World Stroke Day 2023: ଆଜିକାଲି ଦୁନିଆରେ ଷ୍ଟ୍ରୋକ୍ ସମସ୍ୟା ବଢିବାରେ ଲାଗିଛି। ପୂର୍ବରୁ କେବଳ ବୟସ୍କଠାରେ ଏହି ସମସ୍ୟା ଦେଖାଯାଉଥିବା ବେଳେ ବର୍ତ୍ତମାନ ଯୁବପିଢିଙ୍କଠାରେ ମଧ୍ଯ ଏହି ସମସ୍ୟା ବହୁମାତ୍ରାରେ ଦେଖିବାକୁ ମିଳିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ କହୁଛି, ପ୍ରତିବର୍ଷ ପ୍ରାୟ ୧.୫ କୋଟିରୁ ଅଧିକ ଲୋକେ ଷ୍ଟ୍ରୋକର ଶିକାର ହେଉଥିବା ବେଳେ ଏଥିରେ ପ୍ରାୟ ୫୦ ଲକ୍ଷ ଲୋକର ମୃତ୍ୟୁ ହେଉଛି ।


COMMERCIAL BREAK
SCROLL TO CONTINUE READING

ଷ୍ଟ୍ରୋକ୍‌ ନେଇ ସଚେତନତା ସୃଷ୍ଟି କରିବା ପ୍ରତିବର୍ଷ ଅକ୍ଟୋବର ୨୯କୁ  ‘ବିଶ୍ୱ ଷ୍ଟ୍ରୋକ୍‌ ଡେ’ (World stroke day 2023) ଦିବସ ଭାବେ ପାଳନ କରାଯାଏ। ପ୍ରତିବର୍ଷ ଏହି ଦିନ ପାଳନ କରିବା ପାଇଁ ଏକ ବିଶେଷ ଥିମ୍ ମଧ୍ୟ ରହିଥାଏ। ୨୦୦୪ ମସିହାରେ ପ୍ରଥମେ ‘ବିଶ୍ବ ଷ୍ଟ୍ରୋକ୍ ଦିବସ’ କାନାଡ଼ାରେ ପାଳନ କରାଯାଇଥିଲା । ଏହାର ୨ ବର୍ଷ ପରେ ଅର୍ଥାତ୍ ୨୦୦୬ ମସିହାରେ ୱାର୍ଲ୍ଡ ଷ୍ଟ୍ରୋକ୍‌ ଫେଡେରେସନ୍ ଓ ଆନ୍ତର୍ଜାତୀୟ ଷ୍ଟ୍ରୋକ୍‌ ସୋସାଇଟିର ମିଳିତ ଆନୁକୂଲ୍ୟରେ ୱାର୍ଲ୍ଡ ଷ୍ଟ୍ରୋକ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ୍ (WSO) ବିଭିନ୍ନ ପ୍ଲାଟଫର୍ମରେ ‘ୱାର୍ଲ୍ଡ ଷ୍ଟ୍ରୋକ୍‌ ଡେ’ (WSD) ପାଳନ କରିଆସୁଛି ।


ଷ୍ଟ୍ରୋକ୍ ରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହିସବୁ କାମ


ନିୟମିତ ବ୍ୟାୟାମ- ନିୟମତି ବ୍ୟାୟାମ କରିବା ଦ୍ବାରା ଉଭୟ ଶରୀର ଓ ମନ ସୁସ୍ଥ ରହିଥାଏ । ବ୍ୟାୟାମକୁ ସୁସ୍ଥ ଜୀବନର ଚାବିକାଠି ବୋଲି କୁହାଯାଏ । ତେବେ ନିୟମତ ଭାବେ ଶ୍ବାସ ଜନିତ ବ୍ୟାୟାମ, ମେଡ଼ିଟେସନ୍ ଓ ଯୋଗ କରିବା ଦ୍ବାରା ଷ୍ଟ୍ରୋକ୍ ସମସ୍ୟାକୁ କମ୍ କରାଯାଇପାରିବ ।


ଧୂମପାନ ମଦଠାରୁ ଦୂରେଇ ରୁହନ୍ତୁ- ଅଧିକ ଧୂପପାନ କରୁଥିବା ବ୍ୟକ୍ତିଙ୍କୁ ଷ୍ଟ୍ରୋକ୍ ହେବାର ଅଧିକ ଆଶଙ୍କା ରହିଥାଏ । ସେହିପରି ନିୟମିତ ମଦ ପିଇବା ଦ୍ବାରା ଯକୃତ ନଷ୍ଟ ହେବାର ଆଶଙ୍କା ରହିଥାଏ । ମଦପାନ ଦ୍ବାରା ମସ୍ତିଷ୍କକୁ ରକ୍ତ ଯୋଗାଣ ବନ୍ଦ ହୋଇଥାଏ। ତେଣୁ ଏଥିରେ ଅଭ୍ୟସ୍ତ ଥିବା ଲୋକେ ଏହାକୁ ତୁରନ୍ତ ଛାଡ଼ନ୍ତୁ ।


ରକ୍ତଚାପର ନିୟମିତ ଯାଞ୍ଚ – ନିୟମିତ ଭାବେ ରକ୍ତଚାପ ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ ଅଟେ । ବିପି ବୃଦ୍ଧି ହେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍। ରକ୍ତଚାପ ୧୨୦/୮୦ରୁ ଅଧିକ ନ ହେବା ଦରକାର।


ସୁସ୍ଥ ଡ଼ାଏଟ୍- ସୁସ୍ଥ ଡ଼ାଏଟ୍ ଦ୍ବାରା ଷ୍ଟ୍ରୋକ୍ ଆଶଙ୍କାକୁ କମ୍ କରାଯାଇପାରିବ । ତେଣୁ ଅତ୍ୟାଧିକ ଲୁଣ ବା ଚିନ୍ ଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଏହା ବଦଳରେ ସବୁଜ ପନିପରିବା ସହ ଫଳମୂଳ ଖାଆନ୍ତୁ ।


କାମରୁ ବ୍ରେକ୍  ଚାପ ଅନେକ ରୋଗର ଉତ୍ସ ହୋଇଥାଏ। ଯଦି କାମ କରିବା ସମୟରେ କ୍ଲାନ୍ତ କି ଚାପ ଅନୁଭବ କରୁଛନ୍ତି ତାହାଲେ କିଛି ସମୟ ପାଇଁ ବ୍ରେକ୍ ନିଅନ୍ତୁ । କାରଣ ଅତ୍ୟଧିକ ଚାପ ଦ୍ବାରା ଷ୍ଟ୍ରୋକ୍ ସମସ୍ୟା ବଢିଥାଏ । ତେଣୁ ନିଜକୁ ଯେତେ ସମ୍ଭବ ନିଜକୁ ଚାପ ମୁକ୍ତ ରଖନ୍ତୁ ।


(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)