Baba Vanga Predictions on India: ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨ ମାସ ଭିତରେ ଭାରତରେ ଆସିପାରେ ଏସବୁ ବଡ଼ ସଙ୍କଟ
Advertisement
Article Detail0/zeeodisha/odisha1418317

Baba Vanga Predictions on India: ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨ ମାସ ଭିତରେ ଭାରତରେ ଆସିପାରେ ଏସବୁ ବଡ଼ ସଙ୍କଟ

Baba Vanga Predictions on India: ବୁଲଗେରିଆର ଅନ୍ଧ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ସମଗ୍ର ଦୁନିଆ ବିଶ୍ୱାସ କରେ । ବର୍ତ୍ତମାନ ଭାରତକୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଲୋକଙ୍କୁ ଭୟଭୀତ କରୁଛି । ଆସନ୍ତୁ ଜାଣିବା ବାବା ଭେଙ୍ଗା ଭାରତ ବିଷୟରେ କ’ଣ ଭବିଷ୍ୟବାଣୀ କରିଛନ୍ତି?

Baba Vanga Predictions on India: ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨ ମାସ ଭିତରେ ଭାରତରେ ଆସିପାରେ ଏସବୁ ବଡ଼ ସଙ୍କଟ

Baba Vanga Predictions 2022: ବୁଲଗେରିଆର ଭବିଷ୍ୟ‌ଦ୍‌ବକ୍ତା ବାବା ଭେଙ୍ଗା ଦୁନିଆର ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରୁ ଅନ୍ୟତମ । ଚଳିତ ବର୍ଷ ଅର୍ଥାତ ୨୦୨୨ ପାଇଁ ବାବା ଭେଙ୍ଗା ଅନେକ ଭୟଙ୍କର ଭବିଷ୍ୟବାଣୀ (Baba Vanga Predictions 2022) କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଭବିଷ୍ୟବାଣୀ ପାଇଁ ପ୍ରସିଦ୍ଧ ବାବା ଭଙ୍ଗାଙ୍କ ଅନେକ ଭବିଷ୍ୟବାଣୀ (Baba Vanga Prediction) ସତ ପ୍ରମାଣିତ ହୋଇସାରିଛି । ବାବା ଭେଙ୍ଗାଙ୍କୁ ବାଲକନ ଅଞ୍ଚଳର ନାସ୍ତ୍ରେଦମସ୍ (Nostradamus) କୁହାଯାଏ । ବାବା ଭେଙ୍ଗା ଖ୍ରୀଷ୍ଟପୂର୍ବ ୫,୦୭୯ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଥିଲେ । ବାବା ଭେଙ୍ଗା ୨୦୨୨ ବର୍ଷ ପାଇଁ କରିଥିବା ଦୁଇଟି ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସତ ପ୍ରମାଣିତ ହୋଇଛି । ସୋଭିଏତ ୟୁନିଅନର ବିଚ୍ଛିନ୍ନତା, ଆମେରିକାରେ ଆତଙ୍କବାଦୀ ସଂଗଠନ ଅଲ କାଏଦାର ୯/୧୧ ଆକ୍ରମଣ ସମେତ ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି । ବୁଲଗେରିଆର ଅନ୍ଧ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ସମଗ୍ର ଦୁନିଆ ବିଶ୍ୱାସ କରେ । ବର୍ତ୍ତମାନ ଭାରତକୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଲୋକଙ୍କୁ ଭୟଭୀତ କରୁଛି । ଆସନ୍ତୁ ଜାଣିବା ବାବା ଭେଙ୍ଗା ଭାରତ ବିଷୟରେ କ’ଣ ଭବିଷ୍ୟବାଣୀ କରିଛନ୍ତି?

ଭାରତ ବିଷୟରେ ଭବିଷ୍ୟବାଣୀ

ବାବା ଭେଙ୍ଗା ଚଳିତ ବର୍ଷ ଭାରତ ବିଷୟରେ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ଏହା ଅନୁଯାୟୀ, ଚଳିତ ବର୍ଷ ଦୁନିଆର ତାପମାତ୍ରା ହ୍ରାସ ପାଇବ । ଯେଉଁ କାରଣରୁ ପଙ୍ଗପାଳର ପ୍ରକୋପ ବୃଦ୍ଧି ପାଇବ । ସବୁଜତା ଓ ଖାଦ୍ୟ କାରଣରୁ ପଙ୍ଗପାଳମାନେ ଭାରତ ଉପରେ ଆକ୍ରମଣ କରିବେ । ଯେଉଁଥିପାଇଁ ଫସଲର ବ୍ୟାପକ କ୍ଷତି ହେବ ଓ ଦୁର୍ଭିକ୍ଷ ଦେଖାଦେବ । ଯଦି ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ସତ ହୁଏ, ତେବେ ଦେଶରେ ବଡ଼ ସଙ୍କଟ ଆସିପାରେ । ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ କେତେ ସତ ହେବ । ଏହା ଆଗାମୀ ସମୟରେ ଜଣା ପଡିବ ।

ସୂଚନାଯୋଗ୍ୟ, ବାବା ଭେଙ୍ଗା ଭବିଷ୍ୟବାଣୀ (Baba Vanga Prediction 2022) ପାଇଁ ସମଗ୍ର ବିଶ୍ୱରେ ଜଣାଶୁଣା । ସେ ୫ ହଜାରରୁ ଅଧିକ ଭବିଷ୍ୟବାଣୀ କରିଯାଇଛନ୍ତି, ଯେଉଁଥିରୁ ଅନେକ ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇଛି । ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା (Vangeliya Pandeva Gushterova) ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରୁଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ ।

ଅଧିକ ପଢ଼ନ୍ତୁ:-କେବଳ ପାକିସ୍ତାନ ନୁହେଁ, ଭାରତ ମଧ୍ୟ ସେମିଫାଇନାଲ ରେସରୁ ପଡ଼ିବ ବାଦ୍! ବଦଳିଯାଇଛି ସମୀକରଣ

ଅଧିକ ପଢ଼ନ୍ତୁ:-ଘରେ ହେବ ସୁଖ-ସମୃଦ୍ଧି ଓ ଧନର ବର୍ଷା, ଆଜି ହିଁ ଅଗଣାରେ ଲଗାନ୍ତୁ ଏସବୁ ଗଛ

ଅଧିକ ପଢ଼ନ୍ତୁ:-୬୦ ହଜାର ଦର୍ଶକ...ଆଉ ପର୍ଥ ଷ୍ଟାଡିୟମରେ ଦେଖାଦେଲା ନୀରବତା...ବିରାଟ କୋହଲିଙ୍କ ଦ୍ୱାରା ହୋଇଗଲା ଏକ ବଡ଼ ଭୁଲ

 

୧୨ ବର୍ଷ ବୟସରେ ବାବା ଭେଙ୍ଗାଙ୍କ ସହ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ବାସ୍ତବରେ ଏକ ଭୟଙ୍କର ଝଡ଼ ଯୋଗୁଁ ସେ ନିଜ ଆଖିର ଦୃଷ୍ଟି ଶକ୍ତି ହରାଇଥିଲେ । ଭେଙ୍ଗା ବାବାଙ୍କର ୧୯୯୬ ମସିହାରେ ଦେହାନ୍ତ ହୋଇସାରିଛି । ତାଙ୍କର ଭବିଷ୍ୟବାଣୀ (Baba Vanga 2022 Prediction) କୌଣସି ସ୍ଥାନରେ ଲେଖା ନାହିଁ । ଯଦିଓ ଏହା କୁହାଯାଏ ଯେ ସେ ଏହି ଭବିଷ୍ୟବାଣୀଗୁଡ଼ିକୁ ତାଙ୍କ ଅନୁଗାମୀମାନଙ୍କୁ ମୌଖିକ ଭାବରେ ଜଣାଇଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସଠିକ୍ ବୋଲି ପ୍ରମାଣିତ ହୋଇଛି ଓ ଅନେକ ମଧ୍ୟ ଭୁଲ୍ ବୋଲି ଜଣାପଡିଛି ।