six myanmarese poachers die:


COMMERCIAL BREAK
SCROLL TO CONTINUE READING

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଦୁର୍ଗମ ନାରକୋଣ୍ଡାମ ଦ୍ୱୀପରୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଧିକାରୀଙ୍କ କହିବା  ଅନୁସାରେ, ମୃତଦେହଗୁଡ଼ିକ ମିଆଁମାରର ୬ ଜଣ ସନ୍ଦିଗ୍ଧ ଶିକାରୀଙ୍କର। ମୃତଦେହକୁ ଦେଖି ଖାଦ୍ୟ ଅଭାବରୁ ଏହି ଶିକାରୀଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ପୋଲିସର ସନ୍ଦେହ ଯେ, ଖାଦ୍ୟ ଓ ପାଣି ସରିବା ପରେ ଏହି କ୍ଷୁଦ୍ର ଆଗ୍ନେୟଗିରି ଦ୍ୱୀପରେ ପର୍ଯ୍ୟାପ୍ତ ଖାଦ୍ୟ ଓ ପାଣି ନ ମିଳିବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା।


ବିଶ୍ୱାସ କରାଯାଏ ଯେ ଦ୍ୱୀପରେ ପହଞ୍ଚିବା ପାଇଁ ସେମାନେ ବ୍ୟବହାର କରୁଥିବା ଛୋଟ ଡଙ୍ଗାରେ କିଛି ତ୍ରୁଟି ଦେଖାଦେଇଥିଲା ଏବଂ ପରେ ସେମାନେ ନିଜ ଦେଶକୁ ଫେରି ପାରିନଥିଲେ । ସମୁଦ୍ର କୂଳଠାରୁ ମାତ୍ର କିଛି ମିଟର ଦୂରରେ ଥିବା ନାର୍କଣ୍ଡାମ୍ ଦ୍ୱୀପର ଜଙ୍ଗଲରୁ ଶନିବାର ସେମାନଙ୍କ ମୃତଦେହ ମିଳିଥିଲା।


ଜଙ୍ଗଲରେ ଫସି ରହିଛନ୍ତି ଶିକାରୀ


ଦେଶର ସବୁଠାରୁ ପୂର୍ବ ଭାଗରେ ଅବସ୍ଥିତ ଉତ୍ତର ଓ ମଧ୍ୟ ଆଣ୍ଡାମାନ ଜିଲ୍ଲାର ନାର୍କଣ୍ଡମ୍ ଦ୍ୱୀପ ମିଆଁମାରର କୋକୋ ଦ୍ୱୀପଠାରୁ ମାତ୍ର ୧୨୬ କିଲୋମିଟର ଦୂରରେ ଅବସ୍ଥିତ । ଏହା ଆଗ୍ନେୟପଥରରେ ନିର୍ମିତ ଯାହାକୁ ଏଣ୍ଡେସାଇଟ୍ କୁହାଯାଏ । ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ) ଏହି ଦ୍ୱୀପକୁ ଏକ ନିଷ୍କ୍ରିୟ ଆଗ୍ନେୟଗିରି ଭାବରେ ଶ୍ରେଣୀଭୁକ୍ତ କରିଛି ।


ପ୍ରାୟ ୭.୬ ବର୍ଗ କିଲୋମିଟରରେ ବ୍ୟପ୍ତ ଅଞ୍ଚଳକୁ ମିଆଁମାରରୁ ଶିକାରୀମାନେ ପ୍ରାୟତଃ ପଶୁ ଶିକାର କରିବାକୁ ଆସନ୍ତି । ଆଣ୍ଡାମାନ ପୁଲିସ ଗତ ଫେବ୍ରୁଆରି ୧୪ ତାରିଖରେ ସର୍ଚ୍ଚ ଅପରେସନ୍ ସମୟରେ ନାରକୋଣ୍ଡାମ୍ ଦ୍ୱୀପରୁ ଦୁଇ ଜଣ ମିଆଁମାର ଶିକାରୀଙ୍କୁ ଧରି ପୋର୍ଟ ବ୍ଲେୟାରକୁ ଆଣି ସିଆଇଡିକୁ ହସ୍ତାନ୍ତର କରିଥିଲା।


ଖୋଜାଖୋଜି ବେଳେ ମିଳିଲା ମୃତଦେହ


ପଚରାଉଚରା ସମୟରେ ଏହି ଶିକାରୀମାନେ କହିଛନ୍ତି ଯେ ସେମାନଙ୍କ ଦେଶର ଆଉ ୬ ଜଣ ଶିକାରୀ ନରକୋଣ୍ଡାମ ଜଙ୍ଗଲରେ ଲୁଚି ରହିଛନ୍ତି। ଏହି ସୂଚନା ପାଇବା ପରେ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଆଣ୍ଡାମାନ ପୁଲିସର ଏକ ଟିମ୍ ତୁରନ୍ତ ସେମାନଙ୍କୁ ଖୋଜିବା ଆରମ୍ଭ କରିଥିଲା। ତେବେ ବହୁ ଖୋଜାଖୋଜି ପରେ ମଧ୍ୟ ସେମାନେ ମିଳିନଥିଲେ। ପରେ ପୋଲିସ ୬ ଜଣ ଶିକାରୀଙ୍କ ମୃତଦେହ ଉଦ୍ଧାର କରିଥିଲେ।


ତଟରକ୍ଷୀ ବାହିନୀ ସହାୟତାରେ ମୃତଦେହଗୁଡ଼ିକୁ ପୋର୍ଟ ବ୍ଲେୟାରର ଏକ ଡାକ୍ତରଖାନାକୁ ଅଣାଯାଇଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ମୃତଦେହକୁ ମିଆଁମାରକୁ ହସ୍ତାନ୍ତର କରିବା ପାଇଁ ଅନ୍ତର୍ଜାତୀୟ ଔପଚାରିକତା ଶେଷ କରାଯାଉଛି।