Shani Vakri 2024: କୁମ୍ଭ ରାଶିରେ ପ୍ରବେଶ କରିବେ ଶନିଦେବ, ଏହି ୪ ରାଶିଙ୍କ ବଦଳିଯିବ ଭାଗ୍ୟ!
Advertisement
Article Detail0/zeeodisha/odisha2233375

Shani Vakri 2024: କୁମ୍ଭ ରାଶିରେ ପ୍ରବେଶ କରିବେ ଶନିଦେବ, ଏହି ୪ ରାଶିଙ୍କ ବଦଳିଯିବ ଭାଗ୍ୟ!

Shani Vakri 2024:କର୍ମଚାରୀ ନିଜ ଉପରସ୍ଥ ଅଧିକାରୀଙ୍କ ପାଖେ ପ୍ରଂଶସିତ ହେବେ। ବେପାରରେ ଭଲ ବ୍ୟବସାୟ ମଧ୍ୟ ହେବ। ପାରିବାରିକ ସୁଖ ମିଳିବା ସହ ଅବିବାହିତ ଙ୍କ ପାଇଁ ଏହି ସମୟ ବିବାହ ର ଯୋଗ ମଧ୍ୟ ଆଣୁଛି। 

 

Shani Vakri 2024: କୁମ୍ଭ ରାଶିରେ ପ୍ରବେଶ କରିବେ ଶନିଦେବ, ଏହି ୪ ରାଶିଙ୍କ ବଦଳିଯିବ ଭାଗ୍ୟ!

Shani Vakri 2024: ଶନିଗ୍ରହ ନିଜର ମୂଳ ତ୍ରିକୋଣ ରାଶି କୁମ୍ଭ ରାଶିରେ ୨୯ ଜୁନ୍ ରାତି ୧୧ ଟା ବାଜି ୪୯ ମିନିଟ୍ ସମୟରେ ଚଳନ କରିବେ । ଯାହା ସେ ୧୫ ନଭେମ୍ବପ ୨୦୨୪ ପର୍ଯ୍ୟନ୍ତ ସେହି ଅବସ୍ଥାରେ ରହିବେ। ଏହାରି ମଧ୍ୟରେ ସବୁ ରାଶି ଉପରେ ତାଙ୍କର ଶୁଭ ଦୃଷ୍ଟି ପଡ଼ିବ। ମାତ୍ର ସବୁ ରାଶିଙ୍କ ମଧ୍ୟରୁ ଏହି ୪ ଟି ରାଶି ଉପରେ ଶୁଭଦୃଷ୍ଟି ଅତ୍ୟନ୍ତ ରହିବ । ଯାହାଫଳରେ  ଏହି ୪ ରାଶିଙ୍କ ଭାଗ୍ୟ ବଦଳିଯିବ। 

ମେଷ ରାଶି-ମେଷ ରାଶିର ବ୍ୟକ୍ତିବିଶେଷ ମାନେ ଏହି ସମୟରେ ଖୁବ ଭାଗ୍ୟଶାଳୀ ବିବେଚିତ ହେବେ। ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟ ଖୁବ ଭଲ ରହିବ । ପଦୋନ୍ନତି ହେବା ସହ ଚାକିରିରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିବ। କର୍ମଚାରୀ ନିଜ ଉପରସ୍ଥ ଅଧିକାରୀଙ୍କ ପାଖେ ପ୍ରଂଶସିତ ହେବେ। ବେପାରରେ ଭଲ ବ୍ୟବସାୟ ମଧ୍ୟ ହେବ। ପାରିବାରିକ ସୁଖ ମିଳିବା ସହ ଅବିବାହିତ ଙ୍କ ପାଇଁ ଏହି ସମୟ ବିବାହ ର ଯୋଗ ମଧ୍ୟ ଆଣୁଛି। 

ବୃଷ ରାଶି- ଏହି ରାଶିର ଲୋକମାନଙ୍କ ପାଇଁ ଏହି ସମୟ ଖୁବ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ସବୁ ପ୍ରକାରର ସମସ୍ୟା ଏହି ସମୟ ମଧ୍ୟରେ ଶେଷ ହେବାକୁ ଯାଉଛି। ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବାକୁ ଯାଉଛି। ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବାକୁ ଯାଉଛି । ଅଚାନକ ଧନଲାଭ ର ଯୋଗ ରହିଛି। ଚାକିରି ପଦୋନ୍ନତି ସହ ଉଚ୍ଚ ପଦକୁ ଯିବାର ସୁଯୋଗ ରହିଛି। ସନ୍ତାନ ମାନଙ୍କ ପାଖରୁ ଭଲ ଖବର ପାଇବେ। 

ସିଂହ ରାଶି-ଆପଣଙ୍କ ପାଇଁ ଗୋଚର ବା ଚଳନ ସମ୍ପର୍କରେ ସୁଧାର ଆଣିବ। ଜୀବନସାଥି ଙ୍କ ସହିତ ଆପଣଙ୍କ ସମ୍ପର୍କ ମଧୁର ରହିବ।  ଚାକିରିରେ ଆଶାନୁରୂପ ଉନ୍ନତି ପାଇବେ। ବେପାର ବଣିଜରେ ଉନ୍ନତି ଦେଖିବାକୁ ମିଳିବ । ସମାଜରେ ମାନ ସମ୍ମାନ ମିଳିବ। ଏହାସହ ଟଙ୍କା ପଇସା ରଖିବାରେ ମଧ୍ୟ ସିଦ୍ଧହସ୍ତ ରହିବେ। 

ବିଛାରାଶି-ଶନିର ବକ୍ରିର ଚଳନ ଆପଣଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ। କ୍ୟାରିୟର, ଚାକିରୀ କ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ବ୍ୟାଙ୍କ ବାଲାନ୍ସ ବଢିବାରେ ଲାଗିବ। ଜୀବନସାଥୀଙ୍କ ସହ ବୁଲାବୁଲି ସହ ସମ୍ପର୍କ ମଧୁର ରହିବ। ସବୁ ଅଟକିଥିବା କାମ ପୂର୍ଣ୍ଣ ହେବ। 

Also Read: ଜାଣନ୍ତି କି ଘରର ଏହି କୋଣରେ ଲାଗିଥିବା ବୁଢିଆଣୀ ଜାଲ ଆଣିଥାଏ ବଡ଼ ବିପଦ!

Also Read:  ୧୨ ବର୍ଷ ପରେ ଗୁରୁ-ଶୁକ୍ର ମିଳନ, ୪ ରାଶିର ବଦଳିଯିବ ଭାଗ୍ୟ!