odisha election 2024
Odisha Election 2024: 'ଓଡ଼ିଶାରେ ଏକାଠି ହୋଇଛନ୍ତି ବିଜେପି-ବିଜେଡି '
Odisha Election 2024: ନିର୍ବାଚନ ପାଇଁ ସରଗରମ୍ ରାଜ୍ୟ ରାଜନୀତି । ବାଲେଶ୍ବରରେ ନିର୍ବାଚନୀ ସଭା କରି ଉଭୟ କେନ୍ଦ୍ର-ରାଜ୍ୟ ଉପରେ ବର୍ଷିଲେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ।
May 19,2024, 11:00 AM IST
Accident News
Accident News: ଦୁର୍ଘଟଣା ବୁଡ଼ାଇଦେଲା ବଂଶ, ବେସାହାରା ହୋଇଗଲେ ବୃଦ୍ଧ ବାପା
Accident News: ଗୁରୁବାର ରାତି କେନ୍ଦୁଝର ରିମୂଲି ନିକଟରେ ହୋଇଥିବା ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ଏହି ଦୁର୍ଘଟଣା ଗୋଟିଏ ପରିବାରକୁ ପୂରା ଶେଷ କରିଦେଇଛି। କେନ୍ଦୁଝର ତରମାକାନ୍ତର ହୀରାଲାଲ ପଲେଇ। କେନ୍ଦୁଝର ବଡ଼ବିଲ ଭଦ୍ରାସାହିରେ ବ୍ୟବସାୟ କରି ବେଶ ଖୁସିହାସିରେ ରହୁଥିଲେ।
May 17,2024, 11:34 AM IST
Odisha news
ନିର୍ବାଚନ ବେଳେ ଜବତ ହେଲା ଲକ୍ଷାଧିକ ଟଙ୍କା, ଜଣେ ଅଟକ, ତଦନ୍ତ ଜାରି..
Odisha Election 2024: ନିର୍ବାଚନକୁ ଦୃଷ୍ଟିରେ ରଖି ଫ୍ଲାଇଂସ୍କ୍ୱାର୍ଡ଼ର ଚ୍ୟାକିଙ୍ଗ ବେଳେ ଲକ୍ଷାଧିକ ଟଙ୍କା ଜବତ ଜଣେ ଅଟକ। ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମଖୁଣ୍ଟା ବ୍ଲକର ରଙ୍ଗାମାଟିରେ ଛକରେ ଆଜି ଫ୍ଲାଇଂସ୍କୁୱାର୍ଡ଼ର ଚ୍ୟାକିଙ୍ଗ ବେଳେ ଏକ ବୋଲେର ଗାଡିକୁ ଅଟକ କରିଥିଲା ଟିମ୍।
May 14,2024, 13:52 PM IST
କାଳବୈଶାଖୀ ବର୍ଷା ଯୋଗୁ ଖସିପଡ଼ିଲା କାନ୍ଥ, ଘର ଓଳାଉଥିବା ବେଳେ ଚାଲିଗଲା ବୃଦ୍ଧାଙ
Odisha News: ରାଜ୍ୟରେ ଜାରି ରହିଛି କାଳବୈଶାଖିର ପ୍ରକୋପ। ଯାହା ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ସାମୟିକ ଭାବେ ମୁକ୍ତି ଦେଉଛି।ଗତକାଲି ମଧ୍ୟ କାଳବୈଶାଖିର ତାଣ୍ତବ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା। ଆଉ ଏଥିରୁ ବାଦ୍ ପଡି ନଥିଲା କେନ୍ଦୁଝର ଜିଲ୍ଲା । ଘର ଓଳାଉଥିବା ସମୟରେ ବୃଦ୍ଧାଙ୍କ ଉପରେ ଖସି ପଡିଲା ଘର କାନ୍ଥ।
May 12,2024, 12:30 PM IST
Odisha News: ଗ୍ଯାସ୍ କଟରରେ କାଟି ଏଟିଏମରୁ ଟଙ୍କା ଲୁଟ୍
Odisha Election: ବିଳମ୍ବିତ ରାତିରେ ଏଟିଏମ୍ କାଟି ଟଙ୍କା ଲୁଟ୍। ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଧକୋଠା ଠାରେ ଥିବା ଷ୍ଟେଟ୍ ବ୍ଯାଙ୍କ ଏଟିଏମ୍ କୁ ଗ୍ଯାସ୍ କଟର ସହାୟତାରେ କାଟି ଟଙ୍କା ଲୁଟ୍ କରିଛନ୍ତି ଦୃବୁତ୍ତ। ଆଜି ସକାଳୁ ଏହି ଘଟଣା ଜଣା ପଡିବାପରେ ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର କରିଥିଲେ।
May 10,2024, 13:09 PM IST
Odisha News: ଭଲପାଇ ଠକି ଦେଲେ ପୁଲିସ୍ ବାବୁ, ଏବେ ଯୁବତୀ....
Odisha News: ପୋଲିସ ବାବୁଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ପରେ ପ୍ରତାରଣ। ପ୍ରତାରିତ ଯୁବତୀ ସୁନ୍ଦରଗଡରୁ ଆସି କେନ୍ଦୁଝର ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁସାରେ ପୋଲିସ ବାବୁ ଓ ଏହି ଯୁବତୀ ଜଣକ ସୁନ୍ଦରଗଡ ଜିଲ୍ଲା ରାଇବୋଗା ଅଞ୍ଚଳର ବୋଲି ଜଣାପଡ଼ିଛି।
May 10,2024, 12:19 PM IST
Odisha News: ଭୁଲିଗଲା ବାପା ପଣିଆ, ବେଦୀରୁ ଉଠାଇନେଇ ହାଜତରେ ପୁଅକୁ ପୁରାଇଲେ ବାପା
Odisha News: କୁହାଯାଏ ଯେ,ସ୍ବାମୀ-ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ଏହାକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ । ଏ-ହି ବନ୍ଧନ ସବୁଠୁ ନିଆରା । ତେବେ ଏହି ପବିତ୍ର ସମ୍ପର୍କରେ ଯେବେ ଫାଟ ସୃଷ୍ଟି ହୁଏ । ସେବେ ଭୟଙ୍କର ରୂପ ନିଏ । ତେବେ, ଆଜି ଆମେ ଏଭଳି ଏକ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ । ଯାହା ଆପଣଙ୍କୁ ସ୍ତବ୍ଧ କରିଦେବ ।
May 9,2024, 13:52 PM IST
Odisha News: ନିଟ୍ ପରୀକ୍ଷାରେ ଜାଲିଆତି, ୩ ନକଲି ପରୀକ୍ଷାର୍ଥୀ ଗିରଫ
Odisha News: ମେଡିକାଲ ପ୍ରବେଶିକା ପରୀକ୍ଷା (NEET exam)ରେ ଜାଲିଆତି ଘଟଣା। ଏହି ଘଟଣାରେ ତିନି ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବିହାର ଅଞ୍ଚଳର ଅଙ୍କିତ ରାଜ ,ବିହାରର ରାଜେଶ ମଧୁକର ଓ ବିହାରର ପ୍ରେମ ଶଙ୍କର ପାଣ୍ଡେ । ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛି।
May 9,2024, 12:28 PM IST
road accident
Road Accident: କେନ୍ଦୁଝରରେ ଓଲଟିଲା ପିଆଜ ବୋଝେଇ ଟ୍ରକ୍, ଡ୍ରାଇଭରଙ୍କ ସ୍ତ୍ରୀ ସମେତ ୨ ଶିଶୁ...
Road Accident: ଟଳିଲା ବଡ଼ ଅଘଟଣ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ତିନି ଜୀବନ। ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ପିଆଜ ବୋଝେଇ ଟ୍ରକ। ଫଳରେ ଟ୍ରକ୍ ଡ୍ରାଇଭରଙ୍କ ସ୍ତ୍ରୀ ସମେତ ୨ ଶିଶୁ...
May 7,2024, 11:53 AM IST
Odisha News: ଚାକିରୀ ଦେବା ନାଁରେ ଠକେଇ, ୩ ଗିରଫ
Odisha News: କେନ୍ଦୁଝରରେ ଚାକିରୀ ଦେବା ନାଁରେ ଠକେଇ। ଚାକିରି ଦେବାକୁ କହି ବେକାର ଯୁବକ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଠକେଇ ଅଭିଯୋଗରେ ଗତକାଲି ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
May 6,2024, 12:08 PM IST
Odisha News: ଚିକିତ୍ସାରେ ଅବହେଳା ପାଇଁ ଡାକ୍ତରଙ୍କୁ ମାଡ଼
Odisha News: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ବାଲେଶ୍ବର ଜିଲ୍ଲା ଜଳେଶ୍ଵର ସ୍ଥିତ ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା। ସ୍ବାସ୍ଥ୍ଯକେନ୍ଦ୍ରର ଇନଚାର୍ଜ ଡାକ୍ତର ଦିଲ୍ଲିପ ପାତ୍ରଙ୍କୁ ମାଡ ମାରିଲେ ମୃତ ରୋଗିଙ୍କ ସଂପର୍କୀୟ। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଜଳେଶ୍ବର ପୋଲିସ ପହଞ୍ଚି ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିଛି।
May 4,2024, 10:09 AM IST
ବିଧାୟକ ପ୍ରାର୍ଥୀ ମୋହନ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ
Odisha Election 2024: କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସି ଙ୍କ ଦୁର୍ବେବହାର ପ୍ରତିବାଦ ରେ ଥାନା ସମ୍ମୁଖରେ ଧାରଣା ରେ ବସିଲେ ମୋହନ। ଲୋକଙ୍କ ସମସ୍ୟା ନେଇ ସଦର ଥାନା କୁ ବୁଝିବା କୁ ଯାଇଥିବା ସମୟରେ କେନ୍ଦୁଝର ସଦର ଥାନା ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଥାନାରୁ ଗେଟ୍ ଆଉଟ୍ କହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମାକ ଦେଇଥିବା ଅଭିଯୋଗ କରିଛନ୍ତି ମୋହନ।
May 2,2024, 14:34 PM IST
Odisha News: ଆକାଶରୁ ଖସିଲା ମୃତ୍ୟୁ ! ବଜ୍ରାଘାତରେ ଜଣେ ମୃତ, ଦୁଇ ଗୁରୁତର
Odisha News: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । କିନ୍ତୁ ଗତକାଲି ରାଜ୍ୟର କିଛି ସ୍ଥାନରେ କାଳବୈଶାଖିର ତାଣ୍ତବ ଦେଖିବାକୁ ମିଳିଥିଲା। ବାଲେଶ୍ୱରରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ହେଲେ, ବାଚୁ ଦାସ । ସେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତର ଶୀକାର ହୋଇଥିଲେ।
May 2,2024, 10:56 AM IST
train accident
ରେଳ ଫାଟକ ତଳେ ପଶି ଯିବା ହେଲା କାଳ! ବାଇକକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ୍
Odisha Accident: ରେଳ ଫାଟକ ତଳେ ପଶି ଯିବା ହେଲା କାଳ, ଅଳ୍ପକେ ରକ୍ଷା ପାଇଲା ଜୀବନ।ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହି ଭିଡିଓ।ଏଭଳି ଦୃଶ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ରେଳ ଫାଟକରେ। ଯାହାର ଦୃଶ୍ୟ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।
May 1,2024, 16:00 PM IST
ପ୍ରାର୍ଥୀପତ୍ର ଦାଖଲ କଲେ ଆନନ୍ଦପୁର ବିଜେପି ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ
ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ଆଜି ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଆନନ୍ଦପୁର ବିଜେପି ପ୍ରାର୍ଥୀ ଆଲୋକ ସେଠୀ। ହଜାର ହଜାର ସମର୍ଥକଙ୍କ କାର୍ଯ୍ୟକର୍ତ୍ତା ଗହଣରେ ହାଟଡିହି ବ୍ଲକ୍ ଅଞ୍ଚଳରୁ ବାହାରି ଆନନ୍ଦପୁର ଉପଜିଲ୍ଲାପାଳ ତଥା ରିଟର୍ଣିଂ ଅଫିସରଙ୍କ କାର୍ଯ୍ଯଳୟଠାରେ
Apr 30,2024, 11:50 AM IST
Odisha Election 2024: ଆଜି ନାମାଙ୍କନ ଦାଖଲ କଲେ ଧନୁର୍ଜୟ ସିଦ୍ଧୁ
Odisha Election 2024: ବିଜେଡିର କେନ୍ଦୁଝର ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଆଜି ଜିଲ୍ଲାପାଳଙ୍କ ନିକଟରେ ନିଜର ପ୍ରାର୍ଥପତ୍ର ଦାଖଲ କରିଛନ୍ତି । ଆଜି ଦିନ ପ୍ରାୟ ୧୧ ଟା ସମୟରେ ସ୍ଥାନୀୟ କାଳି ପଡିଆ ଠାରୁ ନିଜ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ପଞ୍ଚମ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖରେ ଭୋଟ ଗ୍ରହଣ ହେବାକୁ ଦିନ ଧାର୍ଯ୍ୟ ହୋଇଛି।
Apr 29,2024, 14:42 PM IST
Odisha Election 2024: ରାଇସୁଆଁରେ ବିଜେପିର ମିଶ୍ରଣ ପର୍ବ
Odisha Election 2024: ଆଜି କେନ୍ଦୁଝର ସଦର ବ୍ଲକର ରାଇସୁଆଁ କଲ୍ୟାଣ ମଣ୍ଡପ ଠାରେ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ସହିତ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପିର କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାୟକଙ୍କ ସହିତ କେନ୍ଦୁଝର ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ ।
Apr 29,2024, 13:34 PM IST
Odisha News: ଆଜି ବି ଜୀବିତ ପରମ୍ପରା, ବର୍ଷା ପାଇଁ ବେଙ୍ଗ ଓ ବେଙ୍ଗୁଲିର ହୁଏ ବାହାଘର
Odisha News: ଗତ କିଛି ଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୫ଡିଗ୍ରୀ ଛୁଇଁଥିବା ବେଳେ ଡ଼ହଡ଼ହ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜୀବଜଗତ । ସ୍ଥିତି ଏପରି ହେଉଛି ଯେ ସକାଳ ୮ଟା ପରେ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି । ତେବେ ଅସରାଏ ବର୍ଷା ପାଇଁ ଚାତକ ପରି ଚାହିଁ ରହିଛନ୍ତି ରାଜ୍ୟବାସୀ ।
Apr 28,2024, 13:59 PM IST
Odisha News: ଶିମିଳିପାଳରେ ଲାଗିଛି ନିଆଁ,ବିପଦରେ ବନ୍ୟଜନ୍ତୁ ଓ ମୂଲ୍ୟବାନ୍ ବୃକ୍ଷ
Odisha News: ଜଳୁଛି ଶିମିଳିପାଳ। ଜାତୀୟ ଉଦ୍ୟାନ ଶିମିଳିପାଳରେ ଲାଗିଛି ନିଆଁ । ଆଜିକୁ ଦୁଇ ଦିନ ଧରି ଜଳୁଛି ଶିମିଳିପାଳ ଜାତୀୟ ଉଦ୍ୟାନ । ନିଆଁ ଲାଗିବା ପରେ ଧୂଆଁମୟ ହୋଇପଡିଛି ସମଗ୍ର ଅଞ୍ଚଳ। କେବଳ ସେତିକି ନୁହେଁ,ଜଙ୍ଗଲରେ ଲାଗି ଥିବା ନିଆଁ ଯୋଗୁଁ ଏବେ ବିପଦରେ ବନ୍ୟଜନ୍ତୁ ଓ ମୂଲ୍ୟବାନ୍ ଗଛ ।
Apr 28,2024, 11:30 AM IST
“ଘରେ ଘରେ ପାନୀୟ ଜଳ ଯୋଜନା ପ୍ରହଶନ, ଚୁଆ ପାଣିରେ ବିତୁଛି ଜୀବନ”
Odisha Election 2024: ୨୦୨୩ ଡିସେମ୍ବର ୩୧ସୁଧା ଘରେ ଘରେ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ରାଜ୍ୟ ସରକାର। ହେଲେ ତାହା ଧୂଆଁ ବାଣ ରେ ପରିଣତ ହୋଇଛି । ନଳ ଯୋଗେ ନ ହେଲେ ନାହିଁ ପୁରୁଣା ବ୍ୟବସ୍ଥାକୁ ବି ସୁଧାରୁ ନାହାନ୍ତି। ଫଳରେ ଲୋକମାନେ ଚୁଆରୁ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି।
Apr 26,2024, 12:41 PM IST
Odisha Election 2024: ସ୍କୁଲ ପାଇଁ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି
Odisha Election 2024: ସ୍କୁଲ ନାହିଁ ତ ଭୋଟ ନାହିଁ। ଏଭଳି କହିଛନ୍ତି ଏକ ଗାଁର ହରିଜନ ସମ୍ପ୍ରଦାୟର ଭୋଟର ମାନେ । ଦୀର୍ଘ ୪୦ବର୍ଷ ଧରି ଗାଁରେ ଥିବା ଏମି ସ୍କୁଲକୁ ହଠାତ ସରକାରଙ୍କ ନିର୍ଦ୍ଦେଶ ପରେ ବନ୍ଦ କରି ଦିଆଯାଇଛି । ଯାହାକୁ ଖୋଲିବାକୁ ନେଇ ଗ୍ରାମବାସୀ ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲାଣି ।
Apr 26,2024, 11:09 AM IST
Bhadrak News
Odisha News: ନୌବାଣିଜ୍ୟର ମୂକ ସାକ୍ଷୀ ଭଣ୍ଡାରିପୋଖରୀ ଶଙ୍ଖପୋଲ
Odisha News: ଭାରତ ବର୍ଷରୁ ପ୍ରାୟ ୭୮ ବର୍ଷ ହେବ ବ୍ରିଟିଶ ଶାସନ ଲୋପ ପାଇଛି । ତଥାପି ଇଂରେଜ ସରକାରଙ୍କ ବାଣିଜ୍ୟକ ପେଣ୍ଠ ସ୍ଥଳୀ ଓ ସ୍ମାରକୀ ଆଜି ବି ଅନେକ ସ୍ଥାନରେ ଦଣ୍ଡାୟମାନ ରହିଛି । ବ୍ରିଟିଶ ମାନଙ୍କ ବାଣିଜ୍ୟ କାରବାରର ଚିତ୍ର ବହନ କରୁଥିବା ଅନେକ ସ୍ଥାନ ମଧ୍ୟ ସମୟ ସୁଅରେ ଲୁଚି ଗଲାଣି। ତଥାପି କିଛି ସ୍ଥାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଯାହାକି ବ୍ରିଟିଶ ନୌଜ୍ଞାଣିଜ୍ୟ ବ୍ୟବସ୍ଥାର ମୂଳ ସାକ୍ଷୀ ପାଲଟିଛି ।
Apr 25,2024, 15:36 PM IST
Odisha News: ଅଣାୟତ୍ତ ଜଙ୍ଗଲ ନିଆଁ, ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଜଳୁଛି
Odisha News: କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଅଞ୍ଚଳରେ ଜଳୁଛି ଜଙ୍ଗଲ । ଜିଲ୍ଲାର ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ(DFO)। ସେ କହିଛନ୍ତି ଏସବୁ ହେଉଛି ମନୁଷ୍ୟକୃତ। ଜିଲ୍ଲାର ଚମ୍ପୁଆ, କେନ୍ଦୁଝର ସଦର ଓ ବଂଶପାଳ ରେଞ୍ଜ ଅଞ୍ଚଳରେ ନିଆଁ ଲାଗିଛି ।
Apr 24,2024, 11:58 AM IST
Odisha News: ଗାଁ ଭିତରେ ପଶିଲେ ୭୦ ବଣୁଆ ହାତୀ
Odisha News: ସୋମବାର ସକାଳେ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଚାଷୀପଡାରେ ଓ ଅପରାହ୍ନ ସମୟରେ କାନପୁର ଅଞ୍ଚଳରେ ଏହି ହାତୀ ପଲରୁ କିଛି ହାତୀ ଆସି କାନପୁର ପୋଖରୀରେ ପାଣି ପିଉଥିବା ଦେଖିବାକୁ ମିଳିଥିଲା ।
Apr 23,2024, 10:51 AM IST
Odisha News: ଆଜି ପବିତ୍ର ବୈଶାଖ ସୋମବାର , ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ଗୋପାଳ ଭକ୍ତ
Odisha News: ଆଜି ପବିତ୍ର ବୈଶାଖ ସୋମବାର । ଏନେଇ ଚଳଚଞ୍ଚଳ ରାଜ୍ୟରେ ଥିବା ଶୈବ ପୀଠ । ଏହି କ୍ରମରେ ଭଦ୍ରକରେ ଥିବା ବାବା ଆଖଣ୍ଡଳମଣିଙ୍କ ପୀଠ ଲୋକରାଣ୍ୟ ହୋଇପଡି଼ଛି। ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଂଜିକା ଅନୁଯାୟୀ ପଣା ସଂକ୍ରାନ୍ତି ଠାରୁ ଏକମାସ ଧରି ଚାଲିଛି ଶୀତଳ ଉପଚାର ନୀତି।
Apr 22,2024, 11:06 AM IST
Odisha News: ସଟସର୍କିଟରୁ ଜଳିଗଲା ଲକ୍ଷାଧିକ ଟଙ୍କାର ପାନ ବରଜ
Odisha News: ବିଦ୍ୟୁତ ସଟସର୍କିଟରୁ ଜଳିଗଲା ଲକ୍ଷାଧିକ ଟଙ୍କାର ପାନ ବରଜ, ଭୋଗରାଇ ବ୍ଳକ ସନ୍ତୋଷ ବାରିକଙ୍କ ପାନ ବରଜରେ ଘଟିଛି ଏଭଳି ଦୁଃଖଦ ଘଟଣା। ଖବର ପାଇଁ ଅଗ୍ନିଶମ ବିଭାଗ ପହଂଚିବା ପୂର୍ବରୁ ଜଳି ପୋଡ଼ି ସବୁ ଛାର ଖାର ହୋଇଯାଇଥିଲା।
Apr 19,2024, 10:42 AM IST
Odisha News: ଅଂଶୁଘାତ ଯୋଗୁ ଚାଲିଗଲା ଚାଷୀଙ୍କ ଜୀବନ
Odisha News: ଓଡ଼ିଶାର ବାଲେଶ୍ବର ଜିଲ୍ଲା ଅଧୀନ ଭୋଗରାଇ ବ୍ଲକ ଅଞ୍ଚଳରେ ସୋମବାର ଜଣେ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗ ସତ୍ୟ ହୋଇଥିଲେ ଏହା ଚଳିତବର୍ଷ ବ୍ଲକର ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହେବ ବୋଲି ଜଣାପଡିଛି।
Apr 17,2024, 16:25 PM IST
Keonjhar News
Odisha News: ଔଷଧ ଦୋକାନରେ ପଶିଲା ଆହତ ବାରହା, ଉଦ୍ଧାର କଲା ବନ ବିଭାଗ
Keonjhar News: କେନ୍ଦୁଝର ସହର ଜିଲ୍ଲା ଜର୍ଜ କୋର୍ଟ ନିକଟସ୍ଥ ଔଷଧ ଦୋକାନରେ ପଶିଲା ଆହତ ବାରହା । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ବରାହକୁ ଉଦ୍ଧାର କରି ଚିକିତ୍ସା ପରେ ଜଙ୍ଗଲରେ ଛଡାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି ।
Apr 16,2024, 12:45 PM IST
Odisha News: ଜିଲ୍ଲାପାଳଙ୍କୁ ଫେରାଦ ଦେଲେ କଣ୍ଡରାପଶି ଗ୍ରାମବାସୀ
Odisha News: ବଢ଼ି ଚାଲିଛି ଖରା ତାତି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ହନ୍ତସନ୍ତ ରାଜ୍ୟବାସୀ । କିନ୍ତୁ ଏହି ଖରା ତାତିଠୁ ଆଗାମୀ ସାଧାରଣ ନିର୍ବାଚନ ନେଇ ରାଜନୀତି ତାତି ଆହୁରି ତୀବ୍ର ହେବାରେ ଲାଗିଛି। ଟିକେଟ ନପାଇ ନେତା ଦଳ ବଦଳାଉ ଥିବା ଦେଖିବାକୁ ମିଳୁଛି । ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳର ନେତା ନିଜ ଆସନ ବଞ୍ଚେଇବା ପାଇଁ ବ୍ୟସ୍ତ ଥିବାବେଳେ ଜନତାଙ୍କ ଦୁଃଖ ବୁଝିବାକୁ ଭୁଲି ଯାଇଛନ୍ତି ।
Apr 13,2024, 14:35 PM IST
ଆଖଣ୍ଡଳମଣି ମନ୍ଦିର ବେଢାରେ ସେବାୟତଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ ନେଇ ଅଭିଯୋଗ
Odisha News: ଗୋଟେ ପଟେ ରାଜ୍ୟର ୩ ପ୍ରମୁଖ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ନେଇ ପ୍ରଚାର ଆରମ୍ଭ କରିଛନ୍ତି । ତେବେ ଦିନକୁ ଦିନ ନିର୍ବାଚନ ଉଷ୍ମତା ବଢୁଥିବା ବେଳେ ରାଜନୈତିକ ହିଂସା ମଧ୍ଯ ବଢିପାରେ ଲାଗିଛି ।
Apr 13,2024, 14:01 PM IST
Chandaneswar Chadak Mela
Chandaneswar Chadak Mela: ଉଦଯାପିତ ହେଲା ବାବା ଚନ୍ଦନେଶ୍ୱର ମହାଦେବଙ୍କ ଚଡ଼କ ପର୍ବ
Chandaneswar Chadak Mela: ପୂର୍ବଭାରତର ପ୍ରସିଦ୍ଧ ବାବା ଚନ୍ଦନେଶ୍ୱର ମହାଦେବଙ୍କ ସମ୍ବତ୍ସରିକ ଉତ୍ସବ ଚଡ଼କ ପର୍ବ ୧୩ ଦିନପରେ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଚୈତ୍ର ମାସ ୧୭ଦିନ ବା ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ବୈଚିତ୍ରମୟ ଉତ୍ସବରେ ତିନି ମୁଖ୍ୟ ପର୍ବ ଶିବ କାମିନା ବିବାହ, ମହା ନୀଳ ଓ ପାଟ ପର୍ବରେ ଦେଶ ଓ ଦେଶ ବାହାରୁ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ବୁଧବାର ତୃତୀୟ ଅର୍ଘ୍ୟରେ ପୀଠରେ ଶିବ କାମିନା ବିବାହ,ଗୁରୁବାର ଦ୍ବିତୀୟ ଅର୍ଘ୍ୟରେ ନୀଳପର୍ବ ଏବଂ ଶୁକ୍ରବାର ଉଦଯାପନି ବା ପାଟ ପର୍ବ ମହା ଆଡମ୍ବରରେ ସମାପନ ହୋଇଯାଇଛି।
Apr 13,2024, 12:04 PM IST
Odisha News: ଏନଜିଓ ସଂସ୍ଥାର କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ SSG ଗ୍ରୁପର ମହିଳା
OdishaNews: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳରେ ଦୀର୍ଘ ବର୍ଷ ହେବ ତାମିଲନାଡୁ ଅଂଚଳର ଧାନ ଫାଉଣ୍ଡେଶନ ନାମକ ଏକ ବେସରକାରୀ ସଂସ୍ଥା ନିଜର ଅଫିସ ଖୋଲି ଗ୍ରାମାଞ୍ଚଳର ମହିଳାଙ୍କୁ ବିଭିନ୍ନ ପ୍ରକାର ଲୋଭ ଦେଖାଇ ଗ୍ରୁପ ଗଠନ କରି ମାସକିଆ କିସ୍ତି ଆକାରରେ ଟଙ୍କା ଉଠାଇ ନିଜର ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି ।
Apr 11,2024, 12:13 PM IST
odisha accident
କାନ୍ଥ ପଡ଼ି ବାପା-ପୁଅ ମୃତ, ମାଆଙ୍କ ଅବସ୍ଥା ଗୁରୁତର, ଦେଖନ୍ତୁ ଏହି ଭିଡିଓ..
Odisha Accident: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ଘର ସାମ୍ନା ରାସ୍ତା ପାଖରେ ବସି ଥିବା ବେଳେ ଓଲଟିଲା ପଡୋଶୀଙ୍କ ମାଟି କାନ୍ଥ, ମାଟି ଭିତରେ ଚାପି ହୋଇ ଘଟଣା ସ୍ଥଳରେ ପୁଅର ମୃତ୍ଯୁ ହୋଇଥିବା ବେଳେ ବାପାଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି। ସେପଟେ ମାଆକୁ ଗୁରୁତର ଅବସ୍ଥାରେ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
Mar 26,2024, 7:49 AM IST
Navnirman Farmers Organization
Odisha News: ନବନିର୍ମାଣ କୃଷକ ସଂଗଠନ ତରଫରୁ ସିଂହାସନ ଖାଲି କର ସମାବେଶ
Odisha News: ନବନିର୍ମାଣ କୃଷକ ସଂଗଠନ ତରଫରୁ କେନ୍ଦୁଝର ସହରର କାଳୀ ପଡିଆ ଠାରେ ସିଂହାସନ ଖାଲି କର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଚାଷୀମାନେ ଏକ ବିରାଟ ରାଲିରେ ବିଭିନ୍ନ ସ୍ଲୋଗାନ ଦେଇ କେନ୍ଦୁଝର ସହର ବିଭିନ୍ନ ଛକ ଦେଇ କାଳୀ ପଡିଆ ଠାରେ ଅନୁଷ୍ଠିତ ସମାବେଶ ସ୍ଥଳରେ ପହଞ୍ଚି ଥିଲେ।
Mar 22,2024, 13:39 PM IST
Mayurbhanj news
Odisha News:ଦିନରେ ଶିଳାନ୍ୟାସ କଲେ ମନ୍ତ୍ରୀ, ରାତିରେ ଫଳକ ଭାଙ୍ଗିଲେ ଗ୍ରାମବାସୀ
Odisha News: ଦିନରେ ସହ କର୍ମୀଙ୍କ ଗହଣରେ ଯାଇ ରାଜସ୍ୱ ମନ୍ତ୍ରୀ ଆଦିବାସୀ ଭବନର ଶିଳାନ୍ୟାସ କରିବା ସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ପ୍ରକଳ୍ପର ସମ୍ପର୍କରେ ଗୁଣଗାନ କରିଥିଲେ। ହେଲେ ରାତିରେ ସେହି ଫଳକକୁ ଭାଙ୍ଗି ଦେଲ ଗ୍ରାମବାସୀ। ନିର୍ବାଚନ ପୂର୍ବରୁ ଫଳକ ଭଙ୍ଗାକୁ ନେଇ ଉଷ୍ମ ହୋଇଛି ମୟୂରଭଞ୍ଜ ଜିଲ୍ଲାର ରାଜନୀତି।
Mar 1,2024, 9:30 AM IST
terrible road accident
Odisha Accident:ଭୟଙ୍କର ଦୁର୍ଘଟଣା, ୨ ମୃତ ଓ ଜଣେ ଗୁରୁତର
Odisha Accident: ସରସ୍ୱତୀ ପୂଜାରେ ବଡ଼ ଅଘଟଣ। ବେଆଇନ୍ ପାର୍କିଂ ଚାଲିଗଲା ୨ ନିରୀହ ଜୀବନ।ପୁଣି ବେଆଇନ୍ ପାର୍କିଂ ନେଲା ଦୁଇ ଜୀବନ। କେନ୍ଦୁଝର(Keonjhar) ଜିଲ୍ଲା ବଡ଼ବିଲ ଥାନା, ଏନ୍ ଏଚ୍ ୫୨୦ ରୋଇଡ଼ା ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
Feb 14,2024, 11:00 AM IST
Odisha News: ସଙ୍କଟରେ ଚାଉଳ ମିଲ୍, ଚାଉଳ ଶିଳ୍ପ କ୍ଷତି ସହିବା ଭଳି ସ୍ଥିତି
Odisha News: ଭଦ୍ରକ ମିଲର ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।ଧାନ କିଣାରେ ପ୍ରଶାସନ ଭଦ୍ରକ(Bhadrak) ମିଲରମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛି ମିଲାର ସଂଘ। ସଙ୍କଟରେ ଭଦ୍ରକ ଜିଲ୍ଲାର ଥିବା ୨୦ରୁ ଉର୍ଦ୍ଧ୍ବ ଚାଉଳ ମିଲ୍। ଭଦ୍ରକରେ ଥିବା ମିଲ ଗୁଡିକରେ ଆବଶ୍ୟକତା ଅନୁଯାୟୀ ଧାନ କିଣା ହୋଇ ନ ଥିବା ବେଳେ ବାହାର ଜିଲ୍ଲା ଓ ରାଜ୍ୟକୁ ଧାନ ଚାଲାଣ ହେବାରେ ଲାଗିଛି।
Feb 11,2024, 11:55 AM IST
PDS Rice Distribution
Odisha News: ପିଡ଼ିଏସ ଚାଉଳ ବଣ୍ଟନକୁ ନେଇ ବିବାଦ, ପଞ୍ଚାୟତ ଘେରିଲେ ଗ୍ରାମବାସୀ..
Odisha News: ସରକାର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ପିଡ଼ିଏସ ଚାଉଳ ବଣ୍ଟନ ବ୍ୟବସ୍ଥା କରିଛନ୍ତି। ଯାହା ଦ୍ୱାରା ବର୍ଷ ବର୍ଷ ଧରି ଅନେକ ପରିବାର ଏହା ଦ୍ୱାରା ଉପକୃତ ହୋଇଆସୁଛନ୍ତି। ମାତ୍ର କେନ୍ଦୁଝର ଜିଲ୍ଲାରେ ଏହି ପିଡ଼ିଏସ ଚାଉଳ ବଣ୍ଟନକୁ ନେଇ ବିବାଦ ଦେଖିବାକୁ ମିଳିଛି।
Feb 9,2024, 10:36 AM IST
Baby Elephant Dead
Odisha News: ଚମ୍ପୁଆ ରେଞ୍ଜରେ ନବଜାତ ହାତୀ ଶାବକର ମୃତ୍ୟୁ, ମୃତଦେହକୁ ଜଗି ରହିଲା ମାଆ ହାତୀ
Baby Elephant Dead: କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ଥମୁନି ହାତୀ ମୃତ୍ୟୁ । ପୁଣି ଥରେ ଚମ୍ପୁଆ ରେଞ୍ଜରେ ଏକ ନବଜାତ ହାତୀ ଶାବକର ମୃତ୍ୟୁ ହୋଇଛି । ଯୋଡା ବିଟ୍ ଡଡୁଆଁ ଗାଁ ନିକଟରେ ଏକ ହାତୀ ଶାବକକୁ ଜନ୍ମ ଦେବା ପରେ ଶାବକଟିର ମୃତ୍ୟୁ ଘଟିଥିବା ନେଇ ବନ ବିଭାଗ ସୂଚନା ଦେଇଛି ।
Feb 6,2024, 10:46 AM IST
Fake sim cards Sized
ସାଇବର କ୍ରାଇମରେ ବ୍ୟବହାର ହେଉଥିବା ୪ ହଜାର ନକଲି ସିମକାର୍ଡ଼ ଜବତ
କେନ୍ଦୁଝର ପୋଲିସର ବଡ ସଫଳତା, ସାଇବର କ୍ରାଇମରେ ବ୍ୟବହାର ହେଉଥିବା ନକଲି ୪ ହଜାର ସିମକାର୍ଡ଼ ବିକ୍ରି କରିଥିବା ୪ଜଣ ଅପରାଧୀଙ୍କୁ ଗିରଫ କରିଛି କେନ୍ଦୁଝର ଜିଲ୍ଲା ପୋଲିସ । ଏହି ୪ ହଜାରରୁ ଉର୍ଧ୍ବ ନକଲି ସିମ୍ କାର୍ଡ଼ ଝାଡଖଣ୍ଡ, ବିହାର, ରାଜସ୍ଥାନ ଆଦି ରାଜ୍ୟର ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ। ସେମାନଙ୍କ ନିକଟରୁ ୫୩୮ ଟି ସିମ୍, ୧୮ ଟି ମୋବା
Jan 25,2024, 12:30 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.