Health Tips: ଯଦି ଅଳ୍ପ କିଛି ଖାଇବା ସତ୍ତ୍ବେ ଆପଣଙ୍କ ପେଟ ଫୁଲିଯାଉଛି କିମ୍ବା ଏସିଡ଼ିଟିର ସମସ୍ୟା ଥାଏ, ତାହେଲେ ଆପଣଙ୍କର ଖାଦ୍ୟ ରୁଟିନ୍ ବଦଳାଇବାର ଆବଶ୍ୟକତା ରହିଛି । କିଛି ଏମିତି ଜିନିଷ ଅଛି ଯାହାକୁ ଆପଣଙ୍କ ଡାଏଟ ରେ ସାମିଲ କରି ଆପଣ ଉପକୃତ ହୋଇପାରିବେ । 


COMMERCIAL BREAK
SCROLL TO CONTINUE READING

କିଛି ଲୋକ ଅଛନ୍ତି ଖାଇବା ପରେ ଫୁଲିଯିବା, ଗ୍ୟାସ୍ ଏବଂ ଏସିଡ଼ିଟିକୁ ନେଇ ଅଭିଯୋଗ କରନ୍ତି । ପୁଷ୍ଟି ବିଜ୍ଞାନୀଙ୍କ ମତରେ ଏହା ଏସିଡ଼ିଟି କାରଣରୁ ହୋଇଥାଏ ।


ଜଲଦି ଜଲଦି ଖାଆନ୍ତୁ ନାହିଁ


ଡ଼ାକ୍ତରଙ୍କ ମତରେ ଛୋଟ ଛୋଟ ବ ଅଳ୍ପ କରି ଖାଇଲେ ପାଚନ ପ୍ରକ୍ରିୟା ଠିକ୍ ହୁଏ । ଖାଦ୍ୟକୁ ଉଚିତ୍ ଚୋବାଇବା ଦ୍ବାରା ଏହା ଖୁବ୍ଶୀଘ୍ର ହଜମ ହୋଇଥାଏ । ଫଳରେ ଏସିଡ଼ିଟି ହେବାର ଆଶଙ୍କା କମ୍ ଥାଏ ।


ଅଦା ଓ ଗୋଲମରିଚ


ଅଧ୍ୟୟନରୁ ଜଣାପଡ଼ିଛି ଯେ ଅଧ୍ୟୟନରୁ ଜଣାପଡିଛି ଦେ ଅଦା ଏବଂ ଗୋଲମରିଚ ଖାଇବା ଦ୍ବାରା ପେଟରେ ଏସିଡ୍ ସ୍ତର ବୃଦ୍ଧି ପାଇଥାଏ । ଅଦାରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି ଯାହା ଅନ୍ତନଳୀକୁ ଫୁଲିବାରୁ ରକ୍ଷା କରେ ।


ପେଟ ସମସ୍ୟା ପାଇଁ ଆପଲ୍ ସାଇଡ଼ର୍ ଭିନେଗାର ଏକ ଭଲ ପ୍ରତିକାର । ଏହାର ଅମ୍ଳୀୟ ଗୁଣ ହେତୁ, ଏହା ପେଟରେ ଥିବା ଏସିଡ଼୍ ସ୍ତରକୁ ବଢ଼ାଇଥାଏ । ଏହା ସହିତ ଏସିଡ଼୍ ରିଫ୍ଲକ୍ସର ଲକ୍ଷଣକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ।


ଫରମେସନ ଫୁଡ଼୍ ଯେମିତି ଗାଜର, ସିମଲା ଲଙ୍କା, ପତ୍ର କୋବି ଭଳି ପନିପରିବା କିମ୍ବା ଆଚାର ଖାଇବା ଦ୍ବାରା ପେଟରେ ଏସିଡ଼୍ ସ୍ତର ବୃଦ୍ଧି ହୁଏ ।


ଚାପରେ ରହିବା ଦ୍ବାରା ମଧ୍ୟ ଏସିଡ଼୍ ସ୍ତର କମ୍ ହୋଇପାରେ । ଫଳରେ ପେଟରେ ସମସ୍ୟା ହୋଇପାରେ । ପେଟ ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଚାପମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ ।