ଯଦି ପରିବାରର କାହାକୁ ସାମାନ୍ୟ ଥଣ୍ଡା ଶର୍ଦ୍ଦି ହେଲେ କେତେ ଟଙ୍କା ଖର୍ଚ୍ଚ ହୁଏ, ତାହା ଆମେ ସମସ୍ତେ ଭଲଭାବେ ଜାଣୁ। ତେଣୁ ସାଧାରଣ ଘରୋଇ ଉପଚାର ଦ୍ବାରା ରୋଗଠୁ ଆପଣ ଦୁରେଇ ରହିପାରିବେ।
ଅଁଳାରେ ଥିବା ବିଭିନ୍ନ ପ୍ରକାର ଭିଟାମିନ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଆଇରନ ଭଳି ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତି (immunity) ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଛୋଟ ଛୁଆ ଓ ବୟସ୍କଙ୍କ ପାଇଁ ଅଁଳା (Amla) ଖୁବ ଉପକାରୀ ସାବ୍ୟସ୍ତ ହେଇଥାଏ। ପ୍ରତିଦିନ ଆପଣ ଯଦି ଅଁଳା ଖାଉଛନ୍ତି, ତେବେ ସଂକ୍ରମଣ (Infection) ର ଭୟ ନଥାଏ। କଞ୍ଚା ଅଁଳା କିମ୍ବା ତାକୁ ଆଚାର, ଚୂର୍ଣ୍ଣ କିମ୍ବା ଅନ୍ୟ କୌଣସି ପ୍ରକାରରେ ବ୍ୟବହାର କରିପାରିବେ। ଅଁଳା ଚଟଣି ତିଆରି କରି ଖାଆନ୍ତୁ। ଏହା ଛଡା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରତିଦିନ ଗୋଟିଏ ଗ୍ଲାସ ପାଣିରେ ଅଁଳା ରସ ଓ ମହୁ ମିଶାଇ ପିଇଲେ ଖୁବ ଲାଭ ମିଳିଥାଏ।
ସାଧାରଣତଃ ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ଆମେ ଘରେ ଭୃସଙ୍ଗପତ୍ର (Curry Leaf) ର ବ୍ୟବହାର କରିଥାଉ। ହେଲେ ଏଥିରେ ଥିବା ଉପକାରୀ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହାକୁ ସିଧାସଳଖ ନଚେତ ଅଦା, ଜିରା (Jeera) ପକାଇ ଗରମ ପାଣିରେ କାଢା (Kadha) ପ୍ରସ୍ତୁତ କରି ଆପଣ ପିଇ ପାରିବେ।
ପ୍ରାୟ ସମସ୍ତଙ୍କ ବାଡ଼ି ଅଗଣାରେ ତୁଳସୀ (Tulsi) ମିଳିଯିବ। ହେଲେ ଏହାର ପତ୍ର କୌଣସି ଅମୃତ ଠାରୁ କମ ହୋଇନଥାଏ। ଥଣ୍ଡା (Cold), କାଶ (Cough) ପାଇଁ ତୁଳସୀ ରାମବାଣ ପରି କାମ କରେ। ସେହି ଭଳି ତୁଳସୀ ବିଭିନ୍ନ ଯାଦୁ ରୋଗ ଭଲ କରିଥାଏ। ଏଥିରେ ଥିବା ଭିଟାମିନ୍, କ୍ୟାଲସିୟମ, ଆଇରନ, ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରାଲ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ସୈନ୍ଧବ ଲବଣ, ମହୁ, ଅଦା ରସ ଓ ତୁଳସୀ ପତ୍ରକୁ ଗରମ ପାଣିରେ ଫୁଟାଇ ପ୍ରତିଦିନ ସେବନ କରିବା ଦ୍ବାରା ଉପକାର ମିଳେ। ଏହା ବାଦ ସବୁଦିନ ୪ରୁ ୫ ଟି ତୁଳସୀ ପତ୍ର ମଧ୍ୟ ଖାଇ ପାରିବେ।
ହଳଦୀ (Turmeric) ରେ ଆଣ୍ଟି-ଅକ୍ସିଡାଣ୍ଟ, ଇନଫ୍ଲାମାଟୋରୀ, କରକ୍ୟୁମିନ ଭରପୂର ମାତ୍ରାରେ ରହିଥାଏ। ଯାହା ଶରୀରକୁ ଆଲର୍ଜିରୁ ରକ୍ଷା କରିବାରେ ବିଶେଷ ଭାବରେ ସହାୟକ ହୋଇଥାଏ। ଏହା ସହ ହଳଦୀ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ। ଆପଣ ହଳଦୀକୁ ଉଷୁମ କ୍ଷୀର (Milk) ସହିତ ମଧ୍ୟ ପିଇ ପାରିବେ।
ଅଦା (Ginger) ରେ ଆଣ୍ଟି-ଭାଇରାଲ୍, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଇନଫ୍ଲାମାଟୋରୀ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ। ଅଦା ଚା’ ପିଇବା ଲାଭଦାୟକ ହୋଇଥାଏ। ନଚେତ କଞ୍ଚା ଅଦା ମଧ୍ୟ ଖାଇପାରିବେ। ଆପଣ ମହୁ (Honey) ସହିତ ମଧ୍ୟ ଅଦା ରସ ଖାଇପାରିବେ।
ଡାଲଚିନିରେ ଥିବା ପଲିଫେନୋଲ୍ ଏବଂ ପ୍ଲାଣ୍ଟ ଆଣ୍ଟି-ଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ। ଏହାସହ ଏଥିରେ ଆଣ୍ଟି ଭାଇରାଲ୍ ଏବଂ ଆଣ୍ଟି ଫଙ୍ଗଲ୍ ଗୁଣ ଅଛି। ଯାହା ଥଣ୍ଡା ଏବଂ ଋତୁ ଅନୁଯାୟୀ ହେଉଥିବା ଫ୍ଲୁରେ ଏହା ଔଷଧ ଭାବରେ କାମ କରିଥାଏ। ମସଲା (mlasala) ବ୍ୟତୀତ ଡାଲଚିନିରେ ଚା’ ପ୍ରସ୍ତୁତ କରି ସେବନ କରିବା ସ୍ବାସ୍ଥ୍ୟ ପାଇଁ ଭଲ।
ଏହା ବାଦ ପ୍ରତିଦିନ ଖାଦ୍ୟରେ ଫଳ ଓ ପରିବା ଖାଇବା ଅଭ୍ୟାସ କରନ୍ତୁ। ଭିଟାମିନ୍ ସି’ ଯୁକ୍ତ ଫଳ ଓ ପନିପରିବା ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ।
ट्रेन्डिंग फोटोज़