Odisha Weather: ଡ଼ହଡ଼ହ ଖରାରୁ ମିଳିବ ଆଶ୍ୱସ୍ତି, ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2234318

Odisha Weather: ଡ଼ହଡ଼ହ ଖରାରୁ ମିଳିବ ଆଶ୍ୱସ୍ତି, ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ସମ୍ଭାବନା

Odisha Weather:ଦୁଇଦିନ ତଳେ ଟିକିଏ କମିଥିବା ବେଳେ ଗତକାଲି  ପୁଣି ୪୦ ଡ଼ିଗ୍ରୀ ଅତିକ୍ରମ କରିଛି । ଯଦି ଗତକାଲିର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଦେଖିବା ତା ହେଲେ ୪୧.୬ ଡ଼ିଗ୍ରୀ ରେକର୍ଡ ହୋଇଥିଲା। ସେହିପରି କଟକରେ ୪୦.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

 

Odisha Weather: ଡ଼ହଡ଼ହ ଖରାରୁ ମିଳିବ ଆଶ୍ୱସ୍ତି, ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ସମ୍ଭାବନା

Odisha Weather: ଏଣିକି ତାତିରୁ ମିଳିବ ଟିକିଏ ଆଶ୍ୱସ୍ତି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ସମେତ କିଛି ପାଶ୍ୱବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାଫଳରେ ଦିନର ତାପମାତ୍ରା ହ୍ରାସ ପାଇବ । ସେହିପରି ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେବେ କାଳବୈଶାଖୀ କାରଣରୁ ରାଜ୍ୟ ବାସୀ ଟିକିଏ ଆଶ୍ୱସ୍ତି ପାଇବାକୁ ଯାଉଛନ୍ତି। 

 

ସେହିପରି ଗତକିଛିଦିନ ହେଲା ତାତିରେ ଡହଳବିକଳ ହେଉଛି ରାଜ୍ୟ । ଗତକାଲି ୪୪.୬ ଡ଼ିଗ୍ରୀ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ୭ଟି ସହରରେ ଦିନ ତାପମାତ୍ରା ୪୩ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଥିଲା । ୨୬ ଟି ସହରରେ ୪୦ଡ଼ିଗ୍ରୀ ଅତିକ୍ରମ କରିଥିଲା ତାପମାତ୍ରା । ଅନ୍ୟପଟେ ଟ୍ୱିନସିଟି ତାପମାତ୍ରା ଦୁଇଦିନ ତଳେ ଟିକିଏ କମିଥିବା ବେଳେ ଗତକାଲି  ପୁଣି ୪୦ ଡ଼ିଗ୍ରୀ ଅତିକ୍ରମ କରିଛି । ଯଦି ଗତକାଲିର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା(Temperature) ଦେଖିବା ତା ହେଲେ ୪୧.୬ ଡ଼ିଗ୍ରୀ ରେକର୍ଡ ହୋଇଥିଲା। ସେହିପରି କଟକରେ ୪୦.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

Also Read: Rath Yatra 2024: ରଥଯାତ୍ରା ରୁ ସୁନାବେଶ, କେବେ କଣ...ଜାଣନ୍ତୁ ପୂରା ସୂଚୀ

Also Read: Shani Vakri 2024: କୁମ୍ଭ ରାଶିରେ ପ୍ରବେଶ କରିବେ ଶନିଦେବ, ଏହି ୪ ରାଶିଙ୍କ ବଦଳିଯିବ ଭାଗ୍ୟ!