ରେଳ ଷ୍ଟେସନରୁ ୪ କୋଟି ଟଙ୍କା ଜବତ, ଥାନାରେ ୩ ଅଟକ
Advertisement

ରେଳ ଷ୍ଟେସନରୁ ୪ କୋଟି ଟଙ୍କା ଜବତ, ଥାନାରେ ୩ ଅଟକ

୩ ଜଣ ବ୍ୟକ୍ତି ୬ଟି ଟଙ୍କାଭର୍ତ୍ତି ବ୍ୟାଗ ନେଇ ଗନ୍ତବ୍ୟସ୍ଥଳକୁ ଯିବା ସମୟରେ ପୋଲିସର ସନ୍ଦେହ ଘେରକୁ ଆସିଥିଲେ । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ୩ ଯୁବକଙ୍କ ମଧ୍ୟରେ ଜଣେ ବିଜେପି କର୍ମୀ ଥିବା ସୂଚନା ମିଳିଛି ।

ରେଳ ଷ୍ଟେସନରୁ ୪ କୋଟି ଟଙ୍କା ଜବତ, ଥାନାରେ ୩ ଅଟକ

ତାମିଲନାଡୁ: ଚେନ୍ନାଇର ତାମ୍ବରମ୍ ରେଳ ଷ୍ଟେସନରୁ ୪ କୋଟି ଟଙ୍କା ଜବତ କରିଛି ପୋଲିସ । ୩ ଜଣ ବ୍ୟକ୍ତି ୬ଟି ଟଙ୍କାଭର୍ତ୍ତି ବ୍ୟାଗ ନେଇ ଗନ୍ତବ୍ୟସ୍ଥଳକୁ ଯିବା ସମୟରେ ପୋଲିସର ସନ୍ଦେହ ଘେରକୁ ଆସିଥିଲେ । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ୩ ଯୁବକଙ୍କ ମଧ୍ୟରେ ଜଣେ ବିଜେପି କର୍ମୀ ଥିବା ସୂଚନା ମିଳିଛି ।

ଖବର ମୁତାବକ, ଥାନାରେ ଅଟକ ଥିବା ବିଜେପି କର୍ମୀଙ୍କ ନାମ ସତୀଶ ବୋଲି ଜଣାପଡିଛି । ସେ ଜଣେ ମ୍ୟାନେଜ ଭାବା ହୋଟେଲରେ କାମ କରନ୍ତି । ସତୀଶଙ୍କ ସହ ଅଟକ ଥିବା ଅନ୍ୟ ଦୁଇଜଣ ହେଇଛନ୍ତି ତାଙ୍କ ଭାଈ ନବୀନ ଏବଂ ଗାଡି ଡ୍ରାଇଭର ପେରୁମଲ । ତାମ୍ବରମ୍ରୁ ଥିରୁନେଲଭେଲି ଯିବା ସମୟରେ ସମସ୍ତେ ପୋଲିସ ହାତରେ ଧରା ପଡିଛନ୍ତି । କୌଣସି ରାଜନୈତିକ ଉଦ୍ଦେଶ୍ୟରେ ଏହି ଟଙ୍କା ବ୍ୟବହାର ହେବା ନେଇ ସନ୍ଦେହ ପ୍ରକାଶ ପାଇଛି । ଆୟକର ବିଭାଗକୁ ପୋଲିସ ଏହିସ ଦାୟିତ୍ୱ ହସ୍ତାନ୍ତର କରିଛି ।

ଆପଣଙ୍କୁ କହିରଖୁଛୁ ଯେ, ଆଗାମି ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଅର୍ଥ କାରବାର କରୁଥିବା ପ୍ରତ୍ୟକଥର ଦୃଷ୍ଟିକୁ ଆସିଥାଏ । ତେବେ ତାମିଲନାଡୁରେ ନିର୍ବାଚନ ପାଖେଇ ଆସୁଥିବାରୁ ସମସ୍ତ ଦଳ ଲୋକଙ୍କ ମନ ଜିଣିବାକୁ ସବୁ ପ୍ରକାରର ଉପାୟ ଅବଲମ୍ୱନ କରୁଛନ୍ତି । ଏପ୍ରିଲ ୧୯ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁରେ ୩୯ଟି ଆସନରେ ଭୋଟ ଗ୍ରହଣ ହେବ। ଜୁନ୍‌ ୪ ତାରିଖ ଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ଏକ କାରରୁ ଟଙ୍କା ଜବତ ହୋଇଥିଲା । ବିନିକା ଥାନା ପୋଲିସ କଲେଜ ଛକରେ ପାଟ୍ରୋଲିଂ କରିବା ସମୟରେ ଏକ କାରକୁ ଅଟକାଇ ଯାଞ୍ଚ କରୁଥିଲା  । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କାର୍ ଭିତରୁ ପୁଳାପୁଳା ଟଙ୍କା ବାହାରିଥିଲା । କାର ଚାଳକଙ୍କୁ ପୋଲିସ ଟଙ୍କା ବିଷୟରେ ପଚାରିବାରୁ ତାର କଥାବାର୍ତ୍ତାରୁ ସେ ସନ୍ଦେହ ଘେରକୁ ଆସିଥିଲା । ଆନ୍ଧ୍ରପ୍ରଦେଶ ନମ୍ୱର ଥିବା ଇନୋଭା କାର୍ AP05 TC-8181 ନମ୍ୱରକୁ ପୋଲିସ ଯାଞ୍ଚ ପାଇଁ ଅଟକାଇଥିଲା । କାର ମଧ୍ୟରେ ଯାଞ୍ଚ କରିବା ସମୟରେ ସେଥିରୁ ମୋଟ ୫୫ ଲକ୍ଷ ୨୦ ହଜାର ଟଙ୍କା କ୍ୟାସ ମିଳିବା ପରେ ପୋଲିସ ଗାଡି ଚାଳକଙ୍କୁ ଟଙ୍କା ବାବଦରେ ପଚାରିଥିଲା । ଏତେଟଙ୍କା କେଉଁଠୁ ଆଣିଲ ଏବଂ କେଉଁଠିକି ନେଉଛ ପ୍ରଶ୍ନର ଉତ୍ତର ଦେବା ସମୟରେ ଥଙ୍ଗଥଙ୍ଗ ହୋଇପଡିଥିଲେ କାର ଚାଳକ । ତେବେ ପୋଲିସ ଗାଡି ଚାଳକଙ୍କୁ ଅଟକ ରଖି ପଚରାଉଚରା କରିବାକୁ ଜଣାପଡିଥିଲା ଯେ, ଜବତ ଟଙ୍କା ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳକୁ ଯାଉଥିଲା । ତେବେ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଯୁବକଙ୍କୁ ପଚରା ଉଚରା କରୁଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ହୁଏତ ଏ ଟଙ୍କା କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କର ହୋଇଥାଇପାରେ ବୋଲି ସନ୍ଦେହ ଉଙ୍କି ମାରୁଛି ।

Also Read- ମହାନଦୀରେ ଅଘଟଣ, ଜେଜେଙ୍କ ଶୁଦ୍ଧିକ୍ରିୟାରେ ବୁଡିଗଲେ ନାତି

Also Read- Surya Gochar 2024: ସୂର୍ଯ୍ୟ ପରାଗର ୫ ଦିନ ପରେ ଫିଟିବ ୩ ରାଶିର ଭାଗ୍ୟ