ରଙ୍ଗର ପର୍ବ ହୋଲି, ଜାଣନ୍ତୁ ରାଶି ଅନୁସାରେ କେଉଁ ରଙ୍ଗ ଶୁଭ ଓ ଅଶୁଭ
Advertisement
Article Detail0/zeeodisha/odisha1127942

ରଙ୍ଗର ପର୍ବ ହୋଲି, ଜାଣନ୍ତୁ ରାଶି ଅନୁସାରେ କେଉଁ ରଙ୍ଗ ଶୁଭ ଓ ଅଶୁଭ

ହୋଲି ପର୍ବରେ ଆପଣଙ୍କ ରାଶି ଅନୁଯାୟୀ ଭାଗ୍ୟର ରଙ୍ଗ ମଧ୍ୟ ଉଜ୍ଜ୍ୱଳ ହେବ । ଜାଣନ୍ତୁ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ଅଟେ । ଜ୍ୟୋତିର୍ବିଦଙ୍କ ଅନୁସାରେ ମଣିଷ ଶରୀର ଉପରେ ରଙ୍ଗର ବୈଜ୍ଞାନିକ ଓ ଜ୍ୟୋତିଷ ପ୍ରଭାବ ଉଭୟ ପଡ଼ିଥାଏ । ରଙ୍ଗ ମନୁଷ୍ୟର ମନୋଭାବକୁ ପ୍ରଭାବିତ କରିଥାଏ ।  ଅନୁକୂଳ ରଙ୍ଗ ମନୋବଳକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

ରଙ୍ଗର ପର୍ବ ହୋଲି, ଜାଣନ୍ତୁ ରାଶି ଅନୁସାରେ କେଉଁ ରଙ୍ଗ ଶୁଭ ଓ ଅଶୁଭ

ନୂଆଦିଲ୍ଲୀ: ହୋଲିପର୍ବ-୨୦୨୨ ଆପୋଷ ମତଭେଦ ଦୂର କରି ଆଲିଙ୍ଗନ କରିବାର ଏକ ସୁଯୋଗ ଆଣିଛି । କିନ୍ତୁ, ଅନେକ ସମୟରେ ଖୁସିର ମାହୋଲ ଦୁଃଖରେ ବଦଳିଯାଏ । ଭଲପାଇବା ଘୃଣାରେ ପରିଷମ ହୁଏ । ରଙ୍ଗ ମଣିଷ ଶରୀର ଉପରେ ଉଭୟ ବୈଜ୍ଞାନିକ ଓ ରାଶିଚକ୍ର ଉପରେ ପ୍ରଭାବ ପକାଇଥାଏ । ଏହା ମଣିଷର ମନୋଭାବକୁ ପ୍ରଭାବିତ କରିଥାଏ । ଅନୁକୂଳ ରଙ୍ଗ ମନୋବଳକୁ ବଢ଼ାଇପାରେ । ସେହିପରି ଭୁଲ୍ ରଙ୍ଗ ଆପୋଷ ବିବାଦରେ ପକାଇପାରେ । ଏପରି ପରିସ୍ଥିତିରେ ଭୁଲ୍ ରଙ୍ଗଠାରୁ ଦୂରରେ ରହି ହୋଲିରେ ଆପଣଙ୍କ ପାଇଁ ଉପଯୁକ୍ତ ରଙ୍ଗ ବାଛିବା ଆବଶ୍ୟକ । ଯଦି ଆପଣ ରାଶିଚକ୍ର ଅନୁଯାୟୀ ରଙ୍ଗ ଲଗାଇବେ କିମ୍ୱା ପୋଷାକ ପିନ୍ଧିବେ ହୋଲି ପର୍ବ ଆପଣଙ୍କ ପାଇଁ ଅଧିକ ରଙ୍ଗୀନ ହେବ । ଆସନ୍ତା କାଲି ରଙ୍ଗର ପର୍ବ ହୋଲି ପର୍ବ। ତେବେ ଚାଲନ୍ତୁ ଜାଣିବା କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ଓ ଅଶୁଭ।

ରାଶି ଅନୁସାରେ ହୋଲି (Holi) ରେ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ଓ ଅଶୁଭ

ମେଷ ଓ ବିଛା: ଏହି ରାଶିର ଲୋକମାନେ ଲାଲ୍, ସାଫ୍ରନ୍ ଓ ଗୋଲାପୀ ଅବିରରେ ହୋଲି ଖେଳିଲେ ଶୁଭ ଫଳ ମିଳିବ। କଳା ଓ ନୀଳ ରଙ୍ଗରୁ ଦୂରେଇ ରହିବା ଉଚିତ୍।

ବୃଷ ଓ ତୁଳା: ଏହି ରାଶିର ଲୋକମାନେ ଧଳା, ରୂପା, ବାଦାମୀ ଆଦି ରଙ୍ଗରେ ହୋଲି ଖେଳିବାକୁ ଉପଭୋଗ କରିବେ। ଏହି ରାଶିର ଲୋକେ ସବୁଜ ରଙ୍ଗରୁ ଦୂରେଇ ରୁହନ୍ତୁ...

ମିଥୁନ ଓ କନ୍ୟା: ଏହି ରାଶିର ଲୋକଙ୍କ ପାଇଁ ସବୁଜ ରଙ୍ଗରେ ହୋଲି ଖେଳିବା ଭଲ । ନାଲି, କମଳା ରଙ୍ଗରୁ ଏହି ରାଶିର ବ୍ୟକ୍ତିତ୍ୱ ଦୂରେଇ ରହିବା ଉଚିତ୍।

କର୍କଟ: ଏହି ରାଶିର ଲୋକେ ହୋଲିରେ ନୀଳ ରଙ୍ଗରୁ ଦୂରେଇ ରୁହନ୍ତୁ । ଆକାଶୀ କିମ୍ବା ଚନ୍ଦନ କାଠର ତିଲକ କରନ୍ତୁ କିମ୍ବା କରାନ୍ତୁ । କଳା ଓ ନୀଳ ରଙ୍ଗରୁ ଦୂରେଇ ରୁହନ୍ତୁ...

ହୋଲିକା ଦହନରେ ରାଶି ଅନୁଯାୟୀ ଆହୁତି ଦେଇ ତାହାର ପରିକ୍ରମା କଲେ ଧନପ୍ରାପ୍ତି ହେବ...

ସିଂହ: ଏହି ରାଶିର ଲୋକେ ହୋଲିପର୍ବରେ ହଳଦିଆ, କମଳା ଓ ସୁନେଲୀ ରଙ୍ଗ ବ୍ୟବହାର କରନ୍ତୁ। କଳା, ଧୂସର ଓ ନୀଳ ରଙ୍ଗ ଆପଣଙ୍କ ମନୋଭାବକୁ ବିଗାଡ଼ିପାରେ...

ଧନୁ ଓ ମୀନ: ଏହି ରାଶିର ଲୋକେ ହୋଲିପର୍ବରେ ହଳଦିଆ, ଲାଲ, କମଳା ଓ ନାରଙ୍ଗୀ ରଙ୍ଗ ବ୍ୟବହାର କରିପାରିବେ। ଏହି ରାଶିର ଲୋକେ କଳା ରଙ୍ଗଠାରୁ ଦୂରେଇ ରହିବା ଭଲ...

ମକର ଓ କୁମ୍ଭ: ଏହି ରାଶିର ଲୋକେ କଳା କିମ୍ବା ନୀଳ, ଧୂସର ରଙ୍ଗ ଅଧିକ ପ୍ରୟୋଗ କରନ୍ତୁ । ଏହି ରଙ୍ଗୀର ହୋଲିପର୍ବ ସହ ଆପଣଙ୍କ ଜୀବନରେ ରଙ୍ଗ ଭରିଦେବ । କିନ୍ତୁ ନାଲି, ଗୋଲାପୀ ଅବିରଠାରୁ ଦୂରେଇ ରହିବା ଉଚିତ୍।
 
ହୋଲିପର୍ବରେ ରସାୟନିକ ରଙ୍ଗ ପରିବର୍ତ୍ତେ ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତୁ:

ପ୍ରାକୃତିକ ବସ୍ତୁ ଓ ଫୁଲକୁ ବ୍ୟବହାର କରି ଶୁଖିଲା କିମ୍ୱା ଓଦା ରଙ୍ଗ ବ୍ୟବହାର କରନ୍ତୁ । ଭଗବାନ କୃଷ୍ଣ ହୋଲିଖେଳରେ ଫୁଲ ବ୍ୟବହାର କରୁଥିଲେ । ଲାଲ ରଙ୍ଗ ପବିତ୍ରତା, ସବୁଜ ରଙ୍ଗ ପ୍ରକୃତି, ନୀଳ ରଙ୍ଗ ଶାନ୍ତି, ହଳଦିଆ ରଙ୍ଗ ଶୁଦ୍ଧତା, ଗୋଲାପୀ ରଙ୍ଗ ଓ କଳା କ୍ରୁରତା ଭାବକୁ ପ୍ରତିପାଦିତ କରେ । ମେହେନ୍ଦୀ, ପାଳଙ୍ଗ, ପୁଦିନାକୁ ବାଟିକରି ଛାଣି ନିଅନ୍ତୁ ଓ ପ୍ରାକୃତିକ ସବୁଜ ରଙ୍ଗ ପ୍ରସ୍ତୁତ କରନ୍ତୁ । ପଳାଶ, ଗୁଲମୋହର ଫୁଲରୁ ଲାଲ ରଙ୍ଗ ପ୍ରସ୍ତୁତ କରନ୍ତୁ । ହଳଦି ତଥା କୁସୁମ ଫୁଲରେ ଆପଣ ହଳଦିଆ ରଙ୍ଗ ପ୍ରସ୍ତୁତ କରିପାରିବେ । ଡାଳିମ୍ବ ଚୋପା, ଟମାଟୋ ଓ ବିଟ୍ରୁଟରେ ଗୋଲାପି ରଙ୍ଗ ତିଆରି କରିପାରିବେ । ଚା'ପତି କିମ୍ୱା କଫିରେ ବାଦାମୀ ରଙ୍ଗ ପ୍ରସ୍ତୁତ କରିପାରିବେ । ଶୁଖିଲା ରଙ୍ଗ ପାଇଁ, ଆପଣ ଲାଲ, ହଳଦିଆ ଓ ଧଳା ରଙ୍ଗ ପାଇଁ ମୁଲତାନି ମାଟିରେ ମଇଦା ମିଶାଇ ପ୍ରାକୃତିକ ଅବିର ତିଆରି କରିପାରିବେ । ଏହି ପ୍ରାକୃତିକ ରଙ୍ଗ ଚର୍ମ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। 

Also Read: କ୍ରିପ୍ଟୋକରେନ୍ସି ଜରିଆରେ ଚାଲିଛି ମନିଲଣ୍ଡ୍ରିଂ, ଟେନସନରେ ED

Also Read: ନିଦ୍ରାହୀନତାରେ ପିଡ଼ୀତ ଅଛନ୍ତି କି? ଏହି ଯୋଗାସନ ଦ୍ୱାରା ପାଇପାରିବେ ମୁକ୍ତି