'ସେ ମତେ ରଖୁ, ନ ହେଲେ ମୁଁ ତାକୁ ରଖିବି'
Advertisement
Article Detail0/zeeodisha/odisha1036647

'ସେ ମତେ ରଖୁ, ନ ହେଲେ ମୁଁ ତାକୁ ରଖିବି'

ନ୍ୟାୟ ପାଇଁ ପ୍ରଥମେ ଝୁନୁ ସେରଗଡ଼ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପ୍ରେମିକର ଘର ସମ୍ମୁଖରେ ଧାରଣା ଦେବାକୁ ପରାମର୍ଶ ଦେଇଥିଲେ।

ଡିଜାଇନ୍ ଫଟୋ

ବ୍ରହ୍ମପୁର: ପ୍ରଥମେ ପ୍ରେମ ଓ ତାପରେ ପ୍ରତାରଣା, ଯେମିତି ଏବେ ସମାଜର ଏକ୍ ଟ୍ରେଣ୍ଡ ପାଲଟିଛି। ବ୍ରହ୍ମପୁର ମହାନଗର ଅଞ୍ଚଳର ତପସ୍ୱିନୀ ଓରଫ ଡିମ୍ପଲଙ୍କ ପାରିବାରିକ ବିବାଦର ସମସ୍ୟା ସମାଧାନ ନ ହେଉଣୁ ଠିକ୍ ସେହି ଭଳି ଅନ୍ୟ ଏକ ଘଟଣା ସାମନାକୁ ଆସିଛି। ପ୍ରେମ କରି ପ୍ରତାରଣର ଶିକାର ହୋଇ ମହିଳା ଜଣକ କଥିତ ସ୍ୱାମୀଙ୍କ ଘର ଆଗରେ ଧାରଣ ଦେଇଛନ୍ତି। ପରବର୍ତ୍ତୀ ସମୟରେ ପୋଲିସ ତାଙ୍କୁ ଥାନାକୁ ଉଠାଇ ନେଇଛି।

ଦୀର୍ଘ ୯ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ସହ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକ ପ୍ରତାରଣା କରିଥିଲେ। ପୁରୀରେ ବିବାହ ମଧ୍ୟ କରିଛନ୍ତି। କିନ୍ତୁ ପାଖରେ କୌଣସି ପ୍ରମାଣ ନାହିଁ। ଗତ ୨୬ ତାରିଖରେ ପ୍ରେମିକ ଅନ୍ୟତ୍ର ବାହା ହେବା ଖବର ପାଇ ପ୍ରେମିକ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣା ସେରଗଡ଼ ଥାନା ଅନ୍ତର୍ଗତ ତୋଟା ସାହିରେ ଘଟିଛି। 

Also Read: ଜିଲ୍ଲା ପ୍ରଶାସନର ନାକ ତଳେ ଜଙ୍ଗଲ ନଷ୍ଟ

ସେରଗଡ଼ ବ୍ଲକ ହରେକୃଷ୍ଣପୁର ଗ୍ରାମର ଜୟଚଣ୍ଡୀ କୋଲନୀର ୩୫ ବର୍ଷୀୟା ମହିଳା ଝୁନୁ ନାଇକ ମୁଲ ଲାଗି ଜୀବିକା ନିର୍ବାହ କରନ୍ତି। ମାଆ ମୋଚିଆଣି ନାଇକ (୭୦) ସହ ସେ ଉକ୍ତ ସାହିରେ ରହୁଥିଲେ। ଝୁନୁଙ୍କ କହିବା ଅନୁସାରେ, ତୋଟା ସାହିର ଅଭିମନ୍ୟୁ ବାଡ଼ତ୍ୟାଙ୍କ ପୁଅ ଗଗନ ବାଡ଼ତ୍ୟା ବୟସ (୩୦) ପେଶାରେ ଜଣେ ମସ୍ତ୍ରୀ। ଏକତ୍ର କାମ କରିବା ସମୟରେ ୯ ବର୍ଷ ତେଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। 

ବିବାହ ପ୍ରତିଶ୍ରୁତି ଦେଇ ଗଗନ କୁଆଡେ ଝୁନୁଙ୍କ ସହ ଗତ ୯ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖୁଥିଲା। ସେମାନେ ପୁରୀରେ ବିବାହ ମଧ୍ୟ କରିଛନ୍ତି। କିନ୍ତୁ ଉଭୟେ ନିଜ ନିଜ ଘରେ ରହୁଥିଲେ। ଭଉଣୀର ବିବାହ ସରିବା ପରେ ଘରକୁ ନେବି ବୋଲି ଗଗନ କଥା ଦେଇଥିଲେ। କିନ୍ତୁ ସେ ମୋତେ ଛାଡି ଅନ୍ୟତ୍ର ବିବାହ କରୁଥିବା ସୂଚନା ମିଳୁଛି ବୋଲି ଝୁନୁ କହିଛନ୍ତି।

Also Read: ଭୟଙ୍କର ସଡ଼କ ଦୁର୍ଘଟଣା; ଶବଦାହ କରିବାକୁ ଯାଇ ଶବ ପାଲଟି ଗଲେ ୧୮, ଅନେକ ଗୁରୁତର

ନ୍ୟାୟ ପାଇଁ ପ୍ରଥମେ ଝୁନୁ ସେରଗଡ଼ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପ୍ରେମିକର ଘର ସମ୍ମୁଖରେ ଧାରଣା ଦେବାକୁ ପରାମର୍ଶ ଦେଇଥିଲେ। ପୋଲିସର କଥା ମାନି ଝୁନୁ, ଗଗନଙ୍କ ଘର ଆଗରେ ନିଜ ବୃଦ୍ଧା ମାଆଙ୍କ ସହ ଧାରଣାରେ ବସିଥିଲେ। ଏହାର ଖବର ପ୍ରସାରଣ ହେବା ପରେ ପୋଲିସ ମାଆ-ଝିଅଙ୍କୁ ଥାନାକୁ ଉଠାଇ ନେଇ ଗଗନ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।  

ସେପଟେ ଝୁନୁ କହିଛନ୍ତି ଯେ, ସ୍ୱାମୀ ଗଗନ ତାଙ୍କୁ ନିଜ ଘରକୁ ନିଅନ୍ତୁ, ନଚେତ ସେ ତାଙ୍କ ଘରକୁ ଆସନ୍ତୁ। ଯଦି ନ୍ୟାୟ ନ ମିଳେ ତେବେ ସେ ବିଷ ଖାଇ ଆତ୍ମହତ୍ୟା କରିବେ। ତେବେ ସ୍ୱାମୀକୁ ପାଇବା ଓ ସ୍ତ୍ରୀର ମାନ୍ୟତା ପାଇଁ ଝୁନୁ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ନେଇ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି।