Odisha News: ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ
Advertisement
Article Detail0/zeeodisha/odisha2133462

Odisha News: ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପତି ମୁର୍ମୁଙ୍କ (Droupadi Murmu) ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ । ବୁଧବାର ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ପହଁଞ୍ଚିଲେ ମହାମହିମ । ତେବେ ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି କେନ୍ଦୁଝର ଯିବେ ।

Odisha News: ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

President Droupadi Murmu Odisha Visit Day 2: ଆଜି ରାଷ୍ଟ୍ରପତି ଦ୍ରୌପତି ମୁର୍ମୁଙ୍କ (Droupadi Murmu) ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ । ବୁଧବାର ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ପହଁଞ୍ଚିଲେ ମହାମହିମ । ତେବେ ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି କେନ୍ଦୁଝର ଯିବେ ।

ଖବର ଅନୁଯାୟୀ, ଗୁରୁବାର ସକାଳ ୯ଟା ୧୫ ମିନିଟ୍ ରେ ରାଇରଙ୍ଗପୁର ଇରିଗେସନ୍ ଗେଷ୍ଟ ହାଉସରୁ ଦାଣ୍ଡପୋଷ ହେଲିପ୍ୟାଡ ବାହାରିବେ ରାଷ୍ଟ୍ରପତି । ବାୟୁସେନାର ଆଇଏଏମଏଫ ଏମଆଇ-୧୭ ଜରିଆରେ କେନ୍ଦୁଝର (keonjhar)  ରାଇସୁଆଁ ଅଭିମୁଖେ ଯାତ୍ରା କରିବେ । ପୂର୍ବାହ୍ନ ୧୦ଟା ୫୦ ମିନିଟରେ ରାଇସୁଆଁରେ ପହଞ୍ଚିବା ପରେ ସଡକ ପଥରେ ଗୋନାସିକା ଯିବେ ।  ମଧ୍ଯାହ୍ନ ୧୨ଟାରେ କଦଳୀବାଡ଼ି ଗାଁରେ ପହଁଞ୍ଚି ସେଠାର ଆଦିମ ଅଧିବାସୀ ସମ୍ପ୍ରଦାୟର ଲୋକଙ୍କ ସହ ଭେଟିବା ନେଇ କାର୍ଯ୍ୟକ୍ରମ ରହିଛି । ଏହାପରେ ରାଷ୍ଟ୍ରପତି ଗୁପ୍ତଗଙ୍ଗା ଓ ବ୍ରହ୍ମଶ୍ବର ମନ୍ଦିର ପରିଦର୍ଶନ କରିବେ ।

Also Read- Odisha News: ଏହି ଦିନ ଉଦ୍ଦଘାଟିତ ହେବ ବରମୁଣ୍ତା ବସ ଟର୍ମିନାଲ, ଜାଣନ୍ତୁ ଯାତ୍ରୀଙ୍କ ପାଇଁ ରହିଛି କେଉଁ ସବୁ ସୁବିଧା

ଅପରାହ୍ଣ ୧ଟା ୪୦ ମିନିଟ୍ ରେ କେନ୍ଦୁଝର ସର୍କିଟ ହାଉସରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବେ । ଅପରାହ୍ନ ୩ଟାରେ ମହାମହିମ ଧରଣୀଧର ବିଶ୍ବବିଦ୍ୟାଳୟରରେ ହେବାକୁ ଥିବା ଜାତୀୟ ସେମିନାରକୁ ଉଦ୍ଦଘାଟନ କରିବେ । ଅପରାହ୍ଣ ୪ଟାରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପରୁ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିବେ । ସନ୍ଧ୍ୟା ସାଢେ ୫ଟାରେ ଭୁବନେଶ୍ବର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ପହଞ୍ଚି ସେଠାରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦୁଝର, ଭୁବନେଶ୍ୱରରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।

Also Read- Weather Update: ଆଜି ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା, ଏହି ଦିନଠାରୁ ପାଗରେ ଆସିବ ପରିବର୍ତ୍ତନ