Odisha Cabinet Meeting: ଆଜି ମନ୍ତ୍ରିପରିଷଦ ବୈଠକ, ଅତିରିକ୍ତ ବଜେଟ୍‍ ସହ ଅନ୍ୟ ପ୍ରସ୍ତାବକୁ ନଜର
Advertisement

Odisha Cabinet Meeting: ଆଜି ମନ୍ତ୍ରିପରିଷଦ ବୈଠକ, ଅତିରିକ୍ତ ବଜେଟ୍‍ ସହ ଅନ୍ୟ ପ୍ରସ୍ତାବକୁ ନଜର

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରିପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏଥିରେ ୨୦୨୩-୨୪ ବର୍ଷ ଲାଗି ଅତିରିକ୍ତ ବଜେଟ୍‍ର ଚିଠା ପ୍ରସ୍ତାବକୁ ଅନୁମୋଦନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ ମନ୍ତ୍ରି ମଣ୍ଡଳର ସଦସ୍ୟମାନେ ଆସନ୍ତା ବିଧାନସଭା ଅଧିବେଶନରେ ଆସିବାକୁ ଥିବା ବ

Odisha Cabinet Meeting: ଆଜି ମନ୍ତ୍ରିପରିଷଦ ବୈଠକ, ଅତିରିକ୍ତ ବଜେଟ୍‍ ସହ ଅନ୍ୟ ପ୍ରସ୍ତାବକୁ ନଜର

Odisha Cabinet Meeting: ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରିପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏଥିରେ ୨୦୨୩-୨୪ ବର୍ଷ ଲାଗି ଅତିରିକ୍ତ ବଜେଟ୍‍ର ଚିଠା ପ୍ରସ୍ତାବକୁ ଅନୁମୋଦନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ ମନ୍ତ୍ରି ମଣ୍ଡଳର ସଦସ୍ୟମାନେ ଆସନ୍ତା ବିଧାନସଭା ଅଧିବେଶନରେ ଆସିବାକୁ ଥିବା ବିଭିନ୍ନ ଚିଠା ପ୍ରସ୍ତାବକୁ ଅନୁମୋଦନ କରିବେ। ଆସନ୍ତା ୨୨ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ବୈଠକ  ସ୍ଥିର ହୋଇଛି।

ଆଗକୁ ନିର୍ବାଚନ ନିକଟ ହୋଇଥିବାରୁ ଏହି ଅଧିବେଶନରେ ସରକାର ବିଭିନ୍ନ ଘୋଷଣାର ଅନୁମୋଦନ କରିବାର ସମ୍ଭାବନା ରହିଛି।  ଅତୀତରେ ଅନେକ ଜନ ହିତକର ଯୋଜନାକୁ ସରକାର ପ୍ରଣୟନ କରିଛନ୍ତି। ଏହିକ୍ରମରେ ପ୍ରାୟ ୧୫ରୁ ଅଧିକ ପ୍ରସ୍ତାବକୁ କ୍ୟାବିନେଟ୍‍ରେ ପାରିତ କରାଯିବାର ସମ୍ଭାବନା ରହିଛି। 
ବିଧାନସଭାର ଠିକ୍‍ ପୂର୍ବ ଦିନ ଏକ ସ୍ୱତନ୍ତ୍ର ବୈଠକରେ ବାଚସ୍ପତି ନିର୍ବାଚନ ହେବ। ଏଥିଲାଗି ସୋମବାରଦିନ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି।  ଯେହେତୁ ଶାସକ ଦଳ ସଂଖ୍ୟା ଗରିଷ୍ଠ ରହିଛି ଏଣୁ ଏକାଧିକ ପ୍ରାର୍ଥୀପତ୍ର ଦାଖଲ ହେବାର ସମ୍ଭାବନା ନାହିଁ। ତଥାପି ଯଦି ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରନ୍ତି ତେବେ ବିଧାନସଭାର ଏକ ଅଧିବେଶନରେ ନିର୍ବାଚନ ଅନୁଷ୍ଠିତ ହେବ। ନହେଲେ ସଂକଳ୍ପ ବା ପ୍ରାର୍ଥୀପତ୍ରକୁ ବିଧାୟକମାନେ ୨୧ ତାରିଖର ନିର୍ବାଚନ ପାଇଁ ଅନୁଷ୍ଠିତ ବୈଠକରେ ପାରିତ କରିବେ। 

ରାଜ୍ୟର ପଶ୍ଚିମାଞ୍ଚଳରେ ନୂଆଖାଇ ପର୍ବ ଚାଲିଥିଲାବେଳେ ରାଜ୍ୟ ସରକାର ବାଚସ୍ପତି ନିର୍ବାଚନ ଲାଗି ନିର୍ଘଣ୍ଟ କରିଥିବାରୁ ଏହାକୁ କଂଗ୍ରସ ବିରୋଧ କରିଛି।  ପୂର୍ବରୁ ଏହି ତାରିଖ ବଦଳାଇବାକୁ ଅନୁରୋଧ କରିଥିଲା କିନ୍ତୁ ତାହାକୁ ସରକାର କର୍ଣ୍ଣପାତ ନ କରିବାରୁ ବିଧାନସଭାରେ ବାଚସ୍ପତି ନିର୍ବାଚନ ବେଳେ କଂଗ୍ରେସ ଅନୁବସ୍ଥିତ ରହିବ ବୋଲି  ଦଳର ନେତା ନରସିଂହ ମିଶ୍ର କହିଛନ୍ତି। ସେ କହିଛନ୍ତି, ‘ଏହା ଏକ ଦୁର୍ଭାଗ୍ୟର ବିଷୟ। ପ୍ରତିବାଦ କଲେ ବି ସରକାର କର୍ଣ୍ଣପାତ କରିନାହାନ୍ତି।  ଏହା ନିଶ୍ଚିତଭାବେ ପଶ୍ଚିମ ଓଡ଼ିଶା ପ୍ରତି  ଉପହାସ ଓ ବୈମାତୃକ ମେନାଭାବର ଉଦାହରଣ। ଜନତା ସରକାରଙ୍କୁ ଏହାର ଜବାବ ଦେବେ।

ହେଲେ ସରକାର କୌଣସି ଭାବେ ପଶ୍ଚିମ ଓଡ଼ିଶାକୁ ବୈମାତୃକତା ପ୍ରଦର୍ଶନ କରିନାହାନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Also Read: Top 10 News Headlines: ସକାଳର ୧୦ ପ୍ରମୁଖ ଖବର

Also Read: Asia Cup: ରୋମାଞ୍ଚକ ସ୍ଥିତିରେ ବାଜିମାରିନେଲା ଶ୍ରୀଲଙ୍କା, ୨ ଓ୍ୱିକେଟ ହାରିଗଲା ପାକିସ୍ତାନ

Also Read: ପ୍ରେମିକା ଦେଲା ଧମକ, ଯୁବକ ଫେସବୁକ ଲାଇଭ୍ କରି ନଦୀକୁ ଡେଇଁଲେ