ICC Finalରେ Mohammed Shamiଙ୍କ ବଡ଼ କାରନାମା, ପ୍ରଥମ ଭାରତୀୟ ବୋଲର୍ ଭାବେ କଲେ ଏହି ରେକର୍ଡ
ଆଇସିସି ଟୁର୍ନାମେଣ୍ଟର ଫାଇନାଲରେ ଭାରତ ପାଇଁ ଏକ ଇନିଂସରେ ୪ଟି ୱିକେଟ୍ ନେଇଥିବା ମହମ୍ମଦ ଶାମି (Mohammed Shami) ପ୍ରଥମ ବୋଲର ହୋଇଛନ୍ତି। ମହମ୍ମଦ ଶାମି ଏହି ପ୍ରସଙ୍ଗରେ ମହିନ୍ଦର ଅମରନାଥ, ଜହିର ଖାନ, ଆରପି ସିଂ ଏବଂ ଇରଫାନ ପଠାନଙ୍କ ଭଳି କିମ୍ବଦନ୍ତୀଙ୍କୁ ପଛରେ ପକାଇଛନ୍ତି।
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ଟିମ୍ ଇଣ୍ଡିଆର ତାରକା ତଥା ଦ୍ରୁତ ବୋଲର ମହମ୍ମଦ ଶାମି ଏକ ବଡ଼ ରେକର୍ଡ କରିଛନ୍ତି। ଫାଇନାଲ ମ୍ୟାଚର ପ୍ରଥମ ଇନିଂସରେ ୪ଟି ୱିକେଟ୍ ନେଇ ଶାମି ତାଙ୍କ ନାମରେ ଏକ ରେକର୍ଡ ସଷ୍ଟି କରିଛନ୍ତି। ଆଉ ଆଇସିସି ଫାଇନାଲରେ ଏହି ରେକର୍ଡ ସୃଷ୍ଟି କରିଥିବା ପ୍ରଥମ ଭାରତୀୟ ବୋଲର ପାଲଟିଯାଇଛନ୍ତି।
ଆଇସିସି ଟୁର୍ନାମେଣ୍ଟର ଫାଇନାଲରେ ଭାରତ ପାଇଁ ଏକ ଇନିଂସରେ ୪ଟି ୱିକେଟ୍ ନେଇଥିବା ମହମ୍ମଦ ଶାମି (Mohammed Shami) ପ୍ରଥମ ବୋଲର ହୋଇଛନ୍ତି। ମହମ୍ମଦ ଶାମି ଏହି ପ୍ରସଙ୍ଗରେ ମହିନ୍ଦର ଅମରନାଥ, ଜହିର ଖାନ, ଆରପି ସିଂ ଏବଂ ଇରଫାନ ପଠାନଙ୍କ ଭଳି କିମ୍ବଦନ୍ତୀଙ୍କୁ ପଛରେ ପକାଇଛନ୍ତି। ୧୯୮୩ ବିଶ୍ୱକପ ଫାଇନାଲରେ ମହିନ୍ଦର ଅମରନାଥ ୧୨ ରନ୍ ପାଇଁ ୩ ୱିକେଟ୍ ନେଇଥିଲେ।
Also Read: ପ୍ରାଇଭେଟ୍ ହାତକୁ ଯିବାପାଇଁ ପ୍ରସ୍ତୁତ IDBI Bank, ଜାଣନ୍ତୁ ବିକ୍ରି ହେବ କେତେ ସେୟାର?
ଏହା ପରେ, ୨୦୦୭ T20 ବିଶ୍ୱକପ ଫାଇନାଲରେ ଇରଫାନ ପଠାନ ୧୬ ରନ୍ ପାଇଁ ୩ ୱିକେଟ୍ ନେଇଥିଲେ। ସେହି ମ୍ୟାଚରେ ଆରପି ସିଂ ୨୬ ରନ୍ ପାଇଁ ୩ ୱିକେଟ୍ ନେଇ ରେକର୍ଡ ମଧ୍ୟ କରିଛନ୍ତି। ୨୦୦୦ରେ ଆଇସିସି ଦିନିକିଆ ଚାମ୍ପିଅନସିପ୍ ଫାଇନାଲରେ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ୨୭ ରନ୍ ପାଇଁ ୩ ୱିକେଟ୍ ନେଇଥିଲେ। ୨୦୦୨ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ହରଭଜନ ସିଂ ୨୭ ରନ୍ ପାଇଁ ୩ ୱିକେଟ୍ ନେଇ ଏକ ଆଶ୍ଚର୍ଯ୍ୟଜନକ ରେକର୍ଡ କରିଥିଲେ।
୧୯୮୩ ବିଶ୍ୱକପ୍ ଫାଇନାଲରେ ମଦନ ଲାଲ ୩୧ ରନ୍ ପାଇଁ ୩ ୱିକେଟ୍ ନେଇଥିଲେ। ଏଥି ସହିତ ୨୦୧୧ ବିଶ୍ୱକପ ଫାଇନାଲରେ ଭାରତୀୟ ଦ୍ରୁତ ବୋଲର ଜହିର ଖାନ ୪୪ ବଲ ପାଇଁ ୩ ୱିକେଟ୍ ନେଇଥିଲେ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ (World Test Championship Final) ରେ ଶାମି ରସ ଟେଲର, ବିଜେ ୱାଟଲିଙ୍ଗ, କାଇଲ ଜେମିସନ ଏବଂ କଲିନ ଡି ଗ୍ରାଣ୍ଡହୋମଙ୍କୁ ଆଉଟ୍ କରିଥିଲେ।