Tomato Price: ମହଙ୍ଗା ମାଡରୁ ମିଳିବ ମୁକ୍ତି, ଅଗଷ୍ଟ ୧୫ରୁ ଟମାଟୋ କେଜି ୫୦!
Advertisement
Article Detail0/zeeodisha/odisha1825057

Tomato Price: ମହଙ୍ଗା ମାଡରୁ ମିଳିବ ମୁକ୍ତି, ଅଗଷ୍ଟ ୧୫ରୁ ଟମାଟୋ କେଜି ୫୦!

Tomato price: ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଦୀର୍ଘ ଦିନର ଅପେକ୍ଷା ପରେ ବର୍ତ୍ତମାନ ଟମାଟୋ କେଜି ପିଛା ୫୦ ଟଙ୍କାରେ ବିକ୍ରି ହେବାକୁ ଯାଉଛି ।

Tomato Price: ମହଙ୍ଗା ମାଡରୁ ମିଳିବ ମୁକ୍ତି, ଅଗଷ୍ଟ ୧୫ରୁ ଟମାଟୋ କେଜି ୫୦!

Tomato price: ସ୍ୱାଧୀନତା ଦିବସ ଅବସରରେ ଆପଣଙ୍କୁ ଏକ ଭଲ ଖବର ଦେବାକୁ ଯାଉଛୁ, କାରଣ ଆପଣଙ୍କୁ ସ୍ୱାଧିନତା ଦିବସରେ ମୁଦ୍ରାସ୍ଫୀତିରୁ ମୁକ୍ତି ମିଳିବାକୁ ଯାଉଛି । ତାମାନେ ଏହା ନୁହେଁ ଯେ, ଦେଶରେ ସବୁକିଛି ଖୁବ ଶସ୍ତା ହେବାକୁ ଯାଉଛି । ଏହା ହେଉଛି ବର୍ତ୍ତମାନର ଖୁସି ଖବର ଟମାଟୋ ଦର କମ ହେବାକୁ ଯାଉଛି । ବିଗତ କିଛି ମାସ ଧରି ଆପଣଙ୍କୁ ହେଉଥିବା ସମସ୍ୟାର ସାମାନ୍ୟ ସମାଧାନର ରାସ୍ତା ଖୋଲିଛି । ବର୍ତ୍ତମାନ ଟମାଟୋ ଦର ୧୫୦ରୁ ୨୦୦ଟଙ୍କାରୁ ସିଧା ୫୦ ଟଙ୍କା ହେବାକୁ ଯାଉଛି ।

ଆପଣଙ୍କୁ ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ସତ । ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ନାଫେଡ ଏବଂ ଏନସିସିଏଫକୁ ଅଗଷ୍ଟ ୧୫ ରୁ କେଜି ପିଛା ୫୦ ଟଙ୍କା ମୂଲ୍ୟରେ ଟମାଟୋ ବିକ୍ରି (Tomato) କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ହୋଲସେଲ ବଜାରରେ ଟମାଟୋର ଦର ସାମାନ୍ୟ କମିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଆପଣଙ୍କୁ କହିବାକୁ ଚାହୁଁ ଯେ, ଦେଶରେ ଟମାଟୋର ମୂଲ୍ୟ ଖୁବ ଅଧିକ ହେବା କାରଣରୁ ଜୁଲାଇ ୧୪ରେ ସରକାରୀ ଭାବରେ ଟମାଟୋ ବିକ୍ରି ଆରମ୍ଭ କରାଯାଇଥିଲା । ରାଜଧାନୀ ଦିଲ୍ଲୀ-ଏନସିଆର (Delhi NCR) ଅଞ୍ଚଳରେ ସରକାର ଏକ ମାସ ମଧ୍ୟରେ ସମୁଦାୟ ୧୫ ଲକ୍ଷ କିଲୋଗ୍ରାମ ଟମାଟୋ ବିକ୍ରି କରିଛନ୍ତି । NAFED ଏବଂ NCCF ପରି ସରକାରୀ ଏଜେନ୍ସି ଗୁଡିକ କ୍ରମାଗତ ଭାବରେ ଟମାଟୋ କିଣିବା ସହିତ ମୁଦ୍ରାସ୍ଫୀତି ପ୍ରବଣ ଅଞ୍ଚଳ ତଥା ଖୁଚୁରା ବଜାରରେ ଗ୍ରାହକଙ୍କ ପାଇଁ ଟମାଟୋ ବିକ୍ରି କରୁଛନ୍ତି । କେବଳ ଦିଲ୍ଲୀ-ଏନସିଆର ନୁହେଁ, ଏହା ସହିତ ଜୟପୁର, ବାରାଣାସୀ, କୋଟା, ଲକ୍ଷ୍ନୌ, ମୁଜାଫରପୁର, କାନପୁର, ପ୍ରୟାଗରାଜ, ପାଟନା, ଆରା ଏବଂ ବକ୍ସାର ଭଳି ପ୍ରମୁଖ ସହରର ଖୁଚୁରା ବଜାରରେ ସରକାରୀ ପକ୍ଷରୁ ଟମାଟୋ ଉପଲବ୍ଧ କରାଯାଇଥିଲା । ଗ୍ରାହକମାନେ ଟମାଟୋ କିଣି ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିଲେ ।

ନ୍ୟାସନାଲ କୋ-ଅପରେଟିଭ୍ କଞ୍ଜ୍ୟୁମର ଫେଡେରେସନ୍ (NAFED and NCCF) ପ୍ରଥମେ ବ୍ୟାପାକ ଭାବରେ ଟମାଟୋ କିଣି ବଜାରରେ କିଲୋଗ୍ରାମ ପିଛା ୯୦ ଟଙ୍କା ମୂଲ୍ୟରେ ବିକ୍ରି କରିବା ଆରମ୍ଭ କରିଥିଲା । ଉକ୍ତ ସମୟରେ ସାଧାରଣ ବଜାରରେ ଟମାଟୋ ମୂଲ୍ୟ କିଲୋଗ୍ରାମରେ ୧୫୦ ରୁ ୨୦୦ ଟଙ୍କା ମଧ୍ୟରେ ରହିଥିଲା । ପରେ ନ୍ୟାସନାଲ କୋ-ଅପରେଟିଭ୍ କଞ୍ଜ୍ୟୁମର ଫେଡେରେସନ୍ ପକ୍ଷରୁ ଟମାଟୋ ମୂଲ୍ୟ ଜୁଲାଇ ୧୬ ରେ ୧୦ଟଙ୍କା କମ କରାଯାଇ ୮୦ ଟଙ୍କାରେ ବିକ୍ରି କରାଯାଇଥିଲା । ପରେ ଜୁଲାଇ ୨୦ ରେ ଏହି ଟମାଟୋ କିଲୋଗ୍ରାମ ପିଛା ୭୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ସରକାରୀ ଏଜେନ୍ସି ନ୍ୟାସନାଲ କୋ-ଅପରେଟିଭ୍ କଞ୍ଜ୍ୟୁମର ଫେଡେରେସନ୍ ପକ୍ଷରୁ ଟମାଟୋର ମୂଲ୍ୟ ପୁଣି ଥରେ କମ ହେବାକୁ ଯାଉଛି । ଅଗଷ୍ଟ ୧୫ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଟମାଟୋ କେଜି ପିଛା ମାତ୍ର ୫୦ ଟଙ୍କା ଦରରେ ଏମାନେ ଉପଲବ୍ଧ କରାଇବେ । ଏହି ଖବର ବର୍ତ୍ତମାନ ଗ୍ରାହକଙ୍କୁ ଆହୁରୀ ଆଶ୍ୱସ୍ତି ଦେଇଛି ।

ଆପଣ ମଧ୍ୟ ଯଦି ଦିଲ୍ଲୀ ଏନସିଆର କିମ୍ୱା ଜୟପୁର, ବାରାଣାସୀ, କୋଟା, ଲକ୍ଷ୍ନୌ, ମୁଜାଫରପୁର, କାନପୁର, ପ୍ରୟାଗରାଜ, ପାଟନା, ଅଞ୍ଚଳରେ ରହୁଛନ୍ତି ତେବେ କମ ଦରରେ ଟମାଟୋ କିଣିପାରିବେ । ଦିଲ୍ଲୀରେ ସରକାର ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ୭୦ ଟି ସ୍ଥାନରେ ଶସ୍ତାରେ ଗ୍ରାହକଙ୍କ ପାଇଁ ଟମାଟୋ ବିକ୍ରି କରୁଛନ୍ତି । ନୋଏଡାର ୧୫ ଟି ସ୍ଥାନରେ ଶସ୍ତାରେ ଟମାଟୋ ବିକ୍ରି ହେଉଛି । ଏଥି ସହିତ ସରକାର ଅନଲାଇନ୍ ପ୍ଲାଟଫର୍ମ 'ONDC' ରେ ମଧ୍ୟ ଟମାଟୋ ବିକ୍ରି କରୁଛନ୍ତି । ଟମାଟୋ ଦର ଶସ୍ତା ହେବା ପରେ ଗ୍ରାହକମାନେ ଖୁସି ପ୍ରକାଶ କରିଛନ୍ତି ।

Also Read- ୩ ମିନିଟରେ ୧୫ ହଜାର ଫୁଟ ତଳକୁ ଖସିଲା ବିମାନ, ଭୟଙ୍କର ଅନୁଭୂତି କହିଲେ ଯାତ୍ରୀ