Heart Attack:ଏହି ଅଭ୍ୟାସ ଆପଣାନ୍ତୁ,ଦୂର ହେବ ହାର୍ଟ୍ ଆଟାକ୍ ଡର
Advertisement

Heart Attack:ଏହି ଅଭ୍ୟାସ ଆପଣାନ୍ତୁ,ଦୂର ହେବ ହାର୍ଟ୍ ଆଟାକ୍ ଡର

ଯୁବପିଢ଼ୀଙ୍କ ଖରାପ ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟ ପାନୀୟ, ଅଧିକ ଚିନ୍ତା, ସ୍ମୋକିଂ, କୋଲେଷ୍ଟ୍ରଲ, ବ୍ଲଡ଼ ପ୍ରେସର, ମୋଟାପଣ ହୃତପିଣ୍ଡ ଉପରେ ପ୍ରଭାବ ପକାଏ । ଏହାଦ୍ବାରା ହୃଦରୋଗର ଆଶଙ୍କା ବଢ଼ୁଛି । ଆସନ୍ତୁ ଜାଣିବା ଦୈନନ୍ଦିନ ଜୀବନରେ କେଉଁ ଅଭ୍ୟାସକୁ କମ କରିବା ଦ୍ବାରା ହୃଦରୋଗର ଆଶଙ୍କାକୁ କମ୍ କରାଯାଇ ପାରିବ । ହୃତପିଣ୍ଡ

SOCIAL MEDIA

Heart Attack:

ଯୁବପିଢ଼ୀଙ୍କ ଖରାପ ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟ ପାନୀୟ, ଅଧିକ ଚିନ୍ତା, ସ୍ମୋକିଂ, କୋଲେଷ୍ଟ୍ରଲ, ବ୍ଲଡ଼ ପ୍ରେସର, ମୋଟାପଣ ହୃଦପିଣ୍ଡ ଉପରେ ପ୍ରଭାବ ପକାଏ । ଏହାଦ୍ବାରା ହୃଦରୋଗର ଆଶଙ୍କା ବଢ଼ୁଛି । ଆସନ୍ତୁ ଜାଣିବା ଦୈନନ୍ଦିନ ଜୀବନରେ କେଉଁ ଅଭ୍ୟାସକୁ କମ କରିବା ଦ୍ବାରା ହୃଦରୋଗର ଆଶଙ୍କାକୁ କମ୍ କରାଯାଇ ପାରିବ ।

ହୃତପିଣ୍ଡକୁ ସୁସ୍ଥ ରଖିବାକୁ ହେଲେ ଜୀବନଶୈଳୀକୁ ଠିକ୍ କରିବା ସହ ଡାଏଟ୍ ମଧ୍ୟ ଫଲୋ କରିବା ଉଚିତ୍ । ଗତ କିଛି ବର୍ଷ ମଧ୍ୟରେ ହୃତପିଣ୍ଡ ଜନିତ ସମସ୍ୟା ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ହୃଦରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏକ ଫିଲ୍ମ ସୁଟିଂ ସମୟରେ ଅଭିନେତା ଶ୍ରେୟସ ତଲପଡ଼େଙ୍କୁ ହାର୍ଟ ଆଟାକ୍ ଆସିଛି । ଏହାପରେ ତାଙ୍କର ୪୭ ବର୍ଷ ବୟସରେ ଏନଜିଓପ୍ଲାଷ୍ଟି ସର୍ଜରୀ କରାଯାଇଛି । ଏହା ପୂର୍ବରୁ ମଧ୍ୟ ସୁସ୍ମିତା ସେନ୍ ଏବଂ ସୈଫ୍ ଅଲ୍ଲୀ ଖାନଙ୍କ ଭଳି ବଡ଼ ଡବଡ଼ ଅଭିନେତା ମଧ୍ୟ ହୃଦଘାତରେ ଆକ୍ରାନ୍ତ ହୋଇଛନ୍ତି ।

ହୃଦଘାତ କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଯୁବପିଢ଼ୀ ମାନଙ୍କ ଠାରେ ମଧ୍ୟ ଦେଖିବାକୁ ମିଳିଛି । ଆମେରିକାର ହାର୍ଟ ଆସୋସିଏସନ ଅନୁଯାୟୀ ହୃଦଘାତରୁ ବଂଚିବାକୁ ଚାହୁଁଥିଲେ ସଠିକ୍ ଜୀବନଶୈଳୀ ବଂଚିବାକୁ ପଡ଼ିବ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତନୁସାରେ କମ୍ ବୟସରେ ଯୁବକ ମାନେ ହୃଦଘାତ କାରଣରୁ ଜୀବନ ଯାଉଛି । ଏଥିରୁ ବଂଚିବା ପାଇଁ ସପ୍ତାହରେ ୧୫୦ ମିନିଟ୍ ବ୍ରିକ୍ସ ଓ୍ବାକ କରିବା ଆବଶ୍ୟକ । ଆସନ୍ତୁ ଜାଣିବା ଆପଣଙ୍କ ଆପଣଙ୍କ ଦୈନନ୍ଦୀନ ଜୀବନରେ କଣ ପରିବର୍ତ୍ତନ ଆଣିବା ଜରୁରୀ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯୁବକ ମାନେ ସାଚୁରେଟେଡ଼ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ ।

ଧୁମ୍ରପାନରୁ ଦୂରେଇ ରୁହନ୍ତୁ

ଧୁମ୍ରପାନ ଆମ ହୃତପିଣ୍ଡ ଉପରେ ଖରାପ ପ୍ରଭାବ ପକାଇଥାଏ । ଧୂଆଁ ହୃତପିଣ୍ଡରେ ଅଧିକ ପ୍ରଭାବ ପକାଏ । ଯେଉଁମାନେ ଦିନରେ ଅନେକ ଥର ଧୁମ୍ରପାନ କରନ୍ତି ସେମାନଙ୍କ କ୍ଷେତ୍ରରେ ହାର୍ଟ ଆାଟାକର ଆଶଙ୍କା ବଢ଼ିଯାଏ । ସେଥିପାଇଁ ଧୁମ୍ରପାନରୁ ଦୂରେଇ ରହିବା ଉଚିତ୍ ।

ମିଠା ଯୁକ୍ତ ପାନୀୟ

ଅଧିକ ମିଠା ଏବଂ ଜଙ୍କ ଫୁଡ଼୍ ହୃଦୟ ଉପରେ ଖରାପ ପ୍ରଭାବ ପକାଏ । ଏହାଦ୍ବାରା କୋଲେଷ୍ଟ୍ରଲ, ବ୍ଲଡ଼ ପ୍ରେସର ଏବଂ ସୁଗାର ବଢ଼ିବାର ଆଶଙ୍କା ଥାଏ । ଏହାସହ ଏସବୁ ରୋଗର ମଧ୍ୟ ଯାଞ୍ଚ କରିବା ଉଚିତ୍ ।

ଚିନ୍ତାରୁ ଦୂରେଇ ରୁହନ୍ତୁ

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଆଜିକାଲି ଅଧିକାଂଶ ଲୋକ ଚିନ୍ତାରେ ରହୁଛନ୍ତି । ଧୀରେ ଧୀରେ ଏହା ଏନଜାଇଟି ଏବଂ ଡ଼ିପ୍ରେସନରେ ପରିବର୍ତ୍ତନ ହୁଏ । ଏହାଦ୍ବାରା ହୃଦରୋଗର ଆଶଙ୍କା ମଧ୍ୟ ବଢ଼ିଯାଏ । ସେଥିପାଇଁ ଚିନ୍ତା ମୁକ୍ତ ରହିବା ଜରୁରୀ ।

ବ୍ୟାୟାମ ଜରୁରୀ

ହୃଦରୋଗରୁ ଦୂରେଇ ରହିବାକୁ ହେଲେ ଶାରୀରିକ ପରିଶ୍ରମ ଜରୁରୀ । ଅଦିକ ସମୟ ଗୋଟିଏ ସ୍ଥାନରେ ବସିବା ଠାରୁ ଦୂରେଇ ରୁହନ୍ତୁ । ଠିକ୍ ସମୟରେ ଖାଇବା ପିଇବା ଏବଂ ଶୋଇବା ସହ ଡ଼ାଏଟ କରିବା ଜରୁରୀ । ଏହାସହ ପ୍ରତ୍ୟେକ ଦିନ ୭ରୁ ୮ ଘଣ୍ଟା ସୁଅନ୍ତୁ ।