PM Kisanର କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ ଦେଲେ ବଡ଼ ଖୁସି ଖବର, ଜାଣି ଖୁସିରେ ନାଚି ଉଠିବେ ଚାଷୀ!
Advertisement
Article Detail0/zeeodisha/odisha1584022

PM Kisanର କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ ଦେଲେ ବଡ଼ ଖୁସି ଖବର, ଜାଣି ଖୁସିରେ ନାଚି ଉଠିବେ ଚାଷୀ!

PM Kisan 13th Installment: ଫେବୃଆରୀ ୨୪ରେ DBT ମାଧ୍ୟମରେ କେନ୍ଦ୍ର ସରକାର ଏହି କିସ୍ତି କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବେ ବୋଲି ଆଶା କରାଯାଉଛି । କିନ୍ତୁ ଏହି କିସ୍ତି ପାଇଁ ଟଙ୍କା ପାଇବା ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମାର ଏଭଳି ସୂଚନା ସେୟାର କରିଛନ୍ତି, ଯାହା ଶୁଣିବା ପରେ କୃଷକ ଭାଇମାନେ ନିଶ୍ଚିତ ଖୁସି ହେବେ ।

PM Kisanର କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ ଦେଲେ ବଡ଼ ଖୁସି ଖବର, ଜାଣି ଖୁସିରେ ନାଚି ଉଠିବେ ଚାଷୀ!

Narendra Singh Tomar On Horticulture Sector: ପିଏମ କିସାନ ସମ୍ମାନ ନିଧି (PM Kisan Samman Nidhi Yojana) ର ୧୩ତମ କିସ୍ତି (PM Kisan 13th Installment) ପାଇଁ ଅପେକ୍ଷା ଶେଷ ହେବାକୁ ଯାଉଛି । ଫେବୃଆରୀ ୨୪ରେ DBT ମାଧ୍ୟମରେ କେନ୍ଦ୍ର ସରକାର ଏହି କିସ୍ତି କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବେ ବୋଲି ଆଶା କରାଯାଉଛି । କିନ୍ତୁ ଏହି କିସ୍ତି ପାଇଁ ଟଙ୍କା ପାଇବା ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମାର (Narendra Singh Tomar) ଏଭଳି ସୂଚନା ସେୟାର କରିଛନ୍ତି, ଯାହା ଶୁଣିବା ପରେ କୃଷକ (Farmers) ଭାଇମାନେ ନିଶ୍ଚିତ ଖୁସି ହେବେ । ନରେନ୍ଦ୍ର ସିଂ ତୋମାର (Narendra Singh Tomar) କହିଛନ୍ତି ଯେ, ଉଦ୍ୟାନ କୃଷି କ୍ଷେତ୍ର (Horticulture Sector) କୁ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଥିବା କ୍ଷେତ୍ର ବୋଲି ମନେ କରାଯାଉଛି । ଏହି କ୍ଷେତ୍ର ଧୀରେ ଧୀରେ ବିହନ କାରବାର, ମୂଲ୍ୟ ଯୋଗ ଏବଂ ରପ୍ତାନି ସହିତ ଜଡିତ ଏକ ସଂଗଠିତ ଶିଳ୍ପରେ ପରିଣତ ହେଉଛି ।

ବେଙ୍ଗାଲୁରୁରେ ଚାରି ଦିନିଆ ଜାତୀୟ ଉଦ୍ୟାନ କୃଷି ମେଳା 'ଅନଲାଇନ୍'ର ଉଦଘାଟନ କରି  ନରେନ୍ଦ୍ର ସିଂ ତୋମାର (Narendra Singh Tomar) କହିଛନ୍ତି ଯେ, କୃଷକଙ୍କ ଆୟ (Farmers Income) କୁ ଦ୍ୱିଗୁଣିତ କରିବା ତଥା ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ଉଦ୍ୟାନ କୃଷି କ୍ଷେତ୍ର (Horticulture Sector) ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ, ଉତ୍ପାଦନରେ ଦ୍ରୁତ ବୃଦ୍ଧି ଓ ଉଦ୍ୟାନ କୃଷି ଫସଲର ଉପଲବ୍ଧତା ଦେଶର ପୁଷ୍ଟିକର ସୁରକ୍ଷା ମଧ୍ୟରେ ବ୍ୟବଧାନ ଦୂର କରିବାରେ ସହାୟକ ହେବ । ଏକ ଆଧିକାରୀକ ବୟାନ ଅନୁଯାୟୀ ଦେଶର ଉଦ୍ୟାନ କୃଷି ଉତ୍ପାଦନ ୧୯୫୦-୫୧ ମସିହାରେ ୨.୫ କୋଟି ଟନରୁ ୧୩ ଗୁଣ ବୃଦ୍ଧି ପାଇ ୨୦୨୦-୨୧ ବର୍ଷରେ ୩୩.୧ କୋଟି ଟନରେ ପହଞ୍ଚିଛି, ଯାହା ଖାଦ୍ୟ ଶସ୍ୟ ଉତ୍ପାଦନଠାରୁ ବହୁତ ଅଧିକ ଅଟେ ।

କେନ୍ଦ୍ର କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମାର (Narendra Singh Tomar) ଆଗକୁ କହିଛନ୍ତି ଯେ, "ଏହି କ୍ଷେତ୍ରକୁ ଅର୍ଥନୈତିକ ଅଭିବୃଦ୍ଧିର ଡ୍ରାଇଭର ଭାବରେ ମନେ କରାଯାଉଛି । ଏହି କ୍ଷେତ୍ର ଧୀରେ ଧୀରେ ବିହନ କାରବାର, ମୂଲ୍ୟ ଯୋଗ ଏବଂ ରପ୍ତାନି ସହିତ ଏକ ସଂଗଠିତ ଶିଳ୍ପରେ ପରିଣତ ହେଉଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟରେ ଉଦ୍ୟାନ କୃଷି କ୍ଷେତ୍ରର ବିକାଶ ପାଇଁ ୨୨୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଆପଣଙ୍କୁ କହି ରଖୁଛୁ ଯେ, କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ଖେଳାଳିଙ୍କ ଉପରେ ହଠାତ୍ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼, ବାପାଙ୍କ ନିଧନ

ଏହା ବି ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଦଳ, ଏହି ଖତରନାକ୍ ବୋଲରଙ୍କୁ କରାଗଲା ଅଧିନାୟକ

ଏହା ବି ପଢ଼ନ୍ତୁ:-IPL ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ମିଳିଲା ନୂଆ ଅଧିନାୟକ, ଏହି ଧୁରନ୍ଧର ବ୍ୟାଟ୍ସମ୍ୟାନ୍ ନେବେ ଦଳର ନେତୃତ୍ୱ

 

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି କ’ଣ?

ମୋଦି ସରକାର  (Modi Govt) ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଅଧୀନରେ ୪ ମାସରେ କୃଷକଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତି ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଦିଆଯାଏ ।