ପ୍ରାଇଭେଟ୍ ହାତକୁ ଯିବାପାଇଁ ପ୍ରସ୍ତୁତ IDBI Bank, ଜାଣନ୍ତୁ ବିକ୍ରି ହେବ କେତେ ସେୟାର?
Advertisement
Article Detail0/zeeodisha/odisha926501

ପ୍ରାଇଭେଟ୍ ହାତକୁ ଯିବାପାଇଁ ପ୍ରସ୍ତୁତ IDBI Bank, ଜାଣନ୍ତୁ ବିକ୍ରି ହେବ କେତେ ସେୟାର?

ମେ ମାସରେ, ମ୍ୟାନେଜମେଣ୍ଟ ଟ୍ରାନ୍ସଫର ସହିତ IDBI Bankରେ ରଣନୈତିକ ବିନିଯୋଗ ପାଇଁ କ୍ୟାବିନେଟ୍ ନୀତିଗତ ଅନୁମୋଦନ ଦେଇଥିଲା। IDBI Bankରେ କେନ୍ଦ୍ର ସରକାର ଏବଂ LIC ୯୪%ରୁ ଅଧିକ ଇକ୍ୱିଟି ରଖିଛନ୍ତି। 

ଫାଇଲ ଫଟୋ

 

ନୂଆଦିଲ୍ଲୀ: IDBI Bankରେ ଅଂଶଧନ ହ୍ରାସ କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ବ୍ୟାଙ୍କ ସେୟାରର ରଣନୈତିକ ବିକ୍ରିରେ ସହାୟତା କରିବାକୁ ସରକାର ମର୍ଚାଣ୍ଟ ବ୍ୟାଙ୍କର୍, ଲିଗାଲ୍ ଫାର୍ମ, କାରବାର ପରାମର୍ଶଦାତାଙ୍କଠାରୁ ବିଡ୍ ଆମନ୍ତ୍ରଣ କରିଛନ୍ତି। କମ୍ପାନୀଗୁଡିକ ଏଥିପାଇଁ ଜୁଲାଇ ୧୩ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ମେ ମାସରେ, ମ୍ୟାନେଜମେଣ୍ଟ ଟ୍ରାନ୍ସଫର ସହିତ IDBI Bankରେ ରଣନୈତିକ ବିନିଯୋଗ ପାଇଁ କ୍ୟାବିନେଟ୍ ନୀତିଗତ ଅନୁମୋଦନ ଦେଇଥିଲା। IDBI Bankରେ କେନ୍ଦ୍ର ସରକାର ଏବଂ LIC ୯୪%ରୁ ଅଧିକ ଇକ୍ୱିଟି ରଖିଛନ୍ତି। LIC ବ୍ୟାଙ୍କରେ ୪୯.୨୪ ପ୍ରତିଶତ ଅଂଶଧନ ଧାରଣ କରିଛି ଏବଂ ଏହାର ପରିଚାଳନା ନିୟନ୍ତ୍ରଣ ମଧ୍ୟ ଅଛି। ସରକାରଙ୍କ ଅଂଶଧନ ୪୫.୪୮ ପ୍ରତିଶତ ଏବଂ ଅଣ-ପ୍ରମୋଟରଙ୍କ ଅଂଶ ୫.୨୯ ପ୍ରତିଶତ ଅଟେ।

Also Read: କୋରୋନା ପୀଡିତ ପରିବାରକୁ ଆର୍ଥିକ ସହାୟତା, କେନ୍ଦ୍ର ଆରମ୍ଭ କଲା ଏହି ଯୋଜନା

DIPAM ଅନୁଯାୟୀ, କାରବାର ପରାମର୍ଶଦାତା ଏବଂ ଆଇନ ପରାମର୍ଶଦାତା ପାଇଁ ବିଡ୍ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୧୩। ତେବେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଅନୁରୋଧ (RFP) ରେ IDBI Bankରେ ସରକାର କେତେ ଅଂଶ ବିକ୍ରି କରିବେ ସେ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ। ସାଧାରଣତଃ ସଂସ୍ଥାର କେତେ ଅଂଶଧନ ବିକ୍ରି ହେବ ତାହା ସରକାର ଆଗୁଆ କହିଥାନ୍ତି।

ସରକାର ପୂର୍ବରୁ କହିଥିଲେ ଯେ, IDBI Bankର କେତେ ଅଂଶ କେନ୍ଦ୍ର ସରକାର ଏବଂ LIC ବିକ୍ରୟ କରିବେ, ତାହା କେବଳ RBI ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଜାନୁଆରୀ ୨୦୧୯ରେ LIC, IDBI Bankରେ ଏକ ନିୟନ୍ତ୍ରଣକାରୀ ଭାବେ ଅଂଶ ଗ୍ରହଣ କରିଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨0୨୧-୨୨ ବଜେଟ ଉପସ୍ଥାପନା ବେଳେ କହିଥିଲେ ଯେ, ଚଳିତ ଆର୍ଥିକ ବର୍ଷରେ IDBI Bankର ଘରୋଇକରଣ ପ୍ରକ୍ରିୟା ଶେଷ ହେବ।

Also Read: ଚୀନ କରୁଛି ଭୟଙ୍କର ପ୍ଲାନିଂ, ଗିରଫ ଅନୁପ୍ରବେଶକାରୀ କଲେ ବଡ଼ ଖୁଲାସା

ସଂଖ୍ୟାଲଘୁ ଅଂଶଧନ ବିକ୍ରୟ ଏବଂ ଘରୋଇକରଣ ମାଧ୍ୟମରେ ଚଳିତ ଆର୍ଥିକ ବର୍ଷରେ ୧.୭୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିମଧ୍ୟରୁ ଏକ ଲକ୍ଷ କୋଟି ଟଙ୍କା ସରକାରୀ କ୍ଷେତ୍ରର ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନରେ ଅଂଶଧନ ବିକ୍ରୟରୁ ଏବଂ CPSE ବିନିଯୋଗରୁ ୭୫ ହଜାର କୋଟି ଟଙ୍କା ହେବ।

ସରକାରଙ୍କ ଅଂଶଧନ ସତ୍ତ୍ୱେ IDBI Bank ଏକ ଘରୋଇ ବ୍ୟାଙ୍କ। RBI ଏହାକୁ ଏହି ଘରୋଇ ବ୍ୟାଙ୍କ ଶ୍ରେଣୀରେ ରଖିଛି। ବ୍ୟାଙ୍କ ଟଙ୍କା ପାଇଁ ସରକାରଙ୍କ ଉପରେ ନିର୍ଭରଶୀଳ। ବର୍ତ୍ତମାନ ସରକାର ବ୍ୟାଙ୍କରୁ ଅଂଶଧନ ହ୍ରାସ କରି ଟଙ୍କା ଯୋଗାଣ ବନ୍ଦ କରିବା ସହ ଏହାର ପରିଚାଳନା ମଧ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ, LIC ଏହାର ପ୍ରୋତ୍ସାହକ ଏବଂ ସରକାର ସହ-ପ୍ରୋତ୍ସାହକ ଅଛନ୍ତି।