ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ନୀତି ନିର୍ଘଣ୍ଟ ସ୍ଥିର, ଜାଣନ୍ତୁ ଏଥର କେଉଁ ସମୟରେ ଉଠିବ ମହାଦୀପ?
Advertisement
Article Detail0/zeeodisha/odisha2120467

ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ନୀତି ନିର୍ଘଣ୍ଟ ସ୍ଥିର, ଜାଣନ୍ତୁ ଏଥର କେଉଁ ସମୟରେ ଉଠିବ ମହାଦୀପ?

Mahashivratri: ଆସୁଛି ମହାଶିବରାତ୍ରି । ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମଙ୍ଗଳବାର ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଏଡ଼ଏମ୍ ତଥା ବୋର୍ଡ଼ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତି ଅଧ୍ଯକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ନୀତି ନିର୍ଘଣ୍ଟ ସ୍ଥିର, ଜାଣନ୍ତୁ ଏଥର କେଉଁ ସମୟରେ ଉଠିବ ମହାଦୀପ?

Mahashivratri 2024: ଆସନ୍ତା ମାର୍ଚ୍ଚ ୮ ତାରିଖରେ ପବିତ୍ର ମହାଶିବରାତ୍ରି । ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ବା ଜାଗର ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମଙ୍ଗଳବାର ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଏଡ଼ଏମ୍ ତଥା ବୋର୍ଡ଼ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତି ଅଧ୍ଯକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ଚଳିତ ବର୍ଷ ଶିବରାତ୍ରି ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୧୦ଟାରେ ମହାଦୀପ ଉଠିବା ନେଇ ସ୍ଥିର କରାଯାଇଛି  । ମହାଶିବରାତ୍ରି ପୂର୍ବ ରାତ୍ର ୨ଟା ୩୦ ମିନିଟ୍ ରେ ମନ୍ଦିରର ଦ୍ବାର ଖୋଲିବ । ଭୋର ୩ଟାରୁ ୩ଟା ୩୦ ମିନିଟ୍ ମଧ୍ଯରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବ । ଏହାପରେ ଭୋର ୪ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ । ଏହି ସମୟରେ ଭକ୍ତମାନେ ପ୍ରଭୁ ଲିଙ୍ଗରାଜଙ୍କ ନିକଟକୁ ଯାଇ ଦର୍ଶନ କରିପାରିବେ ।  ସକାଳ ସାଢେ ୬ଟାରେ ରୋଷ ହୋମ ନୀତି ହେବ । ସେହିପରି ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୧୨ଟାରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସ୍ବର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଶ୍ରୀ ଜିଉଙ୍କ ଓ ଠାକୁରାଣୀଙ୍କ ବଲ୍ଲଭ ଓ ଶ୍ରୀ ଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ । ୨ଟା ୩୦ରୁ ଶ୍ରୀ ଭୁବନେଶ୍ବରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗ ମଣ୍ତପ, ଅପରାହ୍ନ ୩ଟା ୪୫ରୁ ୪ଟା ୪୫ ମଧ୍ଯରେ ପୁଣି ଦର୍ଶନ ଆରମ୍ଭ ହେବ । ଅପରାହ୍ନ ୪ଟା ୪୫ରୁ ଛାମୁ ପରିଷ୍କାର, ୫ଟା ୧୫ରେ ଶ୍ରୀଜିଉ ବେଶ, ୫ଟା ୪୫ ମିନିଟ୍ ରୁ ବୀର କିଶୋର ବଲ୍ଲଭ, ଦ୍ବିପ୍ରହର ଧୂପ, ସନ୍ଧ୍ୟା ୭ଟା ୧୦ରୁ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା। ସନ୍ଧ୍ୟା ସାଢେ ୭ରୁ ଶ୍ରୀଜିଉଙ୍କ ମାଜଣା ଓ ବେଶ । ୮ଟା ୧୦ରୁ ଶ୍ରୀ ଜିଉଙ୍କ ଯାତ୍ରା ପୂଜା ଓ ବେଢା ପରିକ୍ରମା ହେବ । ୮ଟା ୫୫ ମିନିଟରେ ସନ୍ଧ୍ୟା ଧୂପ ଓ ତୀର୍ଥ ଜଳ ଆନୟନ କରାଯାଇ ରାତି ୧୦ରେ ମହାଦୀପ ଉଠିବ । ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ । ଏହାପରେ ଚାରି ପ୍ରହର ପୂଜା କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Also Read- Matric Exam 2024: ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ୧୦ ଜଣଙ୍କୁ ଧରିଲା AI କ୍ୟାମେରା

Also Read- LaccMI Bus Service: ଆଜି ଆଉ ୫ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'