IND Vs SL 1st T20: ଟସ ଜିତିଲା ଶ୍ରୀଲଙ୍କା, ବ୍ୟାଟିଂ କରିବ ଭାରତ
Advertisement
Article Detail0/zeeodisha/odisha1513145

IND Vs SL 1st T20: ଟସ ଜିତିଲା ଶ୍ରୀଲଙ୍କା, ବ୍ୟାଟିଂ କରିବ ଭାରତ

ଟିମ୍ ଇଣ୍ଡିଆର କମାଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଥିବାବେଳେ ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ସିରିଜ ପାଇଁ ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।

IND Vs SL 1st T20: ଟସ ଜିତିଲା ଶ୍ରୀଲଙ୍କା, ବ୍ୟାଟିଂ କରିବ ଭାରତ

IND Vs SL 1st T20: ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ ସହିତ ଟିମ୍ ଇଣ୍ଡିଆ ନୂଆ ବର୍ଷ ଆରମ୍ଭ କରିଛି। ଦୁଇ ଦଳ ମଧ୍ୟରେ ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ଓ୍ୱାନଖଡ଼େ ଷ୍ଟାଡିୟମ ମୁମ୍ବାଇରେ ଖେଳାଯାଉଛି। ଏହି ସିରିଜରେ ଟିମ୍ ଇଣ୍ଡିଆର କମାଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଥିବାବେଳେ ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ସିରିଜ ପାଇଁ ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଟି୨୦ ସିରିଜର ପ୍ରଥମ ମ୍ୟାଚରେ ଟସ୍ ଜିତିବା ପରେ ଶ୍ରୀଲଙ୍କା ଦଳର ଅଧିନାୟକ ଦାସୁନ୍ ଶାନାକା ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ।

ଭାରତ ଏବଂ ଶ୍ରୀଲଙ୍କା (IND vs SL) ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୨୬ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଏଥିମଧ୍ୟରୁ ଟିମ୍ ଇଣ୍ଡିଆ ୧୭ଟି ମ୍ୟାଚ୍ ଜିତିଥିବା ବେଳେ ଶ୍ରୀଲଙ୍କା ୮ଟି ମ୍ୟାଚ୍ ଜିତିଛି ଏବଂ ୧ଟି ମ୍ୟାଚ୍ ଫଳାଫଳ ଶୂନ୍ୟ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୯ ଟି-୨୦ ସିରିଜ୍ ଖେଳାଯାଇଛି, ସେଥିମଧ୍ୟରୁ ଟିମ୍ ଇଣ୍ଡିଆ ୭ଥର ଜିତିଛି ଏବଂ ୧ଟି ସିରିଜ୍ ଶ୍ରୀଲଙ୍କା ନାମରେ ନାମିତ ହୋଇଛି। ଏଥି ସହିତ ଏକ ସିରିଜ୍ ଡ୍ର’ରେ ଶେଷ ହୋଇଛି। ଦୁଇ ଦଳ ମଧ୍ୟରେ ଶେଷ ଟି୨୦ ମ୍ୟାଚ୍ ଏସିଆ କପ୍ ୨୦୨୦ ସମୟରେ ଖେଳାଯାଇଥିଲା ଯେଉଁଠାରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ (ଉପ-କ୍ୟାପଟେନ), ଇଶାନ କିଶନ, ରିତୁରାଜ ଗାଏକ୍ୱାଡ଼, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ୱାଶିଂଟନ୍ ସୁନ୍ଦର, ଆକ୍ସର ପଟେଲ, ୟୁଜଭେନ୍ଦ୍ର ଚହଲ, ହର୍ଷଲ ପଟେଲ ଶିବମ୍ ମାଭି।

ଶ୍ରୀଲଙ୍କା ଦଳ: ଦାସୁନ୍ ଶାନାକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା (ଉପ-ଅଧିନାୟକ), ଚାରିଥ ଅସଲଙ୍କା, ଆଶେନ ବାନ୍ଦାରା, ଧନଞ୍ଜୟ ଦେ ସିଲଭା, ଅଭିସ୍କା ଫର୍ନାଣ୍ଡୋ, ଚାମିକା କରୁଣାତ୍ନେ, ଲାହିରୁ କୁମାରା, ଦିଲଶାନ ମଦୁଶଙ୍କା, କୁସାଲ ମେଣ୍ଡିସ୍, ପୃଥମ୍ ନିସଙ୍କା, ପ୍ରମୋଦ ମଦୁସାନ୍, ଭାନୁଜା ରାଜପୁତ , ସାଡେରା ସମରୱିକ୍ରାମା, ମହିଷ ଥିଶାନା, ନୁଭାନ୍ ଥଶାରା ଏବଂ ଡୁନିଥ୍ ଭେଲାଲେଗେ।