୮୦ ବର୍ଷ ବୟସରେ ପ୍ରଥମଥର କେକ୍ କାଟି ଜନ୍ମଦିନ ପାଳନ କଲେ ବୃଦ୍ଧ, ସେହିଦିନ ରାତିରେ ହେଲା ମୃତ୍ୟୁ
Advertisement
Article Detail0/zeeodisha/odisha2193471

୮୦ ବର୍ଷ ବୟସରେ ପ୍ରଥମଥର କେକ୍ କାଟି ଜନ୍ମଦିନ ପାଳନ କଲେ ବୃଦ୍ଧ, ସେହିଦିନ ରାତିରେ ହେଲା ମୃତ୍ୟୁ

Birthday News: ମଧ୍ୟପ୍ରଦେଶର ଖାର୍ଗୋନରେ ଜଣେ ୮୦ ବର୍ଷର ବୃଦ୍ଧ ନିଜ ପରିବାର ଓ ବନ୍ଧୁମାନଙ୍କ ସହ ପ୍ରଥମ ଥର ପାଇଁ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ସେଦିନ ଉତ୍ସାହର ସହ କେକ୍ କାଟିଥିଲେ । କିନ୍ତୁ ଦୁଃଖର କଥା ସେହିଦିନ ରାତିରେ ହିଁ ସେ ଦୁନିଆକୁ ବିଦାୟ ନେଇଗଲେ ।

୮୦ ବର୍ଷ ବୟସରେ ପ୍ରଥମଥର କେକ୍ କାଟି ଜନ୍ମଦିନ ପାଳନ କଲେ ବୃଦ୍ଧ, ସେହିଦିନ ରାତିରେ ହେଲା ମୃତ୍ୟୁ

Khargone News: ମଧ୍ୟପ୍ରଦେଶର ଖାର୍ଗୋନ ଅଞ୍ଚଳରେ ଜଣେ ୮୦ ବର୍ଷିୟ ବୃଦ୍ଧ ବ୍ୟକ୍ତି ପ୍ରଥମର ପାଇଁ ପରିବାର ଏବଂ ବନ୍ଧୁଙ୍କ ସହ ନିଜର ଜନ୍ମଦିନ ପାଳନ କରିଥିଲେ । ଜନ୍ମଦିନ ପାଳନ ଅବସରରେ ବୃଦ୍ଧ ଜଣକ ତାଙ୍କ ପରିବାର ସଦସ୍ୟଙ୍କ ସାମ୍ନାରେ କେକ୍ କାଟିଥିଲେ । ଏଥିସହ ସେ ଖୁସିରେ ଖୁବ ନାଚିଥିଲେ । ଜନ୍ମଦିନ ପାଳନ ପ୍ରାୟ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ ଦୁଃଖର କଥା ଏହା ଯେ, ଜନ୍ମଦିନ ପାଳନ ପରେ ବୃଦ୍ଧଜଣକ ଦୁନିଆରୁ ବିଦାୟ ନେଇଗଲେ ।

ସୂଚନାନୁସାରେ, ଖାର୍ଗୋନ ପହରସିଂହପୁରେ ରହୁଥିବା ୮୦ ବର୍ଷିୟ ନାରାୟଣ ସିଂ ରଘୁବଂଶୀ ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ନିଜ ଜନ୍ମଦିନ ପାଳନ କରିଥିଲେ । ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ନିଜ ପରିବାର ସଦସ୍ୟ ଏବଂ ପଡୋଶୀମାନେ ନାରାୟଣଙ୍କୁ ଅଭିନନ୍ଦନ ଜଣାଇବାକୁ ଆସୁଥିଲେ । ପ୍ରଥମ ଥର ପାଇଁ ପରିଣତ ବୟସରେ ଜନ୍ମଦିନ ପାଳନ କରୁଥିବାରୁ ନାରାୟଣ ଖୁବ ଖୁସି ଅନୁଭବ କରୁଥିଲେ । ସେ ନିଜ ବାଦ୍ୟଯନ୍ତ୍ର ବଜାଇବା ସହ ନୃତ୍ୟ ପରିବେଷଣ କରିଥିଲେ । ଅନେକ ଲୋକ ନାରାୟଣଙ୍କ ଦୀର୍ଘ ଜୀବନ କାମନା କରିବା ସହ ତାଙ୍କ ହାତରୁ କେକ୍ ଖାଇଥିଲେ । କିନ୍ତୁ ସେହିଦିନ ବିଳମ୍ୱିତ ରାତି ୩ଟା ସମୟରେ ହଠାତ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା । ଜନ୍ମଦିନ ପାଳନ ପରେ ସେ ଶେଷ ନିଦ୍ରାରେ ଶୋଇଗଲେ । ବୃଦ୍ଧ ଜଣକ ଯେଉଁ ସ୍ଥାନରେ ଯୋଗ ଅଭ୍ୟାସ କରୁଥିଲେ ସେଠାରେ ତାଙ୍କର ଶେଷ କୃତ୍ୟ କରାଯାଇଥିଲା । ତାଙ୍କର ଶେଷ ଯାତ୍ରାରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ବୃଦ୍ଧଙ୍କ ସମ୍ପର୍କୀୟ ମନୋଜ ରଘୁଭାନ୍ସି ପ୍ରତିକ୍ରିୟା ଦେଇ କହିଥିଲେ ଯେ, ନାରାୟଣ ସିଂ ଜଣେ ସାମାଜିକ କର୍ମୀ ଭାବେ ପରିଚିତ ଥିଲେ । ସେ ଖୁବ ସୁସ୍ଥ ଜୀବନଜାପନ କରୁଥିଲେ । ତାଙ୍କର ଦୈନନ୍ଦିନ କାର୍ଯ୍ୟ ମଧ୍ୟ ଖୁବ ଭଲ ଥିଲା । ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ପ୍ରତିଦିନ ସକାଳ ୬ ଟା ସମୟରେ ପ୍ରତିଦିନ ଯୋଗ କରୁଥିଲେ । କେହି ଭାବି ନଥିଲେ ଯେ, ସେ ଜନ୍ମଦିନରେ ଆରପାରିକୁ ଚାଲିଯିବେ ବୋଲି । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକାକୂଳ ପରିବେଶ ଖେଳିଯାଇଛି ।

Also Read- ରେଳ ଷ୍ଟେସନରୁ ୪ କୋଟି ଟଙ୍କା ଜବତ, ଥାନାରେ ୩ ଅଟକ

Also Read- ମହାନଦୀରେ ଅଘଟଣ, ଜେଜେଙ୍କ ଶୁଦ୍ଧିକ୍ରିୟାରେ ବୁଡିଗଲେ ନାତି