ନୂଆଦିଲ୍ଲୀ: ପାପ ଉପରେ ସତ୍ୟର ଜୟ ହିଁ ହେଉଛି ହୋଲିକା ଦହନ ପର୍ବର ମୂଳ ଲକ୍ଷ୍ୟ। ହିରଣ୍ୟକଶ୍ୟପର ରାକ୍ଷସୀ ଭଉଣୀ ହୋଲିକାକୁ ଏହି ଦିନ ଧ୍ୱଂସ କରିଥିଲେ ଭଗବାନ ବିଷ୍ଣୁଙ୍କ ଭକ୍ତ ପ୍ରହଲ୍ଲାଦ। ପୁରାଣ ବର୍ଣ୍ଣିତ ଏହି କଥା ଉପରେ ମଧ୍ୟ ହୋଲିକା ଦହନ ପରମ୍ପରା ପ୍ରଚଳିତ। ହୋଲିକା ଦହନ ପରଦିନ ବଡ଼ ଧୂମଧାମରେ ପାଳିତ ହୋଇଥାଏ ରଙ୍ଗର ପର୍ବ ହୋଲି । 


COMMERCIAL BREAK
SCROLL TO CONTINUE READING

ତେବେ ହରିୟାଣା (Hariyana) ର ଜିନ୍ଦ୍ ଜିଲ୍ଲାରେ ଅବସ୍ଥିତ ଭିଡତାନା ଗାଁରେ ଗତ ୨୪ ବର୍ଷ ହେଲା ହୋଲିକା ଦହନ ପରମ୍ପରା ପାଳନ କରାଯାଉନାହିଁ। ଏବା ପରିବର୍ତ୍ତେ ଯଜ୍ଞର ଆୟୋଜନ କରି ହୋଲି ଉତ୍ସବ ପାଳନ କରିଥାନ୍ତି ଲୋକେ। ଭିଡତାନାରେ ଏହି ପରମ୍ପରା ଜଣେ ସାଧୁ ଆଚାର୍ଯ୍ୟ ଆତ୍ମପ୍ରକାଶଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ହୋଲିରେ ମହିଳା ତଥା ଯୁବତୀଙ୍କୁ ଜୋରଜବରଦସ୍ତ ରଙ୍ଗ ବୋଳିବା, କାଦୁଅ ଫୋପାଡ଼ିବା ଏକ ଅଭଦ୍ର ଏବଂ ଘୃଣ୍ୟ ପରମ୍ପରା। ଏହା ଦ୍ୱାରା ସେମାନଙ୍କ ସମ୍ମାନ ଉପରେ ଆଞ୍ଚ ଆସିଥାଏ। 


Also Read: ରଙ୍ଗର ପର୍ବ ହୋଲି, ଜାଣନ୍ତୁ ରାଶି ଅନୁସାରେ କେଉଁ ରଙ୍ଗ ଶୁଭ ଓ ଅଶୁଭ


ତେଣୁ ଏହାକୁ ବନ୍ଦ କରିବାକୁ ଯାଇ ଆଚାର୍ଯ୍ୟ ଆତ୍ମପ୍ରକାଶ ଗାଁରେ ବୈଦିକ ରୀତିରେ ହୋଲି ଉତ୍ସବ(Holi Festival) ପାଳନ କରିବାର ପରମ୍ପରାର ଶୁଭାରମ୍ଭ କରିଥିଲେ। ହୋଲି ଦିନ ଗାଁର ସମସ୍ତ ଛକ ମାନଙ୍କରେ ସାମୁହିକ ଯଜ୍ଞ ସହ ଭଜନ-କୀର୍ତ୍ତନର ଆୟୋଜନ କରାଯାଇଥାଏ। ଯେଉଁଥିରେ ପୁରା ଗାଁ ଲୋକମାନେ ସାମିଲ ହୋଇଥାନ୍ତି। ବୈଦିକ ପରମ୍ପରାର ପାଳନ କରାଯାଇଥାଏ। ଗାଁରେ ବାଜା, ବାଣ, ରଙ୍ଗ ଲଗାଇବା ଆଦି ସମସ୍ତ କାର୍ଯ୍ୟ ଏହି ଦିନ ବାରଣ କରାଯାଇଥାଏ । 


Also Read: ନିଦ୍ରାହୀନତାରେ ପିଡ଼ୀତ ଅଛନ୍ତି କି? ଏହି ଯୋଗାସନ ଦ୍ୱାରା ପାଇପାରିବେ ମୁକ୍ତି


ଚଳିତ ବର୍ଷ ମଧ୍ୟ ଭିଡତାନାରେ ହୋଲିର ଉତ୍ସବ ପାଳନ କରାଯିବ ନାହିଁ। ଏହା ପରିବର୍ତ୍ତେ ଗ୍ରାମପଞ୍ଚାୟତ କବାଡ଼ି ପ୍ରତିଯୋଗିତା (Kabadi Competition) ର ଆୟୋଜନ କରିଛି। ବିଜେତା ଦଳକୁ ପୁରସ୍କାର ମଧ୍ୟ ପ୍ରଦାନ କରାଯିବରା ଘୋଷଣା କରାଯାଇଛି। ପ୍ରତିଯୋଗିତାରେ ସାମିଲ ହେବା ପାଇଁ ସ୍ଥାନୀୟ ବିଧାୟକ, ଡିସି, ଏସପିଙ୍କ ସହ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଛି।