ଶେଷରେ ମୁହଁ ଖୋଲିଲେ `Rocket Boys` ଫେମ୍ ଜିମ୍ ସରଭ
ଚରିତ୍ର ଗୁଡିକରେ ଅଭିନୟ କରିବା ପାଇଁ ଆମେ ବିଭିନ୍ନ ସ୍ଥାନରୁ ସୂଚନାକୁ ଏକତ୍ର କରିଥାଉ ଏବଂ ସେହି ଅନୁଯାୟୀ ଆମର ଚରିତ୍ରକୁ ନିଖୁଣ ରୂପ ଦେବାକୁ ଚେଷ୍ଟା କରୁ। କାହାର ଜୀବନର ସର୍ବାଧିକ ପଚାଶ ପ୍ରତିଶତ ଭୂମିକାକୁ ଆମେ କ୍ୟାମେରା ସାମ୍ନାରେ ପ୍ରଦର୍ଶନ କରିବାରେ ସକ୍ଷମ ହେଉ।
ମୁମ୍ବାଇ: ଅଭିନେତା ଜିମ ସରଭଙ୍କ ପାଇଁ ଗତମାସ ଦ୍ୱିଗୁଣ ଖୁସି ଆଣିଦେଇଛି। ସେ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ବ୍ୟତୀତ ଥିଏଟରର ଜଣେ ଜଣାଶୁଣା କଳାକାର। ୱେବ୍ ସିରିଜ୍ 'ରକେଟ୍ ବଏଜ'ରେ ପ୍ରଖ୍ୟାତ ବୈଜ୍ଞାନିକ ହୋମି ଜାହାଙ୍ଗୀର ଭାଭାଙ୍କ ଭୂମିକା ପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିଛି। ଏଥି ସହିତ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଗାଙ୍ଗୁବାଇ କାଠିଆୱାଡି'ରେ ସାମ୍ବାଦିକ ଅମିନ ଫୈଜିଙ୍କ ଭୂମିକା ପାଇଁ ତାଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଇଥିଲା। ତାଙ୍କର ଉଭୟ ଚରିତ୍ର ପ୍ରକୃତ ଲୋକଙ୍କ ଉପରେ ଆଧାରିତ ଥିଲା। ଅଧିକାଂଶ ଗମ୍ଭୀର ଚରିତ୍ରରେ ଅଭିନୟ କରୁଥିବା ଜିମ୍ ସରଭ ନିଜର ଭାବନା ବ୍ୟକ୍ତ କରିଛନ୍ତି।
ଜିମ୍ ସରଭ କୁହନ୍ତି, 'ଏହାପୂର୍ବରୁ, ଫିଲ୍ମ 'ନିରଜା'ର ଖଲିଲ ହୁଅନ୍ତୁ, 'ପଦ୍ମାବତ'ର ମଲିକ କପୁର କିମ୍ବା 'ସଞ୍ଜୁ'ର ଜୁବିନ ମିଷ୍ଟ୍ରି, ସେମାନେ ମଧ୍ୟ ପ୍ରକୃତ ଲୋକଙ୍କ ଉପରେ ଆଧାରିତ ଚରିତ୍ର ଥିଲେ। ଏହିପରି ଚରିତ୍ର ଗୁଡିକରେ ଅଭିନୟ କରିବା ପାଇଁ ଆମେ ବିଭିନ୍ନ ସ୍ଥାନରୁ ସୂଚନାକୁ ଏକତ୍ର କରିଥାଉ ଏବଂ ସେହି ଅନୁଯାୟୀ ଆମର ଚରିତ୍ରକୁ ନିଖୁଣ ରୂପ ଦେବାକୁ ଚେଷ୍ଟା କରୁ। କାହାର ଜୀବନର ସର୍ବାଧିକ ପଚାଶ ପ୍ରତିଶତ ଭୂମିକାକୁ ଆମେ କ୍ୟାମେରା ସାମ୍ନାରେ ପ୍ରଦର୍ଶନ କରିବାରେ ସକ୍ଷମ ହେଉ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, କିପରି ସେହି ୫୦ ପ୍ରତିଶତକୁ ସଠିକ୍ ଭାବେ ଉପସ୍ଥାପନ କରାଯାଇପାରିବ। ହୋମି ଭାଭା ଥିଲେ ଜ୍ଞାନର ଭଣ୍ଡାର, ତାଙ୍କ ଚରିତ୍ରକୁ ସଫଳତାର ସହ ପରଦାରେ ନିଭାଇବା ପାଇଁ ମୋତେ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା। ଏଥିପାଇଁ ମୁଁ ସୋ’ର ନିର୍ଦ୍ଦେଶକ ଅଭୟ ପନ୍ନୁଙ୍କ ସହ ବାରମ୍ବାର ରିହର୍ସାଲ୍ କରିଥିଲି। ଆମେ ଚରିତ୍ରକୁ ଏପରି ଚିତ୍ରଣ କରିବାକୁ ଚାହୁଁଥିଲୁ ଯାହା ଆଜିର ସମୟରେ ମଧ୍ୟ ପ୍ରାସଙ୍ଗିକ ହେବ।
Also Read: 'RRR' ଫିଲ୍ମକୁ ଅପେକ୍ଷା କରିଥିବା ସିନେପ୍ରେମୀଙ୍କୁ ଝଟକା, ବଢ଼ିଲା ଟିକେଟ ଦାମ୍
Rocket Boysରେ ହୋମି ଜାହାଙ୍ଗୀର ଭାଭାଙ୍କ ଭୂମିକାରେ ଅଭିନୟ କରିବାର ବହୁ ପୂର୍ବରୁ ଜିମ୍ ସରଭ (Jim Sarbh) ନିଲାମରେ ହୋମି ଜାହାଙ୍ଗୀର ଭାଭାଙ୍କ ଡେସ୍କ କିଣିଥିଲେ। ସେହି ଡେସ୍କ କିଣିବା ନେଇ ଜିମ୍ କହିଛନ୍ତି, 'ମୁଁ ସେହି ଡେସ୍କ କିଣିଥିଲି କାରଣ ମୁଁ ଏହାର କଳା ଏବଂ ଡିଜାଇନ୍କୁ ବହୁତ ପସନ୍ଦ କରୁଥିଲି। ଏହା ବ୍ୟତୀତ ଏହାକୁ କିଣିବା ପଛରେ ଅନ୍ୟ କୌଣସି କାରଣ ନଥିଲା। ତଥାପି, ବର୍ତ୍ତମାନ ତାଙ୍କ ଚରିତ୍ରରେ ଅଭିନୟ କରିବା ପରେ, ମୁଁ ନିଶ୍ଚିତ ଭାବରେ ସେହି ଡେସ୍କ ସହିତ ଅଧିକ ଯୋଡି ହୋଇଛି। ମୁଁ ତାଙ୍କ ବିଷୟରେ ଯାହା ପଢ଼ିଛି ଏବଂ ଶିଖିଛି, ତାଙ୍କ ପ୍ରତି ମୋର ସମ୍ମାନ ବହୁଗୁଣିତ ହୋଇଛି।
ଫିଲ୍ମ, ୱେବ୍ ସିରିଜ୍ ଓ ଥିଏଟର ଏହି ସମସ୍ତ ତିନୋଟି ପ୍ଲାଟଫର୍ମରେ ଅଭିନୟର ପାର୍ଥକ୍ୟ ଉପରେ ସେ କୁହନ୍ତି, 'ଫିଲ୍ମ, ୱେବ୍ ସିରିଜ୍ ଏବଂ ଥିଏଟରରେ ଅଭିନୟ ମଧ୍ୟରେ ପାର୍ଥକ୍ୟ ଅଛି। ଥିଏଟରରେ ମଞ୍ଚ ଏବଂ ମଞ୍ଚର ଆଲୋକୀକରଣ ହେଉଛି ଫ୍ରେମ୍, କିନ୍ତୁ କ୍ୟାମେରା ସାମ୍ନାରେ ଅଭିନୟ କରିବାବେଳେ ଆମକୁ ନିର୍ଦ୍ଦେଶକ ସେଟ୍ କରିଥିବା ଫ୍ରେମ୍ ଅନୁଯାୟୀ କାର୍ଯ୍ୟ କରିବାକୁ ପଡ଼େ। କ୍ୟାମେରା ଆଗରେ ଏକ ଆଙ୍ଗଲ୍ ସଟ୍ ଦେବାବେଳେ ବଡି ଲାଙ୍ଗୁଏଜକୁ ମଧ୍ୟ ବ୍ୟବହାର କରିଯାଇଥାଏ। କିନ୍ତୁ ଆଙ୍ଗେଲ କିମ୍ବା କ୍ଲୋଜ ଅପ୍ ସଟ୍ ଆପଣଙ୍କୁ କେବଳ ଏକ୍ସପ୍ରେସନ ସହିତ କାର୍ଯ୍ୟ କରିବାକୁ ପଡିଥାଏ। ବିଭିନ୍ନ ପ୍ଲାଟଫର୍ମରେ କାର୍ଯ୍ୟ କରିବା ପାଇଁ ଜଣଙ୍କୁ ବିଭିନ୍ନ ଫ୍ରେମ୍ ଅନୁଯାୟୀ ନିଜକୁ ଗଢ଼ିବାକୁ ପଡିବ। ମହାମାରୀ ମଧ୍ୟରେ ମୁଁ ଡିସେମ୍ବର ୨୦୨୦ରେ 'ଥ୍ରୀ ୱାଲ୍' ନାମକ ଏକ ନାଟକ ମଧ୍ୟ କରିଥିଲି। ଯାହାକୁ ଆମେ ଡିଜିଟାଲ୍ ପ୍ଲାଟଫର୍ମରେ ଶୁଟ୍ କରି ଷ୍ଟ୍ରିମ୍ କରିଥିଲୁ।'
Also Read: World Pakhala Day: ଜାଣନ୍ତୁ, ଓଡ଼ିଆଙ୍କ 'ପ୍ରାଣ'ର ଇତିହାସ...
'ରକେଟ୍ ବଏଜ'ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ପରେ ପରେ ଜିମ୍ କୁହନ୍ତି, 'ମୁଁ ପ୍ରତ୍ୟେକ ପ୍ରୋଜେକ୍ଟରେ ମୋର ବେଷ୍ଟ ଦେବାକୁ ଚେଷ୍ଟା କରେ। ଯଦି ମୁଁ ସେଥିପାଇଁ ପୁରସ୍କାର ପାଇଲି ତାହା ବହୁତ ଭଲ, ଯଦି ତାହା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ନହୁଏ ତେବେ ଏଥିରେ କିଛି ଫରକ ପଡ଼ିବ ନାହିଁ। ମୁଁ କରିଥିବା କାମ ମୋ ପାଇଁ ନିଜ ପାଇଁ ଶ୍ରେଷ୍ଠ ପ୍ରତିପାଦିତ ହେବ।' ଜିମ୍ ଅଧିକାଂଶ ଗମ୍ଭୀର ଚରିତ୍ରରେ ଅଭିନୟ କରନ୍ତି। ସେହି ଚରିତ୍ରକୁ ସେ ସେଟ ମଧ୍ୟରେ ମଧ୍ୟ ସୀମିତ ରଖିବାକୁ ପସନ୍ଦ କରନ୍ତି। ସେ କୁହନ୍ତି, 'ଚରିତ୍ରଟି ଗମ୍ଭୀର ହେଉ କି ସାଧାରଣ, ମୁଁ ରିହର୍ସଲ୍ ସମୟରେ ଚରିତ୍ର ଭିତରେ ନିଜକୁ ହଜାଇ ଦେଇଥାଏ ଏବଂ ଅଭିନୟ କରିବା ସମୟରେ ଏହାକୁ ମୋ ବ୍ୟକ୍ତିତ୍ୱରେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରେ।'