ବଢ଼ିବକି କିଷାନ ସମ୍ମାନ ନିଧି ଟଙ୍କା? ଜାଣନ୍ତୁ କ'ଣ କହିଲେ ସରକାର !
Advertisement
Article Detail0/zeeodisha/odisha2097840

ବଢ଼ିବକି କିଷାନ ସମ୍ମାନ ନିଧି ଟଙ୍କା? ଜାଣନ୍ତୁ କ'ଣ କହିଲେ ସରକାର !

PM Kisan Samman Nidhi Yoajna: ଚଳିତ ବର୍ଷ ବଜେଟରେ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପରିମାଣ ବୃଦ୍ଧି କରିବେ ବୋଲି କୃଷକମାନେ ଆଶା କରିଥିଲେ। କିନ୍ତୁ ଏହା ହେଲା ନାହିଁ । ବଜେଟ୍ ଉପସ୍ଥାପନ ବେଳେ ଲୋକସଭାରେ ସରକାରଙ୍କୁ ପଚରାଯାଇଥିଲା କି କିଷାନ ସମ୍ମାନ ନିଧି ଯୋଜନାର ପରିମାଣ ବଢ଼ିଛି କି ନାହିଁ, କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏହାର ଉତ୍ତର ଦେଇଛନ୍ତି।

ବଢ଼ିବକି କିଷାନ ସମ୍ମାନ ନିଧି ଟଙ୍କା? ଜାଣନ୍ତୁ କ'ଣ କହିଲେ ସରକାର !

PM Kisan Samman Nidhi Yojana: ସରକାର ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପରିମାଣ ବୃଦ୍ଧି କରିବେ ବୋଲି କୃଷକମାନେ ଆଶା କରିଥିଲେ। କିନ୍ତୁ ଏହା ହେଲା ନାହିଁ । ବଜେଟ୍ ଉପସ୍ଥାପନ ବେଳେ ଲୋକସଭାରେ ସରକାରଙ୍କୁ ପଚରାଯାଇଥିଲା କି କିଷାନ ସମ୍ମାନ ନିଧି ଯୋଜନାର ପରିମାଣ ବଢ଼ିଛି କି ନାହିଁ, କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏହାର ଉତ୍ତର ଦେଇଛନ୍ତି।

ଆସନ୍ତୁ ଜାଣିବା କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କ’ଣ କହିଥିଲେ

ଯେତେବେଳେ ଲୋକସଭାରେ ପଚରାଗଲା ଯେ, ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପରିମାଣକୁ ବୃଦ୍ଧି କରୁଛନ୍ତି କି? ଏହାର ଉତ୍ତରରେ କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏକ ଲିଖିତ ଉତ୍ତର ଦେଇ କହିଛନ୍ତି, ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପରିମାଣ ବୃଦ୍ଧି କରିବାକୁ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ।

୧୧ କୋଟିରୁ ଅଧିକ ଚାଷୀଙ୍କୁ ଲାଭ ମିଳିଛି 
କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଟି କିସ୍ତିରେ ୧୧ କୋଟିରୁ ଅଧିକ ଚାଷୀଙ୍କୁ ୨.୮୧ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। କୃଷି ମନ୍ତ୍ରୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ବିଶ୍ୱର ସର୍ବବୃହତ DBT (Direct Benefit Transfer) ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଏହି ଯୋଜନାରେ ଲାଭ ବିନା ମଧ୍ୟସ୍ଥିରେ ସିଧାସଳଖ କୃଷକମାନଙ୍କ ନିକଟରେ ପହଞ୍ଚିବା ସୁନିଶ୍ଚିତ ହୋଇଛି।

୨୦୧୯ରେ ଆରମ୍ଭ ହୋଇଥିଲା ଯୋଜନା 
ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୨୪ ଫେବୃଆରୀ, ୨୦୧୯ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। କେତେକଙ୍କୁ ବାଦଦେଲେ, ଏହି ଯୋଜନା ଅଧୀନରେ ଚାଷ ଉପଯୋଗୀ ଜମି ଥିବା ଦେଶର ସମସ୍ତ କୃଷକ ପରିବାରଙ୍କୁ ଆୟ ସମର୍ଥନ ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହି ଯୋଜନା ୨୦୧୯ ଲୋକସଭା ନିର୍ବାଚନରେ ​​ଏକ ମାଷ୍ଟରଷ୍ଟ୍ରୋକ ବୋଲି ପ୍ରମାଣିତ ହୋଇଥିଲା । ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ଗୋଟିଏ ବର୍ଷରେ ଚାରି କିସ୍ତିରେ ମୋଟ ୬୦୦୦ ଟଙ୍କା ଦିଆଯାଉଛି । ଗୋଟିଏ କିସ୍ତିରେ ୨୦୦୦ ଟଙ୍କା ଦିଆଯାଏ । ଏହି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହୁଏ ।

Also Read- ୪ ଲକ୍ଷ ଅତିରିକ୍ତ ହିତାଧିକାରୀ ମଧୁ ବାବୁ ପେନସନ ଯୋଜନାରେ ସାମିଲ ହେଲେ

Also Read- ବୌଦ୍ଧ ପୋଲିସ ମୁଖ୍ୟାଳୟରେ ଆତ୍ମସମର୍ପଣ କଲେ ୨ ମହିଳା ନକ୍ସଲ