Crime News: ପ୍ରେମିକା ଦେଲା ଧମକ, ଯୁବକ ଫେସବୁକ ଲାଇଭ୍ କରି ନଦୀକୁ ଡେଇଁଲେ
Advertisement
Article Detail0/zeeodisha/odisha1871836

Crime News: ପ୍ରେମିକା ଦେଲା ଧମକ, ଯୁବକ ଫେସବୁକ ଲାଇଭ୍ କରି ନଦୀକୁ ଡେଇଁଲେ

Crime News: ଯୁବତୀଙ୍କ ଧମକର ଶିକାର ହୋଇଥିବା ଯୁବକ ପୂର୍ବରୁ ବିବାହିତ ଓ ତାଙ୍କର ସନ୍ତାନ ଥିଲେ ।

Crime News: ପ୍ରେମିକା ଦେଲା ଧମକ, ଯୁବକ ଫେସବୁକ ଲାଇଭ୍ କରି ନଦୀକୁ ଡେଇଁଲେ

Crime News: ମହାରାଷ୍ଟ୍ର ନାଗପୁର (Nagpur) ଜଣେ ୩୮ ବର୍ଷୀୟ ବ୍ୟକ୍ତି ହଠାତ ଫେସବୁକ୍ ଲାଇଭ (Facebook Live)ରେ ଆସିଥିଲେ । ସେ ଲାଇଭରେ ନିଜ ବନ୍ଧୁମାନଙ୍କୁ ଜଣାଇଥିଲେ ଯେ, ସେ ନିଜ ପ୍ରେମିକାଙ୍କ ଦ୍ୱାରା ହଇରାଣ ହେଉଛନ୍ତି । କଥା ନମାନିଲେ ମିଥ୍ୟା ଦୁଷ୍କର୍ମ ଅଭିଯୋଗ କରିବେ ବୋଲି ଧମକ ଦେଇ ହଇରାଣ କରୁଥିଲେ ପ୍ରେମିକା (Girlfriend) । ଏହି କଥା ବନ୍ଧୁମାନଙ୍କୁ ଜଣାଇବା ସହିତ ଆତ୍ମହତ୍ୟା କରିଥିଲେ ଯବକ ଜଣକ । ଆତ୍ମହତ୍ୟା କରିଥିବା ଯୁବକ ପୂର୍ବରୁ ବିବାହିତ (Married) ଓ ତାଙ୍କର ସନ୍ତାନ ଥିବା ଜଣାପଡିଛି । ଫେସବୁକରେ ଲାଇଭ ଆସିଥିବା ସମୟରେ ଯୁବକ ଜଣକ କହିଥିଲେ ଯେ, ତାଙ୍କ ପ୍ରେମିକା ଏବଂ ତାଙ୍କ ପରିବାର ସଦସ୍ୟ ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ କରିବେ ବୋଲି ବାରମ୍ୱାର ଧମକ (Repeated threats) ଦେଉଛନ୍ତି । ଫେସବୁକ୍ ଲାଇଭରେ ଯୁବକ ଏକଥା କହିଥିଲେ ଯେ, ସେ ଜଣେ ୧୯ ବର୍ଷ ବୟସର ଯୁବତୀଙ୍କ ସହିତ ସମ୍ପର୍କ (Relation)ରେ ଥିଲେ ।

ଏନଡିଟିଭିରେ ପ୍ରକାଶିତ ଖବର ଅନୁସାରେ, ଯୁବକ ଜଣକ ଏକଥା ମଧ୍ୟ କହିଛନ୍ତି ଯେ, ସେ ଆହୁରି ମଧ୍ୟ କହିଛନ୍ତି ଯେ ଝିଅର ପରିବାର ଲୋକେ (Family member) ତାଙ୍କୁ ଧମକ ଦେଉଛନ୍ତି । ପରିବାର ପକ୍ଷରୁ ଦାବି ରହୁଛି ଯେ, ଯଦି ସେ ସେମାନଙ୍କୁ ୫ ଲକ୍ଷ ଟଙ୍କା ନ ଦିଅନ୍ତି ତେବେ ତାଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲା (Perjury case)ରେ ଛନ୍ଦି ଦିଆଯିବ । ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ନାମ ମନୀଷ ବୋଲି ସୂଚନା ମିଳିଛି । ମନୀଷଙ୍କ ପରିବାରେ ତାଙ୍କ ପତ୍ନୀଙ୍କ ସହିତ ତିନି ସନ୍ତାନ (3 child) ଅଛନ୍ତି । ତାଙ୍କ ପ୍ରେମିକାଙ୍କ ପରିବାରକୁ ନିର୍ଯ୍ୟାତନା ଶିକାର ହେବା ପରେ ମନୀଷ ନାଗପୁରର ଏକ ନଦୀ (river)କୁ ଡେଇଁପଡିଥିଲେ । ମନୀଷ ଫେସବୁକ ଲାଇଭରେ ଏକଥା ସ୍ପଷ୍ଟ କରିଥିଲେ ଯେ, ସେ ଯୁବତୀଙ୍କ ସହିତ ତାଙ୍କର କୌଣସି ଶାରୀରିକ ସମ୍ପର୍କ ନଥିଲା (no physical contact)।

ନଦୀକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ମନୀଷ କହିଥିଲେ ଯେ, ଉକ୍ତ ଯୁବତୀଙ୍କ ନାମ କାଜଲ । ଜଣେ ଫଟୋ ଷ୍ଟୁଡିଓ ଅପରେଟର (Photo studio operator)ଙ୍କୁ ମଧ୍ୟ ଏହି ଘଟଣା ପାଇଁ ମନୀଷ ଦାୟୀ କରିଛନ୍ତି । ମନୀଷ ନଦୀଙ୍କୁ ଡେଇଁବା ପରେ ଉଦ୍ଧାରକାରୀ ଦଳ ପକ୍ଷରୁ ଖୋଜାଖୋଜି କରାଯାଇଥିଲା । ପରେ ତାଙ୍କର ମୃତ ଦେହ କିଛି ଦୂରରୁ ମିଳିଥିଲା । ମନୀଷଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Also Read- Ira Khan Wedding: ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ଘରେ ବାଜିବ ଶାହାନାଇ, ଜାଣନ୍ତୁ ଇରାଙ୍କ ବାହାଘର କେବେ

Also Read- Ganesh Chaturthi 2023: ୩ ହଜାର ନଡ଼ିଆରେ ୧୨ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି

ସୂଚନାଯୋଗ୍ୟ, ମନୀଷ ନାଗପୁର ଅଞ୍ଚଳରେ ବ୍ୟବସାୟ (Business) କରୁଥିଲେ ଓ ସେ କଲମନା କମ୍ପ୍ଲେକ୍ସରେ ରହୁଥିଲେ । ମନୀଷଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଯେ, ଯୁବତୀ ଓ ତାଙ୍କ ପରିବାର ଲୋକଙ୍କ ବ୍ଲାକମେଲ କାରଣରୁ ମନୀଷଙ୍କ ଜୀବନ ଯାଇଛି । ପରେ ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି ।

Also Read- Hibiscus Flower: ଆପଣଙ୍କ ବାଡିରେ ଫୁଟୁଥିବା ମନ୍ଦାର ଫୁଲ ୪ଟି ରୋଗ ପାଇଁ ଖୁବ ପ୍ରଭାବଶାଳୀ

Also Read- ହଳଦୀ- କ୍ଷୀରରେ ମିଶାନ୍ତୁ ଏହି ଯାଦୁକରୀ ପାଉଡର, ଶକ୍ତିଶାଳୀ ହେବେ..ପାଖ ଛୁଇଁବନି ରୋଗ !