Acharya pramod krishnam:


COMMERCIAL BREAK
SCROLL TO CONTINUE READING

୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ ହୋଇଥିବା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ୍ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଉପରେ ଆକ୍ରମଣ କରିଛନ୍ତି।  ମାତ୍ର ୬ ବର୍ଷ ପାଇଁ କାହିଁକି ତାଙ୍କୁ ଦଳରୁ ବହିଷ୍କାର କରାଗଲା, ତାଙ୍କୁ ଭଗବାନ ରାମଙ୍କ ଭଳି ୧୪ ବର୍ଷ ପାଇଁ ହଟାଇ ଦିଆଯିବା କଥା ବୋଲି ସେ କହିଛନ୍ତି। ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି ଯେ ଦଳ ବିରୋଧୀ କାର୍ଯ୍ୟ କଳାପ ଯୋଗୁଁ ତାଙ୍କୁ ୬ ବର୍ଷ ପାଇଁ ଦଳରୁ ହଟାଇ ଦିଆଯାଉଛି ବୋଲି ଚିଠି ଜାରି କରାଯାଇଛି। ସେ ଦଳକୁ ପାଲଟା ପ୍ରଶ୍ନ କରିଛନ୍ତି ଯେ, ମୋର ଗତିବିଧି କଣ ଥିଲା ଓ ଦଳ କେବେ ଜାଣିବାକୁ ପାଇଲା ତାହା ମୋତେ ଜଣା ଯାଉ।


ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ଯିବା ଦଳ ବିରୋଧୀ କାମ କି, ଭଗବାନ ରାମଙ୍କ ପୂଜା ଦଳ ବିରୋଧୀ କାର୍ଯ୍ୟ କି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା କଣ ଦଳ ବିରୋଧୀ କାର୍ଯ୍ୟ କିମ୍ବା କଲ୍କି ଧାମ ନିର୍ମାଣ ଦଳ ବିରୋଧୀ କି ବୋଲି ଆଚାର୍ଯ୍ୟ ପ୍ରମୋଦ ପ୍ରଶ୍ନ କରିଛନ୍ତି। ଏହି ପ୍ରଶ୍ନଗୁଡ଼ିକର ଉତ୍ତର ମୋତେ ଦିଆଯାଉ ବୋଲି ସେ ଦାବି କରିଛନ୍ତି।


ସେ କହିଛନ୍ତି ଯେ ଧାରା ୩୭୦ ଉଛେଦ,ତ୍ରିପଲ ତଲାକକୁ ବିରୋଧ ଭଲି କଂଗ୍ରେସର ଅନେକ ନିଷ୍ପତ୍ତି ସହ ମୁଁ ସହମତ ନୁହେଁ। ଏହାବ୍ୟତୀତ ନୂଆ ସଂସଦର ଉଦଘାଟନ ସମୟରେ ମୁଁ କହିଥିଲି ଯେ ଯଦି ଭାରତର ପ୍ରଧାନମନ୍ତ୍ରୀ ସଂସଦକୁ ଉଦଘାଟନ କରିବେ ନାହିଁ, ତେବେ ଏହାକୁ କିଏ ଉଦଘାଟନ କରିବ? ଅନେକ ଥର ଦଳ ମୋତେ ଅପମାନିତ କରିଛି, କିନ୍ତୁ ରାଜୀବ ଗାନ୍ଧୀଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁଁ ପାଳନ କରିଛି।


ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଆଚାର୍ଯ୍ୟ ପ୍ରମୋଦ


ରାହୁଲ ଗାନ୍ଧିଙ୍କ ନାମ ନ ନେଇ ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି ଯେ ପରିବାର ସହ ସୁଖ ଦୁଃଖରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ କିପରି ସମ୍ମାନ ଦେବାକୁ ହେବ ତାହା ଜଣେ ବ୍ୟକ୍ତି ଜାଣନ୍ତି ନାହିଁ। ଯେଉଁମାନେ ନିଜ ମା' ଭଉଣୀଙ୍କୁ ସମ୍ମାନ ଦେଇପାରିବେ ନାହିଁ, ସେମାନେ ଦେଶକୁ କେମିତି ସମ୍ମାନ ଦେବେ? ଯଦି ଜଣେ ବ୍ୟକ୍ତି ଦଳର ବଡ଼ ବଡ଼ ନେତାଙ୍କୁ ସମ୍ମାନ ଦିଅନ୍ତି ନାହିଁ, ତେବେ ମୋତେ ଅପମାନିତ କରିବାର ବଡ଼ କଥା କ'ଣ?


ପ୍ରମୋଦ କ୍ରିଷ୍ଣନ ପ୍ରଶ୍ନ କରିଛନ୍ତି ଯେ, କଣ ସେମାନେ କଂଗ୍ରେସରେ ରହିବେ, ଯେଉଁମାନେ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେବାର କାମ କରିବେ? ସନାତନ ଧର୍ମ ସହ କୌଣସି ବୁଝାମଣା ହୋଇପାରିବ ନାହିଁ। ମୁଁ ଆଜି ମୁକ୍ତ । ଫେବ୍ରୁଆରି ୧୯ରେ କଲ୍କି ଧାମ ଉଦଘାଟିତ ହେଉଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସୁଛନ୍ତି। ଗଣତନ୍ତ୍ରରେ ଏକ ଶକ୍ତିଶାଳୀ ବିରୋଧୀ ରହିବା ଅତ୍ୟନ୍ତ ଜରୁରୀ, କିନ୍ତୁ ବିରୋଧର ଅର୍ଥ ନୁହେଁ ଯେ ଆପଣ ଠିକ କାମକୁ ମଧ୍ୟ  ବିରୋଧ କରିବା। ବିରୋଧୀ ମାନେ ମୋଦିଙ୍କୁ ଘୃଣା କରିବା ସହ ଭାରତକୁ ଘୃଣା କରିବା ଆରମ୍ଭ କରିଛନ୍ତି ।


ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଛିଡ଼ା ହେବି: ଆଚାର୍ଯ୍ୟ ପ୍ରମୋଦ


ଭାରତକୁ ଅଧିକ ଶକ୍ତିଶାଳୀ ଓ ବିଶ୍ୱଗୁରୁ କରିବା ପାଇଁ ସେ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଠିଆ ହେବେ ବୋଲି କହିଛନ୍ତି। ଦେଶକୁ ଏକ ଦୃଢ଼ ନେତୃତ୍ୱର ଆବଶ୍ୟକତା ଥିଲା, ଯାହାକୁ ମୋଦି ପୂରଣ କରିଛନ୍ତି। ମୁଁ ସିଏମ ଯୋଗୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ଯେ ସେ ମଧ୍ୟ ନିମନ୍ତ୍ରଣଗ୍ରହଣ କରିଛନ୍ତି ।