Amazon ବିକୁଛି ହିନ୍ଦୁ ମହିଳାଙ୍କ ଉପରେ ଅଶ୍ଳୀଳ ସାହିତ୍ୟ
ସନାତନ ଧର୍ମକୁ ବଦନାମ କରିବାରେ ସୀମା ଲଙ୍ଘିଛି Amazon. ଏବେ ସାହିତ୍ୟକୁ ହତିଆର କରି ଭାରତୀୟ ସଂସ୍କୃତି (Indian Culture) ଉପରେ କରୁଛି ଆକ୍ରମଣ। ଯାହାର ପ୍ରମାଣ କମ୍ପାନୀର Amazon kindle ସଂସ୍କରଣରେ ଦିଖିବାକୁ ମିଳୁଛି।
ନୂଆଦିଲ୍ଲୀ: ପୁଣି ଥରେ ବିବାଦ ଘେରକୁ ଆସିଛି ଅନଲାଇନ ସପିଂ ସାଇଟ Amazon। ଭାରତୀୟ ସଂସ୍କୃତି, ସନାତନ ପରମ୍ପରା ପରେ ଏବେ ହିନ୍ଦୁ ମହିଳାଙ୍କ ଉପରେ ଅଶ୍ଳୀଳ ସାହିତ୍ୟର ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ କମ୍ପାନୀ ବିରୋଧରେ ତୀବ୍ର ପ୍ରତିକ୍ରୀୟା ଆସିବା ପରେ ମହିଳା ଆୟୋଗ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିଛି।
ସନାତନ ଧର୍ମକୁ ବଦନାମ କରିବାରେ ସୀମା ଲଙ୍ଘିଛି Amazon. ଏବେ ସାହିତ୍ୟକୁ ହତିଆର କରି ଭାରତୀୟ ସଂସ୍କୃତି (Indian Culture) ଉପରେ କରୁଛି ଆକ୍ରମଣ। ଯାହାର ପ୍ରମାଣ କମ୍ପାନୀର Amazon kindle ସଂସ୍କରଣରେ ଦିଖିବାକୁ ମିଳୁଛି। ଏଠାରେ ସାହିତ୍ୟ ନାଁରେ ରେପ କଲଚର (Rape Culture) କୁ ପ୍ରତ୍ସାହନ ହେବା ଭଳି ବହି ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି।
Amazon kindleରେ ମିଳିଥିବା ବହି ଗୁଡିକ ବିଶେଷ କରି ମୁସଲିମ ଯୁବକ, ଧର୍ମର ଠିକାଦାର ଏବଂ ହିନ୍ଦୁ ମହିଳା (Hindu Women) ଙ୍କ ଯୌନ ସଂମ୍ପର୍କକୁ ନେଇ ରଚନା କରାଯାଇଛି। ମିଡିଆ ରିପୋର୍ଟ୍ସ ଅନୁସାରେ ଗୋଟିଏ କି ଦୁଇଟି ନାହିଁ Amazonରେ ଏଭଳି ୨୦ରୁ ଅଧିକ ବହି ଉପଲବ୍ଧ ଅଛି। ତେବେ ସୋସିଆଲ ମିଡିଆରେ ଏହାକୁ ବିରୋଧ କରାଯିବା ପରେ ଜାତୀୟ ମହିଳା କମିଶନ (National Womens Commission) ମାମଲାରେ ହସ୍ତକ୍ଷେପ କରିଛି।
ଅଶ୍ଳୀଳ ସାହିତ୍ୟ ବହି ବିକ୍ରିକୁ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା (Rekha Sharma)ଗୁରୁତର ଭାବେ ନେଇଛନ୍ତି। ଏବାବଦରେ Amazonର ସିନିୟର ପ୍ରେସିଡେଣ୍ଟ ଅମିତ ଅଗ୍ରବାଲଙ୍କୁ କାରଣ ଦର୍ଶାଇ ନୋଟିସ ଜାରି କରାଯାଇଛି। ଯେଉଁଥିରେ ଆପତ୍ତିଜନକ ସାମଗ୍ରୀ ବିକ୍ରି ଉପରେ ରୋକ ଲଗାଇବାକୁ ମହିଳା କମିଶନ କହିଛି। ଏହି ପରି ବହି ମହିଳାଙ୍କ ସହ ଦୁଷ୍କର୍ମ, ଦୁ୍ର୍ବ୍ୟବହାରର କାରଣ ହେବ ବୋଲି ରେଖା ଶର୍ମା ଆଶଙ୍କା କରିଛନ୍ତି।
ଏହା ପ୍ରଥମ ଥର ନୁହେଁ, Amazon ଅନେକ ଥର ଭାରତୀୟ ସଂସ୍କୃତି ଉପରେ କୁଠାରାଘାତ କରିଛି। ୨୦୧୭ରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ଏଭଳି ଏକ ପ୍ରସଙ୍ଗ ଉଠାଇଥିଲେ। ପରେ Amazon କ୍ଷମା ମାଗିଥିଲା। ସେତେବେଳେ ଦିନ୍ଦୁ ଦେବାଦେବୀଙ୍କୁ ଡୋରମେଟରେ ବ୍ୟବହାର କରିଥିଲା। ଏପରି କି ତ୍ରିରଙ୍ଗାକୁ ମଧ୍ୟ ପା'ପୋଛ କରିଥିବା ନଜିର ରହିଛି।