Mo Bus Express: ଆଜିଠୁ ରାଜ୍ୟରେ ଗଡି଼ବ 'ମୋ ବସ୍ ଏକ୍ସପ୍ରେସ୍' , ଏହି ଦୁଇଟି ରୁଟରେ ମିଳିବ ସେବା
Advertisement
Article Detail0/zeeodisha/odisha1995056

Mo Bus Express: ଆଜିଠୁ ରାଜ୍ୟରେ ଗଡି଼ବ 'ମୋ ବସ୍ ଏକ୍ସପ୍ରେସ୍' , ଏହି ଦୁଇଟି ରୁଟରେ ମିଳିବ ସେବା

Mo Bus Express: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ପ୍ରଥମାଷ୍ଟମୀରେ (Prathamastami),ରାଜ୍ୟବାସୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister of Odisha,Naveen Patnaik)। କାହିଁକିନା, ଆଜିଠୁ ଆଉ ଦୁଇଟି ରୁଟରେ ଗଡି଼ବ ମୋ ବସ୍ ଏକ୍ସପ୍ରେସ୍ (Mo Bus Express) । 

Mo Bus Express: ଆଜିଠୁ ରାଜ୍ୟରେ ଗଡି଼ବ 'ମୋ ବସ୍ ଏକ୍ସପ୍ରେସ୍' , ଏହି ଦୁଇଟି ରୁଟରେ ମିଳିବ ସେବା

Mo Bus Express: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ପ୍ରଥମାଷ୍ଟମୀରେ (Prathamastami),ରାଜ୍ୟବାସୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister of Odisha,Naveen Patnaik)। କାହିଁକିନା, ଆଜିଠୁ ଆଉ ଦୁଇଟି ରୁଟରେ ଗଡି଼ବ ମୋ ବସ୍ ଏକ୍ସପ୍ରେସ୍ (Mo Bus Express) ।  କମ୍ ମୂଲ୍ୟରେ ଉତ୍ତମ ସେବା ପାଇବେ ରାଜ୍ୟବାସୀ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆଜିଠୁ ଆଉ ଦୁଇ ରୁଟ୍ ରେ ମୋ ବସ୍ ଏକ୍ସପ୍ରେସ ସେବା ଆରମ୍ଭ କରିବାକୁ ଯାଉଛନ୍ତି।  ଏଣିତି ରାଜଧାନୀ ଭୁବନେଶ୍ବରରୁ ପୁରୀ ଓ କଟକକୁ ଯାତ୍ରା ହେବା ଆହୁରି ସହଜ। ତେବେ, ଆସନ୍ତୁ ଜାଣିବା ଆଉ ସବୁ କେଉଁ ରୁଟରେ ଗଡିବ ମୋ ବସ୍ ଏକ୍ସପ୍ରେସ୍ (Mo Bus Express)।

Also Read: Prathamastami 2023: ଆଜି ପ୍ରଥମାଷ୍ଟମୀ , ପୋଢୁଆଁ ହେବେ ବଡ଼ଦେଉଳର ବଡ଼ଠାକୁର

 

 

ଏହି ସବୁ ରୁଟରେ ମିଳିବ ସେବା।:

ରାଜଧାନୀ ଭୁବନେଶ୍ବରକୁ ପ୍ରତିଦିନ ହଜାର ହଜାର ଲୋକେ ପୁରୀ ଓ କଟକ ଯିବା ପାଇଁ ଆସନ୍ତି । ଏମାନଙ୍କ ଯାତ୍ରାକୁ ଅଧିକ ସହଜ କରିବା ପାଇଁ ଆଜିଠାରୁ ଭୁବନେଶ୍ୱର ବିମାନବନ୍ଦରରୁ ସିଲଭର ସିଟି କଟକ ଏବଂ ଜଗନ୍ନାଥ ଧାମ ପୁରୀକୁ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହେବାକୁ ଯାଉଛି। ଏନେଇ ଆଜିଠାରୁ ଦୁଇଟି ନୂଆ ରୁଟରେ ଚାଲିବ ମୋ ବସ୍ ଏକ୍ସପ୍ରେସ୍ (Mo Bus Express)। ଏନେଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନସପୋର୍ଟ (Capital Region Urban Transport) ବା କ୍ରୁଟ (CRUT) ତରଫରୁ ସୂଚନା ଦିଆଯାଇଛି। 

ଭୁବନେଶ୍ବର ବିମାନ ବନ୍ଦରରୁ କଟକ ନେତାଜି ବସ୍ ଟର୍ମିନାଲ (Cuttack Netaji Bus Terminal)ଗୁ ଗଡିବ ମୋ ବସ୍ ଏକ୍ସପ୍ରେସ୍ ।  ଏହାଦ୍ବାରା ଯାତ୍ରୀମାନେ ସିଧା ସଳଖ ବିମାନ ବନ୍ଦରରୁ କଟକକୁ ଯାତ୍ରା କରିପାରିବେ । ତାହା ପୁଣି କମ୍ ଖର୍ଚ୍ଚରେ। ସେହିପରି, ଭୁବନେଶ୍ବର ବିମାନ ବନ୍ଦରରୁ ପୁରୀ ବସଷ୍ଟାଣ୍ତ ରୁଟରେ ଚାଲିବ ମୋ ବସ୍ ଏକ୍ସପ୍ରେସ୍ । ଯାହା ଦ୍ବାର ଜଗା ଦର୍ଶନ ପାଇଁ ଆସୁ ଥିବା ତିର୍ଥଯାତ୍ରୀ ବି କମ୍ ମୂଲ୍ୟରେ ଭୁବନେଶ୍ବରରୁ ଶ୍ରୀକ୍ଷେତ୍ରରେ ପହଞ୍ଚି ପାରିବେ। ଏହି ସେବା ଆଜିଠାରୁ ଯାତ୍ରୀଙ୍କୁ ଯୋଗାଇ ଯୋଗାଇ ଦେବ କ୍ରୁଟ (CRUT)