Top 10 News Headlines: ସକାଳର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1872173

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

1. Odisha Cabinet to Meet today: ଆଜି ମନ୍ତ୍ରିପରିଷଦ ବୈଠକ: 
ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରିପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏଥିରେ ୨୦୨୩-୨୪ ବର୍ଷ ଲାଗି ଅତିରିକ୍ତ ବଜେଟ୍‍ର ଚିଠା ପ୍ରସ୍ତାବକୁ ଅନୁମୋଦନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ ମନ୍ତ୍ରି ମଣ୍ଡଳର ସଦସ୍ୟମାନେ ଆସନ୍ତା ବିଧାନସଭା ଅଧିବେଶନରେ ଆସିବାକୁ ଥିବା ବିଭିନ୍ନ ଚିଠା ପ୍ରସ୍ତାବକୁ ଅନୁମୋଦନ କରିବେ। ଆସନ୍ତା ୨୨ ତାରିଖରେ ବିଧାନସଭାର ମୌସୂମୀ ଅଧିବେଶନ ବୈଠକ  ସ୍ଥିର ହୋଇଛି।
 
2. Monday for Nomination: ସୋମବାର ନାମାଙ୍କନ: 

ଓଡ଼ିଶା ବିଧାନସଭାରେ ଖାଲି ପଡ଼ିଥିବା ବାଚସ୍ପତି ପଦ ଲାଗି ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୧୮ ତାରିଖ ଅର୍ଥାତ୍‍ ସୋମବାରଦିନ ନାମାଙ୍କନ ଦାଖଲ ହେବ। ଯେହେତୁ ଶାସକ ଦଳ ସଂଖ୍ୟା ଗରିଷ୍ଠ ରହିଛି ଏଣୁ ଏକାଧିକ ପ୍ରାର୍ଥୀପତ୍ର ଦାଖଲ ହେବାର ସମ୍ଭାବନା ନାହିଁ। ତଥାପି ଯଦି ଅନ୍ୟ କେହି ପ୍ର୍ରାର୍ଥୀପତ୍ର ଦାଖଲ କରନ୍ତି ତେବେ ବିଧାନସଭାର ଏକ ଅଧିବେଶନରେ ନିର୍ବାଚନ ଅନୁଷ୍ଠିତ ହେବ। ନହେଲେ ସଂକଳ୍ପ ବା ପ୍ରାର୍ଥୀପତ୍ରକୁ ବିଧାୟକମାନେ ୨୧ ତାରିଖର ନିର୍ବାଚନ ପାଇଁ ଅନୁଷ୍ଠିତ ବୈଠକରେ ପାରିତ କରିବେ। 

3. Congress to Boycott Speaker Election: ବାଚସ୍ପତିଙ୍କ ନିର୍ବାଚନକୁ କଂଗ୍ରେସର ବର୍ଜନ: 
ରାଜ୍ୟର ପଶ୍ଚିମାଞ୍ଚଳରେ ନୂଆଖାଇ ପର୍ବ ଚାଲିଥିଲାବେଳେ ରାଜ୍ୟ ସରକାର ବାଚସ୍ପତି ନିର୍ବାଚନ ଲାଗି ନିର୍ଘଣ୍ଟ କରିଛନ୍ତି। ଏହାକୁ କଂଗ୍ରସ ବିରୋଧ କରି ତାରିଖ ବଦଳାଇବାକୁ ଅନୁରୋଧ କରିଥିଲା କିନ୍ତୁ ତାହାକୁ କର୍ଣ୍ଣପାତ କରାଯାଇ ନାହିଁ ବୋଲି ବିଧାନସଭାରେ କଂଗ୍ରେସ ଦଳର ନେତା ନରସିଂହ ମିଶ୍ର କହିଛନ୍ତି। ସେ କହିଛନ୍ତି, ‘ଏହା ଏକ ଦୁର୍ଭାଗ୍ୟର ବିଷୟ।ପ୍ରତିବାଦ କଲେ ବି ସରକାର କର୍ଣ୍ଣପାତ କରିନାହାନ୍ତି।   ଏହା ନିଶ୍ଚିତଭାବେ ଉପହାସ ଓ ବୈମାତୃକ ମେନାଭାବର ଉଦାହରଣ। ଜନତା ସରକାରଙ୍କୁ ଏହାର ଜବାବ ଦେବେ।’

4. Govt Notices Primary Teachers on Strike: ଶିକ୍ଷକଙ୍କ ଉପରେ ସରକାର ଖପ୍ପା: ଆଠ ତାରିଖରୁ ତିନି ଦଫା ଦାବି ନେଇ ଆନ୍ଦୋଳନରେ ବସିଥିବା ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କ ଉପରେ ସରକାର ଖପ୍ପା ହୋଇଛନ୍ତି। ତୁରନ୍ତ ସେମାନଙ୍କୁ ବୁଝାସୁଝା କରି ସ୍କୁଲ୍‍ ଫେରାଇ ଆଣିବାକୁ ବିଇଓମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଯଦି ତାହା ଅସଫଳ ହୁଏ ତେବେ ଶିକ୍ଷକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ବି ଦିଆଯାଇଛି। ଏଥିରା ଚୁକ୍ତି ଭିତ୍ତିକ ଶିକ୍ଷକମାନେ ମଧ୍ୟ ସାମିଲ୍‍ ଅଛନ୍ତି। ଯେଉଁ ଶିକ୍ଷକ ସ୍କୁଲ୍‍ ଆସି ନାହାନ୍ତି ତାଙ୍କ ତାଲିକା ପ୍ରସ୍ତୁତ କରି ନିର୍ଦ୍ଦେଶାଳୟକୁ ପଠାଇବାକୁ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

5. Another Low Pressure: ଆଜିଠୁ କମିବ, ଗଣେଶପୂଜାକୁ ବର୍ଷା: 
ବଙ୍ଗାପସାଗରରେ ସୁ ଦୃଶ୍ୟ ହୋଇଥିବା ଲଘୁଚାପ କ୍ରମଶଃ ଓଡ଼ିଶା ଉପକୂରୁ ଘୁଞ୍ଚିଛି। ଅର୍ଥାତ୍‍ ଏହାର ପ୍ରଭାବ ହ୍ରାସ ପାଇଛି। ଏଣୁ ଆଜିଠାରୁ ବର୍ଷା କମିବାର ସମ୍ଭାବନା ରହିଛି। କିନ୍ତୁ ୫ ଜିଲ୍ଲା, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ନୂଆପଡ଼ାରେ ଆଜିବି ବର୍ଷା ସମ୍ଭାବନା ଥିବାରୁ ପୀତ ସତର୍କତା (ୟେଲୋ ଓ୍ୱାର୍ଣ୍ଣିଂ) ଜାରି ହୋଇଛି। ତେବେ ୧୮ ତାରିଖରୁ ଆଉ ଏକ ଳଘୁଚାପ ହେବାର ଆକଳନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରା ଗଣେଶପୂଜା ଏବଂ ନୂଆଖାଇକୁ ବର୍ଷା ହେବାର ଆଶଙ୍କା ରହିଛି। 

6. Damages by Rain: ବର୍ଷାଯୋଗୁ କ୍ଷତି: 
ଲଗାଣ ବର୍ଷା ଯୋଗୁ ରାଜ୍ୟର ୫ ଜିଲ୍ଲାରେ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି। କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗିର ଏବଂ ମାଲକାନଗିରି ପ୍ରଭୃତି ଜିଲ୍ଲାରେ ୧୦୦ରୁ ଅଧିକ ଲୋକଙ୍କ ଘର ଭାଙ୍ଗିଯାଇଥିବା ବେଳେ ସାଧାରଣ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ପକ୍ଷରୁ କୁହାଯାଇଛି। 

7. Agitation Against Tata Power: ଟାଟା ପାଓ୍ୱାର ବିରୋଧରେ ତାତିଲେ ଠିକାଦାର:
ଟାଟା ପାଓ୍ୱାର ବିରୁଦ୍ଧରେ ତାତିଛନ୍ତି ବିଦ୍ୟୁତ୍‍ ଠିକାଦାର ସଂଘ। ଟାଟା ପାଓ୍ୱାର ଅଣ ଓଡ଼ିଆ ଠିକାଦାରଙ୍କୁ ଆଣି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହା ପ୍ରଚଳିତ ଆଇନକୁ ବିରୋଧ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହା କମ୍ପାନୀର ଓଡ଼ିଶା ବ୍ୟବସାୟୀ ମାରଣ ନୀତିର ଏକ ନମୁନା ବୋଲି ସେମାନେ କହିଛନ୍ତି। 

8. INDIA Boycotts Journalists: 14 ସାମ୍ବାଦିକଙ୍କୁ ବର୍ଜନ: 
ଦେଶର ୧୪ ଜଣ ପରିଚିତ ଟିଭି ଉପସ୍ଥାପକ ତଥା ସାମ୍ବାଦିକଙ୍କୁ ବିରୋଧିଦଳଙ୍କ ମେଣ୍ଟ ‘ଇଣ୍ଡିଆ’ ବର୍ଜନ କରିଥିବା ଘୋଷଣା କରିଛି। ଆଜି ମେଣ୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ  ଏହି  ୧୪ ଜଣ ଟିଭି ସାମ୍ବାଦିକ ଉପସ୍ଥାପନ କରୁଥିବା ଶୋ’କୁ ‘ଇଣ୍ଡିଆ’ ମେଣ୍ଟର ନେତାମାନେ ଯିବେ ନାହିଁ। ସେପ୍ଟେମ୍ବର ୧୩ ତାରିଖରେ ‘ଇଣ୍ଡିଆ’ ସମନ୍ୱୟ କମିଟିର ଭର୍ଚ୍ଚୁଆଲ୍‍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କଂଗ୍ରେସ ମୁଖପାତ୍ର ପଓ୍ୱନ ଖେରା କହିଛନ୍ତି। ତାଲିକାରେ ଥିବା ୧୪ ଜଣଙ୍କ ଭିତରେ ଆଜ୍‍ତକ, ଟାଇମ୍ସ ନାଓ, ରିପବ୍ଲିକ, ନ୍ୟୁଜ୍‍୧୮, ଇଣ୍ଡିଆଟୁଡେ, ଭାରତ-୨୪ ଭଳି ଘରୋଇ ଚ୍ୟାନେଲ୍‍ ସହ ସରକାରୀ ଚ୍ୟାନେଲ୍‍  ଦୂରଦର୍ଶନରେ କାର୍ଟ୍ୟ କରୁଥିବା ସାମ୍ବାଦିକ ମାନେ ସାମିଲ୍‍ ଅଛନ୍ତି। ଗତକାଲି ବିରୋଧୀଙ୍କ ପକ୍ଷରୁ କର୍ଣ୍ଣାଟକରେ ସାମ୍ବାଦିକ ସୁଧିର ଚୌଧୁରୀଙ୍କ ବିରୁଦ୍ଧରେ  ଥାନାରେ ଏତଲା ବି ଦିଆଯାଇଥିଲା। ବିରୋଧୀଙ୍କର ସବୁଠାରୁ ବର୍ଜିତ ଆଙ୍କରଙ୍କ ଭିତରେ ରହିଛନ୍ତି ନ୍ୟୁଜ୍‍ ୧୮ ଓ ଆାଜ୍‍ତକ୍‍ ର ସର୍ବାଧିକ ସାମ୍ବାଦିକ। ଏହି ଚ୍ୟାନେଲ୍‍ର ୩ ଜଣ ଲେଖାଏଁ ସାମ୍ବାଦିକଙ୍କ ଉପସ୍ଥାପିତ ଶୋ’କୁ ସେମାନେ ବର୍ଜନ କରିଛନ୍ତି। 

9. NBDA Concerns Over INDIA Decision: ବିରୋଧିଙ୍କ ନିଷ୍ପତ୍ତି ବିରୁଦ୍ଧରେ ପ୍ରତିକ୍ରିୟା: 
ନ୍ୟୁଜ୍‍ ବ୍ରଡକାଷ୍ଟର ଓ ଡିଜିଟାଲ୍‍ ଆସୋସିଏସନ୍‍ ପକ୍ଷରୁ ‘ଇଣ୍ଡିଆ’ ମେଣ୍ଟର  ୧୪ ଟିଭି ସାମ୍ବାଦିକଙ୍କ ଶୋ ବର୍ଜନ କରିବା ନିଷ୍ପତ୍ତିକୁ ନେଇ ଉଦ୍‍ବେଗ ପ୍ରକାଶ କରାଯାଇଛି। ଏହା ଏକ ବିପଜ୍ଜନକ ଉଦାହରଣ ସୃଷ୍ଟି କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରି ନିଷ୍ପତ୍ତି ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ ଦେଉଛି ବୋଲି କହିବା ସହ ଏହି ନିଷ୍ପତ୍ତିକୁ ଫେରାଇ ନେବାକୁ ଅନୁରୋଧ କରାଯାଇଛି। 

10. Proud Hindu Gopinath: ନିଜକୁ ଗର୍ବିତ ହିନ୍ଦୁ ବୋଲି କହିଲେ ଗୀତା ଗୋପିନାଥ: 
ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପ୍ରଥମ ଉପ ମହାପ୍ରବନ୍ଧକ ଗୀତା ଗୋପୀନାଥ ନିଜର ସେଶାଲ୍‍ ମିଡିଆ ହ୍ୟାଣ୍ଡଲ୍‍ ରେ ନିଜକୁ ଜଣେ ଗର୍ବିତ ହିନ୍ଦୁ ବୋଲି କହିଛନ୍ତି।  ବ୍ରିଟେନ୍‍ର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଏକ ଫଟୋକୁ ଶେୟାର କରି ଗୀତା ଏହି ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଆମ ଦୁଇଜଣଙ୍କ ଉତ୍ପତ୍ତି ଭିନ୍ନ ଭିନ୍ନ ହୋଇଥାଇପାରେ, କିନ୍ତୁ ଆମେ ହିନ୍ଦୁ ବୋଲି ଗର୍ବିତ।