ଅଲଗା ହେଇଯିବେ ନୁସରତ-ୟଶ!
ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାନ (Nusrat Jahan) ନିଜ ପୂର୍ବ ବିବାହକୁ ନେଇ ସନ୍ତୁଷ୍ଟ ନଥିଲେ। ସେଥିପାଇଁ ନୁସରତ ଓ ନିଖିଲ (Nikhil) ଅଲଗା ମଧ୍ୟ ହୋଇଛନ୍ତି।
କୋଲକାତା: ଲୋକପ୍ରିୟ ଅଭିନେତ୍ରୀ ତଥା ସାଂସଦ ନୁସରତ୍ ଜାହାନଙ୍କ ଜୀବନରେ ପୁଣି ଏକ ଝଡ ସୃଷ୍ଟି ହୋଇଛି। ବିବାହ, ବିଚ୍ଛେଦ ଓ ପ୍ରେମକୁ ନେଇ ଚର୍ଚ୍ଚାରେ ଥିବା ସେଲିବ୍ରିଟି ପୁଣି ଏକୁଟିଆ ହେବେ କି ବୋଲି ପ୍ରଶ୍ନ ଜାତ ହୋଇଛି। କାରଣ ତାଙ୍କ ବୟଫ୍ରେଣ୍ଡ ୟଶଙ୍କ ସହ କିଛି ବିବାଦ ଚାଲିଛି, ଫଳରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।
ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାନ (Nusrat Jahan) ନିଜ ପୂର୍ବ ବିବାହକୁ ନେଇ ସନ୍ତୁଷ୍ଟ ନଥିଲେ। ସେଥିପାଇଁ ନୁସରତ ଓ ନିଖିଲ (Nikhil) ଅଲଗା ମଧ୍ୟ ହୋଇଛନ୍ତି। ଏହାପରେ ନୁସରତଙ୍କ ନାମ ସହ ୟଶ ଦାସଗୁପ୍ତା (Yash Dasgupta) ଙ୍କ ନାମ ଯୋଡି ହୋଇଥିଲା। ଇତି ମଧ୍ୟରେ ଗତ ଅଗଷ୍ଟରେ ନୁସରତ ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଆଉ ପୁଅର ଜନ୍ମ ପ୍ରମାଣ ପତ୍ରରେ ୟଶଙ୍କୁ ପିତାର ଆଖ୍ୟା ଦେଇଛନ୍ତି।
Also Read: 'ସେ ମତେ ରଖୁ, ନ ହେଲେ ମୁଁ ତାକୁ ରଖିବି'
ନୁସରତ ଜାହାନ ଓ ୟଶ ବିଧିବଦ୍ଧ ଭାବେ ବିବାହ କରିନଥିଲେ ମଧ୍ୟ ଉଭୟେ ପତି-ପତ୍ନୀ ଭଳି ଜୀବନ ବିତାଉଛନ୍ତି। ସେମାନେ ମିଶି ଭ୍ୟାକେସନକୁ ମଧ୍ୟ ଯାଉଛନ୍ତି। ନିକଟରେ ନୁସରତ ନିଜ ବୟଫ୍ରେଣ୍ଡ ସହ ଜମ୍ମୁ କାଶ୍ମୀର ଯାଇଥିଲେ। ସେମାନେ ସେଠାରେ ଖୁବ ମସ୍ତି ମଧ୍ୟ କରିଥିଲେ। ଉଭୟେ ନିଜର ଲଭ୍ ଲାଇଫକୁ ନେଇ ଖୁବ ଉତ୍ସାହିତ ଓ ଖୁସି ଥିବା ଭଳି ଲାଗୁଛନ୍ତି। ଯାହାର ପ୍ରମାଣ ୟଶଙ୍କ ଜନ୍ମଦିନର କେକରେ ଦେଖିବାକୁ ମିଳିଥିଲା।
କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଚାଞ୍ଚଲ୍ୟକର ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଖୁବଶୀଘ୍ର ନୁସରତ ଜାହାନ ଓ ୟଶ ଅଲଗା ହୋଇପାରନ୍ତି ବୋଲି ଆକଳନ କରାଯାଉଛି। ଶୁକ୍ରବାର ନୁସରତ ତାଙ୍କ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି, 'ଯେଉଁ ଘରେ ଶାନ୍ତି ନାହିଁ ତାହା ଜେଲ ସଦୃଶ । ଆଉ ଯେଉଁ ଘରେ ଶାନ୍ତି ଅଛି ତାହା ଜେଲ ହେଲେ ବି ଛାଡ଼ି ଯିବାକୁ ଇଛା ହୁଏ ନାହିଁ।' ଏହି ଷ୍ଟୋରୀକୁ ଅନୁଧ୍ୟାନ କଲେ ନୁସରତ ଓ ୟଶ ଅଲଗା ହେବାକୁ ଚାହୁଁଥିବା ଅନୁମାନ କରାଯାଉଛି।