ବୌଦ୍ଧ ପୋଲିସ ମୁଖ୍ୟାଳୟରେ ଆତ୍ମସମର୍ପଣ କଲେ ୨ ମହିଳା ନକ୍ସଲ
Advertisement

ବୌଦ୍ଧ ପୋଲିସ ମୁଖ୍ୟାଳୟରେ ଆତ୍ମସମର୍ପଣ କଲେ ୨ ମହିଳା ନକ୍ସଲ

ଦକ୍ଷିଣ ରେଞ୍ଜ୍ ଆଇଜି ଜୟନାରାୟଣ ପଙ୍କଜଙ୍କୁ ସାକ୍ଷାତ କରି ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇଜଣ ମହିଳା ନକ୍ସଲ । ନକ୍ସଲ କ୍ୟାମ୍ପରେ ବିଭିନ୍ନ ପ୍ରକାରର ନିଯ୍ୟାତନା ଏବଂ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଉଭୟ ମନୀଷା ଏବଂ ଚମ୍ପା । 

ବୌଦ୍ଧ ପୋଲିସ ମୁଖ୍ୟାଳୟରେ ଆତ୍ମସମର୍ପଣ କଲେ ୨ ମହିଳା ନକ୍ସଲ

ବୋଦ୍ଧ: ପୋଲିସ ମୁଖ୍ୟାଳୟରେ ଦକ୍ଷିଣ ରେଞ୍ଜ୍ ଆଇଜି ଜୟନାରାୟଣ ପଙ୍କଜଙ୍କୁ ସାକ୍ଷାତ କରି ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇଜଣ ମହିଳା ନକ୍ସଲ । ଦୁଇ ନକ୍ସଲଙ୍କ ନାମ ମନୀଷା ଥାଟି ଏବଂ ଚମ୍ପା କୋରାମ । ମନୀଷାଙ୍କ ବୟସ ୨୧ ହୋଇଥିବା ବେଳେ ଚମ୍ପାଙ୍କ ବୟସ ୨୨ । ଦୁଇ ନକ୍ସଲ ଆତ୍ମ ସମର୍ପଣ କରିବା ସମୟରେ ଜିଲ୍ଲା ଏସପି ରାଜ ପ୍ରସାଦ ମଧ୍ୟ ସେଠାରେ ଥିଲେ ।

ସୂଚନା ମୁତାବକ, ଚମ୍ପା ଏବଂ ମନୀଷା କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଏବଂ ନୟାଗଡ ଡିଭିଜନରେ କାମ କରୁଥିଲେ । ଦୁହେଁ ୨୦୧୮ ମସିହାରେ ନକ୍ସଲ ସଙ୍ଗଠନରେ ସାମିଲ ହୋଇ ବିଭିନ୍ନ ହିଂସାକାଣ୍ଡରେ ନିଜକୁ ସାମିଲ କରିଥିଲେ । ତେବେ ନକ୍ସଲ କ୍ୟାମ୍ପରେ ବିଭିନ୍ନ ପ୍ରକାରର ନିର୍ଯାତନା ଏବଂ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଉଭୟ ମନୀଷା ଏବଂ ଚମ୍ପା । ମହିଳାଙ୍କୁ ନକ୍ସଲ କ୍ୟାମ୍ପରେ ଯୌନ ନିର୍ଯାତନା ସହ ବିଭିନ୍ନ ଲୋକଙ୍କଠାରୁ ଚାନ୍ଦା ଆଦାୟ, ମିଛ ପ୍ରତିଶୃତି ଦେବାକୁ ବାଧ୍ୟ କରାଯାଉଛି ବୋଲି ଦୁହେଁ କହିଛନ୍ତି । କେବଳ ଏ ଦୁହେଁ ନୁହେଁ ବରଂ ଆହୁରି ଅନେକ ନକ୍ସଲ ସଙ୍ଗଠନ ଛାଡି ଫେରାର୍ ହୋଇଥିବା ଏମାନେ ସୂଚନା ଦେଇଛନ୍ତି ।

ଆତ୍ମସମର୍ପଣ କରିଥିବା ମନୀଷା ଏବଂ ଚମ୍ପାଙ୍କୁ ସରକାରୀ ନିୟମ ଅନୁଯାୟୀ ଥଇଥାନ କରାଯିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ ବୋଲି ଆଇଜି କହିଥିବା ସୂଚନା ମିଳିଛି ।

Also Read- ଭୁବନେଶ୍ବରରେ ଆରମ୍ଭ ହେଲା ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪

Also Read- True Love Story: ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କଲେ ଯୁବ ଇଞ୍ଜିନିୟର