BSNL Recharge Plan: ଜିଓ ଓ ଏୟାରଟେଲ ସମସ୍ତଙ୍କ ଛୁଟି, BSNL ୩୦୦ ଟଙ୍କାରେ ଦେଉଛି ୧୩ ମାସର ବୈଧତା, ମାଗଣା ଡାଟା ଏବଂ କଲିଂ!
Advertisement
Article Detail0/zeeodisha/odisha1584062

BSNL Recharge Plan: ଜିଓ ଓ ଏୟାରଟେଲ ସମସ୍ତଙ୍କ ଛୁଟି, BSNL ୩୦୦ ଟଙ୍କାରେ ଦେଉଛି ୧୩ ମାସର ବୈଧତା, ମାଗଣା ଡାଟା ଏବଂ କଲିଂ!

BSNL Recharge Plan: ଏହି ପ୍ଲାନର ମାସିକ ଖର୍ଚ୍ଚ ୩୦୦ ଟଙ୍କାରୁ କମ୍ ଅଟେ । ଅର୍ଥାତ BSNL ର ବାର୍ଷିକ ପ୍ଲାନର ମାସିକ ଖର୍ଚ୍ଚ Jio ଓ Airtelର ମାସିକ ପ୍ଲାନ ଠାରୁ କମ୍ ଅଟେ । ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏପରି କିଛି BSNL ପ୍ଲାନ୍ ବିଷୟରେ କହୁଛୁ, ଯାହାର ମାସିକ ମୂଲ୍ୟ ନିୟମିତ ରିଚାର୍ଜ ପ୍ଲାନ୍ ଠାରୁ କମ୍ ଅଟେ ।

BSNL Recharge Plan: ଜିଓ ଓ ଏୟାରଟେଲ ସମସ୍ତଙ୍କ ଛୁଟି, BSNL ୩୦୦ ଟଙ୍କାରେ ଦେଉଛି ୧୩ ମାସର ବୈଧତା, ମାଗଣା ଡାଟା ଏବଂ କଲିଂ!

BSNL Recharge Plan: ଟେଲିକମ୍ କମ୍ପାନୀ ଭାରତୀୟ ଦୂରସଞ୍ଚାର ନିଗମ ବା BSNL ଅନେକ ପ୍ରକାରର ରିଚାର୍ଜ ପ୍ଲାନ୍ (BSNL Recharge Plan) ପ୍ରଦାନ କରେ । ଏହି ପ୍ଲାନଗୁଡିକ ମଧ୍ୟରୁ କେତେକ ଅଧିକ ବୈଧତା ସହିତ ଆସିଥାଏ । ଏହି ପ୍ଲାନ (BSNL Annual Plan) ରେ ଏକ ବର୍ଷର ବୈଧତା (BSNL One Year Validity) ପ୍ରଦାନ କରାଯାଇଛି । ଏହା ସହିତ ମାଗଣା ଡାଟା ଓ କଲିଂ ସୁବିଧା ଯୋଗାଇ ଦିଆଯାଉଛି । ଏହି ପ୍ଲାନର ମାସିକ ଖର୍ଚ୍ଚ ୩୦୦ ଟଙ୍କାରୁ କମ୍ ଅଟେ । ଅର୍ଥାତ BSNL ର ବାର୍ଷିକ ପ୍ଲାନର ମାସିକ ଖର୍ଚ୍ଚ ଜିଓ (Jio) ଓ ଏୟାରଟେଲ (Airtel) ର ମାସିକ ପ୍ଲାନ ଠାରୁ କମ୍ ଅଟେ । ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏପରି କିଛି BSNL ପ୍ଲାନ୍ ବିଷୟରେ କହୁଛୁ, ଯାହାର ମାସିକ ମୂଲ୍ୟ ନିୟମିତ ରିଚାର୍ଜ ପ୍ଲାନ୍ ଠାରୁ କମ୍ ଅଟେ ।

BSNL 2999 ରିଚାର୍ଜ ପ୍ଲାନ୍

BSNL ର ଏହି ପ୍ଲାନରେ ୩୯୫ ଦିନର ବୈଧତା ମିଳିଥାଏ । ଏହି ପ୍ଲାନ୍ ଦୈନିକ 2GB ଡାଟା ଲିମିଟ୍ ସହିତ ଆସିଥାଏ । ଆହୁରି ମଧ୍ୟ ୭୫ ଜିବି ଅତିରିକ୍ତ ଡାଟା ଦିଆଯାଉଛି । ଏହି ଉପାୟରେ ଆପଣ ସମୁଦାୟ ୮୬୫ GB ଡାଟା ପାଇବେ । ଅସୀମିତ ଭଏସ୍ କଲିଂ ସହିତ ଏହି ପ୍ଲାନରେ ଦୈନିକ ୧୦୦ SMS ସୁବିଧା ଉପଲବ୍ଧ ରହିଛି । ଆହୁରି ମଧ୍ୟ PRBT ଓ Eros Now ର ମାସିକ ସବସ୍କ୍ରିପଶନ୍ ମିଳିଥାଏ ।

BSNL 2399 ରିଚାର୍ଜ ପ୍ଲାନ୍

ଏହି ପ୍ଲାନରେ ୩୬୫ ଦିନ ଅର୍ଥାତ ଏକ ବର୍ଷର ବୈଧତା ମିଳିଥାଏ । ଆହୁରି ମଧ୍ୟ ଦୈନିକ 2 GB ଡାଟା ପ୍ରଦାନ କରାଯାଏ । ଏହା ବ୍ୟତୀତ ଅସୀମିତ ଭଏସ୍ କଲିଂର ସୁବିଧା ମାଗଣାରେ ଯୋଗାଇ ଦିଆଯାଉଛି । ଏହି ପ୍ଲାନରେ ୟୁଜର୍ସମାନେ ପ୍ରତିଦିନ 100 SMS ପାଆନ୍ତି । 74 GB ଅତିରିକ୍ତ ଡାଟା ମଧ୍ୟ ମିଳିଥାଏ । ଏହା ସହିତ ଆପଣ ସମୁଦାୟ ୮୦୨ ଜିବି ଡାଟା ଉପଭୋଗ କରିପାରିବେ ।

BSNL 1198 ରିଚାର୍ଜ ପ୍ଲାନ୍

ଏହି ପ୍ଲାନରେ 3 GB ମାସିକ ଡାଟା ମିଳିଥାଏ । ସେପଟେ କଲିଂ ପାଇଁ ୩୦୦ ମିନିଟ୍ ଓ 30 SMS ଦିଆଯାଉଛି । ଏହି ଯୋଜନାର ବୈଧତା ହେଉଛି ୩୬୫ ଦିନ ଅର୍ଥାତ୍ ଗୋଟିଏ ବର୍ଷ ।

ଏହା ବି ପଢ଼ନ୍ତୁ:-ପିଏମ କିସାନର କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ ଦେଲେ ବଡ଼ ଖୁସି ଖବର, ଜାଣି ଖୁସିରେ ନାଚି ଉଠିବେ ଚାଷୀ!

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ଖେଳାଳିଙ୍କ ଉପରେ ହଠାତ୍ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼, ବାପାଙ୍କ ନିଧନ

ଏହା ବି ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଦଳ, ଏହି ଖତରନାକ୍ ବୋଲରଙ୍କୁ କରାଗଲା ଅଧିନାୟକ

ନୋଟ୍:- ଏଠାରେ କହି ରଖୁଛୁ ଯେ ଏଗୁଡିକ BSNL ର ବାର୍ଷିକ ରିଚାର୍ଜ ପ୍ଲାନ୍ । ଯାହା ୩୬୫ କିମ୍ବା ଅଧିକ ଦିନର ବୈଧତା ସହିତ ଆସେ । କିନ୍ତୁ ଯାହାର ମାସିକ ଖର୍ଚ୍ଚ ୩୦୦ରୁ କମ୍ ଅଟେ । ଯଦିଓ ଏହି ସମସ୍ତ ରିଚାର୍ଜ ପ୍ଲାନ୍ଗୁଡିକ ୧୦୦୦ ଟଙ୍କା ଓ ତା’ଠାରୁ ଅଧିକ ମୂଲ୍ୟରେ ଆସିଥାଏ ।