Odisha News: ବାତ୍ୟା ପାଇଁ ବୁଧବାର ଏହି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡ଼ି
Advertisement

Odisha News: ବାତ୍ୟା ପାଇଁ ବୁଧବାର ଏହି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡ଼ି

Cyclone Update: ଆଉ କିଛି ଘଣ୍ଟା ମଧ୍ଯରେ ନେଲୋର- ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା । ତେବେ ଭୀଷଣ ବାତ୍ୟା ରୂପରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ, ବାତ୍ୟା ‘ମିଗଜୋମ୍’ ଏବେ ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ସମୁଦ୍ର ଭିତରେ ଗତି କରୁଛି । 

ସୌ(ସୋସିଆଲ ମିଡିଆ)

Cyclone Michaung: ମାଡି଼ ଆସୁଛି ବାତ୍ୟା ‘ମିଗଜୋମ୍’ (Cyclone Michaung) । ଧିରେ ଧିରେ ସ୍ଥଳଭାଗକୁ ମୁହାଁଉଛି ଏହି ସାମୁଦ୍ରକ ଝଡ଼ । ଆଉ କିଛି ଘଣ୍ଟା ମଧ୍ଯରେ ନେଲୋର- ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା । ତେବେ ଭୀଷଣ ବାତ୍ୟା ରୂପରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ, ବାତ୍ୟା ‘ମିଗଜୋମ୍’ ଏବେ ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ସମୁଦ୍ର ଭିତରେ ଗତି କରୁଛି । ବାତ୍ୟା ଲ୍ୟାଣ୍ତଫଲ କରିବା ପରେ ପବନରେ ବେଗ ୯୦ରୁ ୧୦୦ କିଲୋ ରହିପାରେ । ବେଳେବେଳେ ଏହା ବଢି ବେଗ ୧୧୦ କିଲୋମିଟର ପ୍ରତି ଘଣ୍ଟା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବାତ୍ୟା ପ୍ରଭାବରେ ଆନ୍ଧ୍ର ଉପକୂଳର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଏନେଇ ଆନ୍ଧ୍ର ପ୍ରଦେଶରେ ହାଇ ଆଲର୍ଟ ଜାରି କରାଯାଇଛି ।

ସେପଟେ ‘ମିଗଜୋମ୍’ ପ୍ରଭାବରେ ସୋମବାର ରାତିରୁ ଓଡ଼ିଶାର ସୀମାନ୍ତ ଜିଲ୍ଲା ଗୁଡିକରେ ବର୍ଷା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଆସନ୍ତା ୨ ଦିନ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଆଜି ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା (Heavy Rain) ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ବାତ୍ୟା ପ୍ରଭାବରେ ସୋମବାର ରାତିରୁ ଗଜପତି ଜିଲ୍ଲା ମୋହନାରେ ଝିପି ଝିପି ବର୍ଷା ଲାଗି ରହିଛି । ଗତ ରାତିଠାରୁ ବର୍ଷା ଲାଗି ରହିଥିବା ବେଳେ ଜନ ଜୀବନ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ବୁଧବାର ଦିନ ଗଜପତି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ିକୁ ଛୁଟି ଘୋଷଣା କରାଯାଇଛି । ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଏହା ବି ପଢନ୍ତୁ-Mo Bus Express: ଆଜିଠୁ ରାଜ୍ୟରେ ଗଡି଼ବ 'ମୋ ବସ୍ ଏକ୍ସପ୍ରେସ୍' , ଏହି ଦୁଇଟି ରୁଟରେ ମିଳିବ ସେବା

ପ୍ରକାଶ ଥାଉ କି, ବାତ୍ୟା ଯୋଗୁଁ ଓଡିଶା ଉପକୂଳରେ ୫୦ରୁ ୬୦ କି.ମି ବେଗରେ ପବନ ବହିବା ନେଇ ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର କୃଷି ଅଧିକାରୀମାନଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ସମସ୍ତ ଜିଲ୍ଲାପାଳଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।