New Zulu king Misuzulu, ଦୁରବାନ୍: ୧୯୭୧ ମସିହା ପରେ ଆଫ୍ରିକାର ଜୁଲୁ ସମ୍ପ୍ରଦାୟକୁ ତାଙ୍କ ପ୍ରଥମ ରାଜା ମିଳିଛି। ଗତ ଶନିବାର Misuzuluଙ୍କ ରାଜ୍ୟାଭିଷେକ କରାଯାଇଛି। ଦକ୍ଷିଣ ଆଫ୍ରିକା ସରକାରଙ୍କ ଦ୍ୱାରା ତାଙ୍କୁ ଆମାଜୁଲୁ ରାଜା ଭାବରେ ଆନୁଷ୍ଠାନିକ ଭାବରେ ମାନ୍ୟତା ଦିଆଯାଇଛି। ଦୀର୍ଘ ଦିନର ଆଇନଗତ ବିବାଦର ଅନ୍ତ ଘଟାଇ Misuzulu ତାଙ୍କ ପିତାଙ୍କ ସିଂହାସନର ଉତ୍ତରାଧିକାରୀ ହୋଇଛନ୍ତି। ଅନ୍ୟପଟେ ଆମାଜୁଲୁଙ୍କ ପାଇଁ ସିଂହାସନ ତିଆରି କରିବାକୁ ମନା କରି ଜଣେ ଭାରତୀୟ ବଂଶୋଦ୍ଭବ ଏବେ ଚର୍ଚ୍ଚାରେ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ଗତ ଅଗଷ୍ଟରେ ଆୟୋଜିତ ଏକ ପାରମ୍ପାରିକ ଉତ୍ସବରେ Misuzulu kaZwelithini, ଦକ୍ଷିଣ ଆଫ୍ରିକାର ବୃହତ୍ତମ ଜାତିର ରାଜା ଭାବରେ ମୁକୁଟ ପିନ୍ଧିଥିଲେ। କିନ୍ତୁ ସରକାରୀ ସମ୍ବଳ ଏବଂ ସମର୍ଥନକୁ ସମ୍ପୂର୍ଣ୍ଣ ରୂପେ ପାଇବା ପାଇଁ ରାଷ୍ଟ୍ରପତି Cyril Ramaphosଙ୍କ  ସ୍ୱୀକୃତି ଆବଶ୍ୟକ ଥିଲା। ଶନିବାର ଡର୍ବାନରେ Misuzuluଙ୍କୁ ଏହି ସ୍ୱୀକୃତି ପ୍ରମାଣପତ୍ର ହସ୍ତାନ୍ତର କରାଯାଇଛି। ଯେଉଁଠାରେ ହଜାର ହଜାର ଲୋକ, ମୁଖ୍ୟତଃ ଜୁଲୁସ୍ ସେମାନଙ୍କର ପାରମ୍ପାରିକ ପୋଷାକ ପିନ୍ଧିଆସିଥିଲେ। ମିସୁଜୁଲୁଙ୍କ ପିତା King Zwelithini ୧୯୭୧ ମସିହାରୁ ଶାସନ କରିଥିଲେ। ହେଲେ ମାର୍ଚ୍ଚ ୨୦୨୧ରେ ତାଙ୍କର ଦେହାନ୍ତ ହୋଇଥିଲା।


Also Read: Ganjam village: ଘରେ ତାଲା ଠୁଙ୍କି ପଳାଇଲେ ୨୦୦ ପରିବାର, ଗାଁ ଜଗିଛନ୍ତି ମାତ୍ର ୧୦ ବୃଦ୍ଧ


ପ୍ରକୃତରେ ରାଜା Misuzulu ଏକ ବିଭାଜିତ ରାଜ ପରିବାର ସଦସ୍ୟ। ତାଙ୍କ ପିତା King Zwelithiniଙ୍କ ଏକାଧିକ ପତ୍ନୀ ଥିଲେ। ତେଣୁ ତାଙ୍କର ସାବତ ମାଆ ଓ ତାଙ୍କ ପରିବାର ଅନ୍ୟ ପ୍ରାସାଦରେ ବସବାସ କରନ୍ତି। ତେବେ King Zwelithini ତାଙ୍କ ପ୍ରଥମଜାତ ପୁତ୍ର Prince Simakadeଙ୍କୁ ରାଜା ଭାବରେ ସ୍ୱୀକୃତି ଦେଇଥିଲେ। କିନ୍ତୁ Misuzulu ତାଙ୍କ ମାତା ସ୍ୱର୍ଗତ Queen Mantfombi Dlamini Zuluଙ୍କ ଇଚ୍ଛାରେ ଯୋଗ୍ୟ ଉତ୍ତରାଧିକାରୀ ଭାବରେ ମନୋନୀତ ହୋଇଥିଲେ। ରାଣୀ Dlamini Zulu, ତାଙ୍କ ସ୍ୱାମୀ ତଥା King Zwelithiniଙ୍କ ମୃତ୍ୟୁ ପରେ ରାଜ୍ୟ ସମ୍ଭାଳିଥିଲେ। କନ୍ତୁ ପ୍ରାୟ ଦୁଇ ମାସ ଶାସନ ପରେ ରାଣୀଙ୍କର ଦେହାନ୍ତ ହୋଇଥିଲା।


ରାଜା Misuzulu ଶପଥ ଗ୍ରହଣ କରିବା ପରେ ଦେଶ ତଥା ଅର୍ଥନୀତିର ବିକାଶ ଏବଂ ଜୁଲୁଙ୍କ ମଧ୍ୟରେ ଏବଂ ଦକ୍ଷିଣ ଆଫ୍ରିକା ଏବଂ ଆଫ୍ରିକୀୟମାନଙ୍କ ମଧ୍ୟରେ ଶାନ୍ତି ଏବଂ ପୁନଃ ସମନ୍ୱୟ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଛି। ଜୁଲୁ ରାଜାର ଆନୁଷ୍ଠାନିକ ରାଜନୈତିକ କ୍ଷମତା ନାହିଁ। କିନ୍ତୁ ଜାତିର ପାରମ୍ପାରିକ ରୀତିନୀତି ଏବଂ ଜମିର ରକ୍ଷକ ଭାବରେ ସେ ଅତ୍ୟନ୍ତ ପ୍ରଭାବଶାଳୀ ଅଟନ୍ତି। କିନ୍ତୁ ଏହି ଜୁଲୁ ରାଜାଙ୍କୁ ଜଣେ ଭାରତୀୟ ବଂଶୋଦ୍ଭବ ନାକେଦମ କରିଛନ୍ତି। ରାଜୀବ ସିଂହ ନାମକ ଜଣେ ବିଶ୍ୱ ପ୍ରସିଦ୍ଧ ବଢେଇ ରାଜା Misuzuluଙ୍କ ସିଂହାସନ ତିଆରି କରିବାକୁ ମନା କରିଦେଇଛନ୍ତି। ଗତ ଥରର ପାଉଣା ବାକି ଥିବାରୁ ସେ ଏଥର ସିଂହାସନ କରିବେ ନାହିଁ ବୋଲି ରାଜୀବ କହିଛନ୍ତି। ରାଜୀବଙ୍କ ଅନୁସାକେ, ସେ ସାତ ବର୍ଷ ପୂର୍ବେ Misuzuluଙ୍କ ପିତାଙ୍କ ପାଇଁ କିଛି ଆସବାବ ତିଆରି କରିଥିଲେ। କିନ୍ତୁ ବର୍ତ୍ତମାନ ସୁଧା ତାଙ୍କୁ ତାର ପୁରା ପାଉଣା ମିଳିନାହିଁ।


Also Read: ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨ ମାସ ଭିତରେ ଭାରତରେ ଆସିପାରେ ଏସବୁ ବଡ଼ ସଙ୍କଟ


ସୂଚନାଯୋଗ୍ୟ, ବିଶ୍ୱର ପ୍ରଖ୍ୟାତ କାଠ କାରିଗର କୁବେର ଇଦେବ ସିଂହଙ୍କ ପୁତ୍ର ଦେଉଛନ୍ତି ରାଜୀବ ସିଂହ। କୁବେର ସିଂହ, ପ୍ରଥମେ ବିରଳ ଟମ୍ବୁଟି କାଠରେ ଆସବାବପତ୍ର ତିଆରି ଚର୍ଚ୍ଚାକୁ ଆସିଥିଲେ। କୁବେରଙ୍କ ନିର୍ମିତ କାରୁକାର୍ଯ୍ୟକୁ ପୁରସ୍କାର ଭାବେ ଭାରତର ମାନ୍ୟଗଣ୍ୟ ବ୍ୟକ୍ତି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଅନ୍ୟମାନଙ୍କୁ ପ୍ରଦାନ କରାଯାଇଛି। ଏପରି କି ବ୍ରିଟେନର ଦିବଙ୍ଗତ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ମଧ୍ୟ କୁବେରଙ୍କ ନିର୍ମିତ ଉପହାର ଭେଟି ଦିଆ ହୋଇଛି।