Weather News: ତାତିରୁ ମିଳିଲା ଆଶ୍ୱସ୍ତି, ବର୍ଷାରେ ଭିଜିଲା ରାଜଧାନୀ
Advertisement
Article Detail0/zeeodisha/odisha2193586

Weather News: ତାତିରୁ ମିଳିଲା ଆଶ୍ୱସ୍ତି, ବର୍ଷାରେ ଭିଜିଲା ରାଜଧାନୀ

Weather Updates: ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ଆଜି ସକାଳୁ ମଧ୍ୟାହ୍ମ ପର୍ଯ୍ୟନ୍ତ ଗରମ ଅନୁଭୂତ ହୋଇଥିଲେ ମଧ୍ୟ ଅପରାହ୍ଣ ସମୟରେ ବର୍ଷା ସଭିଙ୍କୁ ଅସହ୍ୟ ଗୁଳୁଗୁଳିରୁ ମୁକ୍ତି ଦେଇଛି । ବର୍ଷା ସହ ବଜ୍ରପାତ ମଧ୍ୟ ହୋଇଛି ।

Weather News: ତାତିରୁ ମିଳିଲା ଆଶ୍ୱସ୍ତି, ବର୍ଷାରେ ଭିଜିଲା ରାଜଧାନୀ

Weather Updates: ଟାଣ ଖରା ଏବଂ ଅସହ୍ୟ ଗରମରୁ ମିଳିଲା ଆଶ୍ୱସ୍ତି । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ଆଜି ସକାଳୁ ମଧ୍ୟାହ୍ମ ପର୍ଯ୍ୟନ୍ତ ଗରମ ଅନୁଭୂତ ହୋଇଥିଲେ ମଧ୍ୟ ଅପରାହ୍ଣ ସମୟରେ ବର୍ଷା ସଭିଙ୍କୁ ଅସହ୍ୟ ଗୁଳୁଗୁଳିରୁ ମୁକ୍ତି ଦେଇଛି । ବର୍ଷା ସହ ବଜ୍ରପାତ ମଧ୍ୟ ହୋଇଛି ।

କେବଳ ଭୁବନେଶ୍ୱରରେ ନୁହେଁ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଆଜି ସକାଳ ସମୟରେ ବର୍ଷା ହୋଇଛି । ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ସହ ଘଡଘଡି ମାରିଥିବା ସୂଚନା ମିଳିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଏପ୍ରିଲ୍ ୭ ଏବଂ ୮ ତାରିଖରେ କିଛି ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ହୋଇପାରେ ବୋଲି ଗତକାଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଏସବୁ ଜିଲ୍ଲା ସମେତ କେନ୍ଦୁଝର ଖୋର୍ଦ୍ଧା, ମୟୁରଭଞ୍ଜ, ଦେଓଗଡ, ନୟାଗଡ, ବୌଦ୍ଧ ଜିଲ୍ଲାକୁ ବଜ୍ରପାତ ହେବା ନେଇ ଆଲର୍ଟ ଜାରି କରାହୋଇଥିଲା । ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦କିମି ରହିବ ବୋଲି ଆକଳନ କରିଥିଲା ପାଣିପାଗ ବିଭାଗ ।

ସେହିପରି ୮ ତାରିଖ ଦିନ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି । ସୋମବାର ଦିନ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରିକୁ ବଜ୍ରପାତ ହେବାର ସମ୍ଭାବନା ରହିଛି । ତେଣୁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରବିବାର ଏବଂ ସୋମବାର ବର୍ଷା ହେବ ବୋଲି ଆକଳନ କରାଯାଇଛି ।

Also Read- ୮୦ ବର୍ଷ ବୟସରେ ପ୍ରଥମଥର କେକ୍ କାଟି ଜନ୍ମଦିନ ପାଳନ କଲେ ବୃଦ୍ଧ, ସେହିଦିନ ରାତିରେ ହେଲା ମୃତ୍ୟୁ

Also Read- ରେଳ ଷ୍ଟେସନରୁ ୪ କୋଟି ଟଙ୍କା ଜବତ, ଥାନାରେ ୩ ଅଟକ