ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ ଯେ, ସେ 'ରାମ ସେତୁ'ର ସୁଟିଂ ଆରମ୍ଭ କରୁଛନ୍ତି । ଅକ୍ଷୟ କୁମାର ନିକଟରେ ଫିଲ୍ମ ମୁହୂର୍ତ୍ତର ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ। ଏବେ ସେ ଫିଲ୍ମରୁ ତାଙ୍କ ଲୁକ୍ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସେ ତାଙ୍କ ପ୍ରଶଂସକଙ୍କଠାରୁ ମତାମତ ଲୋଡ଼ିଛନ୍ତି।


COMMERCIAL BREAK
SCROLL TO CONTINUE READING

ଅଭିନେତା ଅକ୍ଷୟ କୁମାର ନିକଟରେ ଫିଲ୍ମ 'ଅତରଙ୍ଗି ରେ' (Atrangi Re)  ର ସୁଟିଂ ଶେଷ କରି ଏବେ' ରାମ ସେତୁ'ର ସୁଟିଂ ଆରମ୍ଭ କରିଛନ୍ତି। ଫିଲ୍ମର ସୁଟିଂ ଆରମ୍ଭ ବିଷୟରେ ସୂଚନା ଦେଇ ଅଭିନେତା ଟ୍ୱିଟରରେ ପ୍ରଥମ ଲୁକ୍ ମଧ୍ୟ ସେୟାର କରିଛନ୍ତି। ଅକ୍ଷୟ କୁମାର ଟ୍ୱିଟ୍ କରି କହିଛନ୍ତି, 'ମୋ ପାଇଁ ଏକ ବିଶେଷ ଚଳଚ୍ଚିତ୍ର ନିର୍ମାଣ କରିବାର ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି । ରାମ ସେତୁ  (Ram Setu) ର ସୁଟିଂ ଆରମ୍ଭ ହୋଇଥିଲା ! ମୁଁ ଏହି ଚଳଚ୍ଚିତ୍ରରେ ଜଣେ ପ୍ରତ୍ନତତ୍ତ୍ୱବିତ୍ ଭୂମିକାରେ ଅଭିନୟ କରୁଛି । ଏହି ଲୁକ୍ ଉପରେ ନିଜ ଫ୍ୟାନ୍ସଙ୍କ ମତାମତ ଲୋଡ଼ିଛନ୍ତି ଖିଲାଡି କୁମାର ।


Also Read: ପାର୍କିଂ ଭଳି ନିୟମ: Market ଗଲେ ଏକ ଘଣ୍ଟା ଅନୁଯାୟୀ ୫୦୦ ଟଙ୍କା


ଏହି ଫଟୋରେ ଅକ୍ଷୟ କୁମାରଙ୍କୁ ଲମ୍ବା କେଶ ରଖିଥିବାର ଦେଖିବାକୁ ମିଳିଛି । ଏହା ସହିତ ସେ ଧୂସର ରଙ୍ଗର ଟି-ସାର୍ଟ ଏବଂ ବେକରେ ନୀଳ ରଙ୍ଗର ଏକ ସ୍କାର୍ପ ପିନ୍ଧିଥିବାର ନଜର ଆସିଛନ୍ତି । ଅକ୍ଷୟଙ୍କ ଲୁକ୍ ସାମ୍ନାକୁ ଆସିବା ପରଠାରୁ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିଆସୁଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ସହ ମୁଖ୍ୟ ଭୂମିକାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ (Jacqueline Fernandez)  ଏବଂ ନୁଶରତ ଭରୁଚା  (Nushrratt Bharuccha) ମଧ୍ୟ ନଜର ଆସିବେ।


Also Read: ଭାରତରେ ଲଞ୍ଚ ହେଲା Poco X3 Pro, ଚର୍ଚ୍ଚାରେ ମୋବାଇଲର Features


ଅକ୍ଷୟ କୁମାର (Akshay Kumar) ଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ ଯଦି କଥା ହେବା ତେବେ ଅଭିନେତାଙ୍କ ଗୋଟିଏ ପରେ ଗୋଟିଏ ଅନେକ ଚଳଚ୍ଚିତ୍ର ଆଗାମୀ ଦିନରେ ଆସିବାକୁ ଯାଉଛି । ଅକ୍ଷୟ କୁମାରଙ୍କ ଫିଲ୍ମର ଏକ ଲମ୍ବା ତାଲିକା ଅଛି । ପ୍ରଶଂସକମାନେ ଆଗାମୀ ଚଳଚ୍ଚିତ୍ର 'ସୂର୍ଯ୍ୟବନ୍ନ୍ସି'ଙ୍କୁ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରରେ ସେ କ୍ୟାଟ୍ରିନା କୈଫ (Katrina kaif) ଙ୍କ ସହ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ଏବଂ ରଣଭୀର ସିଂ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।