ପୁରୀ: ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୁରୀରେ ଅନୁଷ୍ଠିତ ହୋଇଯାଇଛି। ଏହା ହେଉଛି ବିଜେପିର ନିର୍ବାଚନ ପରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ। ନିର୍ବାଚନ ପରେ ୫ବର୍ଷର ଏହି ସରକାର ଙ୍କର ଲକ୍ଷ୍ୟ ଧାର୍ଯ୍ୟ କରିବା ନେଇ ଆଲୋଚନା ହୋଇଛି। ବୈଠକରେ ପ୍ରଥମ କାର୍ଯ୍ୟ ଥିଲା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବା। କାରଣ ୨୦୧୪ମସିହାରୁ ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ଆମର ଭୋଟ ହାର ବୃଦ୍ଧି ହେଲା। ପୁଣି ୨୦୧୯ରେ ବିଧାନସଭାରେ ଆମ ସଂଖ୍ୟା ବୃଦ୍ଧି ହେଲା। ୨୦୨୪ରେ ଓଡ଼ିଶାବାସୀ ଡବଲ ଇଞ୍ଜିନ ସରକାର ଗଠନ କଲେ। ନୂଆ ଓଡ଼ିଶା ଗଠନ କରିବା ପାଇଁ ଭାରତୀୟ ଜନତା ପାର୍ଟି କାର୍ଯ୍ୟ କରୁଛି। ସରକାର ଗଠନ ହେବା ପରେ ଯାହା ନିର୍ବାଚନ ପ୍ରତିଶ୍ରୁତି ଥିଲା ତାହା ଆରମ୍ଭ ହୋଇସାରିଛି ବୋଲି ଆଜି ସାମ୍ୱାଦିକ ସମ୍ମିଳନୀରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏହି ଅବସରରେ ସେ ପୂର୍ବ ବିଜେଡି ସରକାର ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

କହିଛନ୍ତି ଯେ, କୋଣାର୍କ ମନ୍ଦିର ନିର୍ମାଣ କରିବାର ୧୨ବର୍ଷ ଲାଗିଗଲା। ଆମେ ମଧ୍ୟ ୧୨ବର୍ଷ ଲକ୍ଷ୍ୟ ରଖିଛୁ। ଆମର ସଂକଳ୍ପ ଆଗାମୀ ୧୨ବର୍ଷ ନୂଆ ଓଡ଼ିଶା ଆଧୁନିକ ଓଡ଼ିଶା ବିକଶିତ ଓଡ଼ିଶା ଆମେ ଗଠନ କରିବାକୁ ନିଷ୍ପତି ନେଇଛୁ। କଂଗ୍ରେସର ଆଚରଣ ଓ ଉଚ୍ଚାରଣ ସାରା ଭାରତ ବର୍ଷକୁ ବ୍ୟଥିତ କରୁଛି। ସାମୁହିକ ହିନ୍ଦୁ ସମାଜକୁ ବ୍ୟଥିତ କଲା ଭଳି ରାହୁଲଙ୍କ ମନ୍ତବ୍ୟକୁ ଆମେ ନିନ୍ଦା କରୁଛୁ। କେନ୍ଦ୍ର ସରକାର ସରକାରୀସ୍ତରରେ କଳା ଦିବସ ପାଳନ କରିବାକୁ ନେଇଥିବା ନିଷ୍ପତିକୁ ଆମେ ସ୍ବାଗତ କରୁଛୁ। ଅନ୍ୟପଟେ ଓଡ଼ିଶାର ସାହିତ୍ୟ, କଳା, ସ୍ଥାପତ୍ୟ, ସଂସ୍କୃତି ବହୁତ ପୁରୁଣା। ବିଜୁ ଜନତା ଦଳ ଓଡ଼ିଶାର ଅସ୍ମିତାକୁ ଯେମିତି ରକ୍ତାକ୍ତ କରିଛି ତାକୁ ଆମେ ରକ୍ଷା କରିବୁ। ଆମେ ଦୁର୍ନୀତି ମୁକ୍ତ ସରକାର ଦେବୁ। ବିଜୁ ଜନତା ଦଳ ଯେମିତି ୫ଟି ମାଧ୍ୟମରେ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିଲା, ଆମେ କିନ୍ତୁ ଦୁର୍ନୀତି ମୁକ୍ତ ସରକାର ଗଠନ କରିବୁ। ଓଡ଼ିଶାର ଗଣମାଧ୍ୟମକୁ ଯେତେ ପ୍ରଶଂସା କଲେ କମ ହେବ। 


ସେହିପରି ରାଜ୍ୟ ସରକାର ନିଷ୍ପତି କରିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ଜମି ହେଉ କି ଓଡ଼ିଶା ସରକାରଙ୍କ ଜାଗା ଯେଉଁମାନେ ମାଡ଼ି ବସିଛନ୍ତି ସେହି ଜାଗା ଜବରଦଖଲ ଉଚ୍ଛେଦ ହେବ। ଯେଁଉମାନେ ଅଧିକ ଜମି ନେଇଛନ୍ତି ହେଲେ ବ୍ୟବହାର କରୁନାହାନ୍ତି ଅଳ୍ପ ଜାଗା ବ୍ୟବହାର କରୁଛନ୍ତି ବାକି ଜାଗାରଖି ପାରିବେ ନାହିଁ ବୋଲି କହିଛନ୍ତି।