ODI: ସିରିଜ ହାତେଇଲା ଟିମ୍ ଇଣ୍ଡିଆ, ୯୯ ରନ୍ ବ୍ୟବଧାନରେ ଜିତିଲା ଦ୍ୱିତୀୟ ଦିନିକିଆ