odisha news: କେନ୍ଦୁଝରରେ ପାଳିତ ହୁଏ ୫ ଦିନିଆ ରଜ ଉତ୍ସବ, ରହିଛି ବେଶ ନିଆରା କାହାଣୀ
Advertisement
Article Detail0/zeeodisha/odisha1741136

odisha news: କେନ୍ଦୁଝରରେ ପାଳିତ ହୁଏ ୫ ଦିନିଆ ରଜ ଉତ୍ସବ, ରହିଛି ବେଶ ନିଆରା କାହାଣୀ

କେନ୍ଦୁଝର: ସାରା ରାଜ୍ୟରେ ୩ ଦିନ ଧରି ରଜ ଉତ୍ସବକୁ ପାଳନ କରା ଯାଉଥିବା ବେଳେ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଉପରଡିହା ଗ୍ରାମରେ ଏହି ପର୍ବକୁ ୫ ଦିନ ଧରି ଧୁମଧାମରେ ପାଳିତ ହେଉଛି। ରଜରେ ଗ୍ରାମ ଉତ୍ସବ ମୂଖରିତ ହୋଇ ପଡିଛି। ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ଉତ୍ସବରେ ଗୋଟିଏ ସ୍ଥାନରେ ଶତାଧିକ ଦୋଳି ପ୍ରସ୍ତୁତ କରାଯାଇଥିବା ବେଳେ ର

odisha news: କେନ୍ଦୁଝରରେ ପାଳିତ ହୁଏ ୫ ଦିନିଆ ରଜ ଉତ୍ସବ, ରହିଛି ବେଶ ନିଆରା କାହାଣୀ

odisha news : କେନ୍ଦୁଝର: ସାରା ରାଜ୍ୟରେ ୩ ଦିନ ଧରି ରଜ ଉତ୍ସବକୁ ପାଳନ କରା ଯାଉଥିବା ବେଳେ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଉପରଡିହା ଗ୍ରାମରେ ଏହି ପର୍ବକୁ ୫ ଦିନ ଧରି ଧୁମଧାମରେ ପାଳିତ ହେଉଛି। ରଜରେ ଗ୍ରାମ ଉତ୍ସବ ମୂଖରିତ ହୋଇ ପଡିଛି। ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ଉତ୍ସବରେ ଗୋଟିଏ ସ୍ଥାନରେ ଶତାଧିକ ଦୋଳି ପ୍ରସ୍ତୁତ କରାଯାଇଥିବା ବେଳେ ରଜ ପଡିଆରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଅନୁଷ୍ଟିତ ହେଉଛି। ଯାହାର ମଜା ନେବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକଙ୍କ ଭଡ ଜମୁଛି।

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଉପରଡିହା ଗ୍ରାମରେ ପ୍ରତ୍ୟକ ବର୍ଷ ୫ ଦିନ ଧରି ରଜ ପର୍ବ ଧୁମାଧାମରେ ପାଳିତ ହୋଇଥାଏ। ପହିଲି ରଜରେ ପାରମ୍ପରିକ ନୀତିରେ ଗ୍ରାମ ଦେବତୀଙ୍କ ନିକଟରେ ପୂଜା ସହିତ ରଜବତୀଙ୍କୁ ଦୋଳି ପଡିଆକୁ ଆବାହନ କରାଯାଏ। ଏହା ପରେ ଆରମ୍ଭ ହୋଇଥାଏ ରଜ ଉତ୍ସବ। ଏହି ଗ୍ରାମର ନିଆରା ଢଙ୍ଗର ରଜ ଉତ୍ସବ ଜିଲ୍ଲା ତଥା ଡିଲ୍ଲା ବାହାରେ ପ୍ରଚାରିତ ହେବା ଫଳରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଏଠାରେ ଦେଖା ଯାଇଥାଏ। ଭଳିକି ଭଳି ଦୋଳି ଖେଳିବା ଓ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଏକ ଭିନ୍ନ ଅନୁଭୁତି ସାଉଁଟିଥାନ୍ତି। ଏଥି ସହିତ ପ୍ରତ୍ୟେକ ଦିନ ଦୋଳି ଖେଳ ସହ ରଙ୍ଗାରଙ୍ଗ ସାଂସ୍କୃତୀକ କାର୍ଯ୍ୟକ୍ରମ ଏଠାରେ ଦର୍ଶକଙ୍କୁ ଅଧିକ ଆକର୍ଶିତ କରିଥାଏ।

ଉପରଡିହା ରଜ ପର୍ବ ମହୋତ୍ସବକୁ ଏକ ମିଳନ ଓ ଭାଇଚାରାର ପର୍ବ କହିଲେ ଅତୁକ୍ତି ହେବ ନାହିଁ। ନିଜର କର୍ମସ୍ଥାନ ଥିବା ପୁଅ ହେଉକି ବିବାହ ପରେ ଶଶୁର ଘରେ ଥିବା ଗ୍ରାମର ଝିଅ ଏହି ପର୍ବରେ ଗ୍ରାମକୁ ଆସି ପୁଣି ନିଜ ନିଜ ପୁରୁଣା ସ୍ମୃତିକୁ ସାଉଁଟିଥାନ୍ତି। ତେବେ ଏହି ରଜ ପର୍ବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ଏକ ମାସ ପୂର୍ବରୁ ପ୍ରସ୍ତୁତୀ କରାଯାଇ ବହୁ ପରିଶ୍ରମ କରାଯ଼ାଇଥାଏ। ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇ ଶାନ୍ତି ଶୃଙ୍ଖଳରେ ରଜ ପର୍ବକୁ ରଜ ଉତ୍ସବକୁ ଉପବୋଗ କରୁଥିବା କାରଣରୁ ଆୟୋଜକଙ୍କ ପରିଶ୍ରମ ସଫଳ ହୋଇଥିବା ନେଇ ପ୍ରକାଶ। 

ପୁରୁଖା ମହିଳାମାନଙ୍କ ଦ୍ବାରା ବିଲୁପ୍ତ ହେଇଯାଉଥିବା ରଜ ଗୀତ ନାଚ ପରିବେଷଣ ଏହି ରଜ ଉତ୍ସବ ଅନ୍ୟ ଏକ ଆକର୍ଷଣ। ଆଗାମୀ ଦିନରେ ଏହି ପର୍ବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକଙ୍କ ଚେଷ୍ଟା ଜାରି ରହିବ ବୋଲି ପ୍ରକାଶ ପାଇଛି ।

ସେହିପରି ବନ୍ଦର ନଗରୀ ପାରାଦୀପର ଜଗନ୍ନାଥ ଲଳିତ କଳା ସଂସଦ ଦୀର୍ଘ ୧୮ ବର୍ଷ ଧରି ପାଳନ କରି ଆସୁଅଛି ଓଡ଼ିଶାର ନିଆରା ପର୍ବ ରଜ ମହୋତ୍ସବ। ପାରାଦୀପ ଏକ ଶିଳ୍ପ ଭିତ୍ତିକ ଅଞ୍ଚଳ ହୋଇଥିବା ପରେ ମଧ୍ୟ ନିଜ ମାଟିର କଳା ସଂସ୍କୃତିକୁ କେବେବି ଭୁଲି ପାରି ନାହିଁ। ଓଡ଼ିଶାରେ ଯେତେ ପର୍ବ ପାଳନ କରାଯାଏ ସେ ସବୁକୁ ବନ୍ଦର ନଗରୀ ପାରାଦୀପରେ ମଧ୍ୟ ପାଳନ କରାଯାଇ ଆସୁଛି। ଆଗାମୀ ପିଢ଼ିଙ୍କ ପାଇଁ ଓଡ଼ିଶାର ବାର ମାସରେ ତେର ପର୍ବକୁ ଉଜ୍ଜୀବିତ ରଖିବା ସହିତ ୨୦୨୩ ରଜ ପର୍ବ ମହୋତ୍ସବକୁ ବଡ ଧୀମଧାମର ସହ ପାଳନ କରୁଛି। 

ତିନି ଦିନ ଧରି ପାଳିତ ହେଉଥିବା ରଜ ମହୋତ୍ସବରେ ପ୍ରଥମ ଦିନ ତଥା ପହିଲି ରଜରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହରାନାଦ୍ ଆନୁଷ୍ଠାନିକ ଭାବେ ୨୦୨୩ ରଜ ମହୋତ୍ସବକୁ ଉଦଘାଟନ କରିଥିଲେ। ଚଳିତ ବର୍ଷ ରଜ ଅବସରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବନ୍ଦର ତଥା ପାରାଦୀପ ଅଞ୍ଚଳର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ। ରଜ ଆସିଲେ ବନ୍ଦର କର୍ମଚାରୀ ଏବଂ ସେମାନଙ୍କ ପରିବାର ସହର ଛାଡି ନିଜ ଗ୍ରାମରେ ରଜ ପାଳୁନ କରୁଥିଲେ। ହେଲେ ପାରାଦୀପ ବନ୍ଦର ପକ୍ଷରୁ ରଜ ମହୋତ୍ସବ ଆରମ୍ଭ ହେବା ଦିନ ଠାରୁ ଅଧିକାରୀ ଏବଂ କର୍ମଚାରୀ  ଏଠାରେ ରହି ରଜ ମହୋତ୍ସବରେ ସାମିଲ ହେଉଛନ୍ତି।

ତିନି ଧରି ପାଳିତ ହେବାକୁ ଥିବା ଏହି ରଜ ମହୋତ୍ସବରେ ପ୍ରଥମ ଦିନ ଆୟୋଜକ ପକ୍ଷରୁ ପୋଡ଼ପିଠା, ହୁଳହୁଳି, ଶଙ୍ଖ ବାଦନ,ପାନ, ନୃତ୍ୟ, ରଜ ବେଶ ଏହି ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ସଫଳତା ପାଇଥିବା କୄତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ରଜ ଅବସରରେ ସମସ୍ତଙ୍କ ପାଇଁ ଦୋଳି ଖେଳିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। କୋରୋନା ପାଇଁ ୩ ବର୍ଷ ରଜ ମହୋତ୍ସବ ବନ୍ଦ ରହିଥିବା ବେଳେ ଚଳିତ ଥର ମହୋତ୍ସବକୁ କିଭଳି ସରସ ସୁନ୍ଦର କରିହେବ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। 

ଏହି ଉତ୍ସବରେ କେବଳ ପାରାଦୀପ କାହିଁକି ପାରାଦୀପ ଆଖପାଖ ଅଞ୍ଚଳର ଝିଅ, ବୋହୂ ମଧ୍ୟ ଏହି ରଜ ମହୋତ୍ସବରେ ମଜା ନେବାପାଇଁ ଆସିଥାନ୍ତି। ଯାହା ଦ୍ବାରା ରଜ ତିନି ଯାକ ଉତ୍ସବ ମୁଖର ହୋଇ ଉଠିଥାଏ ବନ୍ଦର ନଗରୀ ପାରଦୀପ। ସୁରକ୍ଷାକୁ ଦୄଷ୍ଟିରେ ରଖି ସିଆଇଏସଏଫ ଜବାନ ମୁତୟନ, ସିସିଟିଭି ବ୍ୟବସ୍ଥା ରହିବା ସହିତ ପ୍ରତିବର୍ଷ ଭଳି ବିଭିନ୍ନ ଦୋକାନ ବଜାର, ଷ୍ଟଲ ମାନ ଖୋଲା ଯାଇଛି। ଓଡ଼ିଶାର ଗଣପର୍ବ ରଜ ମହୋତ୍ସବକୁ ଉଦଜୀବିତ ରଖିବା ଉଦ୍ଦେଶ୍ୟରେ ରଜ ମହୋତ୍ସବର ଆୟୋଜନ କରାଯାଉଛି। ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ କହିଛନ୍ତି। ବନ୍ଦର ଭଳି ସହରାଞ୍ଚଳରେ ପୁରାତନ କଳା ସଂସ୍କୃତିକୁ ଉଜ୍ଜୀବିତ ରଖିବାର ପ୍ରୟାସ ସତରେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇବ।