ପୁରୀ: ଶନିବାର ପବିତ୍ର ପ୍ରଥମାଷ୍ଟମୀ। ସବୁବର୍ଷ ଭଳି ନିଆଳି ମାଧଵାନନ୍ଦଜୀଉ ଟ୍ରଷ୍ଟ ପକ୍ଷରୁ ଚଳିତବର୍ଷ ମହାପ୍ରଭୁଙ୍କ ପାଇଁ ଆସିଛି ପୋଢୁଆଁ ଭାର। ଟ୍ରଷ୍ଟ ପକ୍ଷରୁ ତାହା ଜଗନ୍ନାଥଙ୍କ ମାମୁଁଘର ବୋଲି ଲୋକାଚାରରେ ପ୍ରଚଳିତ ଥିବାରୁ ସେହି ପରମ୍ପରା ବଜାୟ ରଖିବା ପାଇଁ ଏଭଳି ପ୍ରୟାସ କରାଯାଉଛି। ଶୁକ୍ରବାର ସକାଳୁ ନିଆଳିରୁ ସଂକୀର୍ତ୍ତନ ମଣ୍ଡଳୀ ସହ ପାଞ୍ଚଟି ଭାର ଧରି ପୁରୀରେ ପହଞ୍ଚିଥିଲେ। ଖଣ୍ଡୁଆ ପାଟ, ପିଠା ସାମଗ୍ରୀ, ଫଳମୂଳ ଆଦି ବିଭିନ୍ନ ସାମଗ୍ରୀ ମହାପ୍ରଭୁଙ୍କ ପଢୁଆଁ ଭାରରେ ଆଣିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୋଢୁଆଁ ଭାରକୁ ଗ୍ରହଣ କରାଯାଇଛି। ୪୦ ହଜାର ଟଙ୍କାର ଖଣ୍ଡୁଆ ପାଟ ଲାଗି ପାଇଁ ୪ ହଜାର ଟଙ୍କା କଟାଯାଇଛି।


COMMERCIAL BREAK
SCROLL TO CONTINUE READING

ଆଜି ପବିତ୍ର ପ୍ରଥମାଷ୍ଟମୀ ଅବସରରେ ପୋଢୁଆଁ ହେବେ ମହାପ୍ରଭୁ। ଏଥିଲାଗି ମାମୁଁ ଘରୁ ଅର୍ଥାତ ନିଆଳି ମାଧବଙ୍କ ପୀଠରୁ ପୋଢୁଆଁ ଭାର ଆସିଛି। ରତ୍ନବେଦୀରେ ଶନିବାର ଚତୁର୍ଦ୍ଧା ମୂର୍ତ୍ତୀଙ୍କ ସହ ଶ୍ରୀଦେବୀ, ଭୁଦେବୀ ଓ ମାଧବ ପୋଢୁଆଁ ହେବେ। ମାମୁଁ ଘରୁ ୪୦ ହଜାର ଟଙ୍କାର ଖଣ୍ଡୁଆ ପାଟ ଆସିଛି। ଅବକାଶ ଓ ଧୂପରେ ପୋଢୁଆଁ ବସ୍ତ୍ର  ମହାପ୍ରଭୁ ପରିଧାନ କରିବେ। ସେପଟେ ପିଠା ସାମଗ୍ରୀ ପାଇଁ ଚାଉଳ, ବିରି, ନଡିଆ, ଗୁଡ, ପାଚିଲା କଦଳୀ ସହ ଘିଅ ଆସିଛି। ପ୍ରଭୁଙ୍କ ଗୋପାଳବଲ୍ଲଭରେ ଲାଗିହେବା ପାଇଁ ଫଳମୂଳ, ତୁଳସୀମାଳ, ପଦ୍ମଫୁଲ ମାଳ, ପାନ, ଅଳେଇଚ ସହ ଗୁଆ ଆଉ ଲବଙ୍ଗ ବି ଆସିଛି। 


Also Read: ପ୍ରଥମାଷ୍ଟମୀରେ ବି ଘାତବାର, ଏହି ତିନି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ


ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ଝାଞ୍ଜ ସଂକୀର୍ତ୍ତନ ସହ ବିରାଟ ପଟୁଆରେ ଶ୍ରୀମନ୍ଦିର କାର୍ଯ୍ଯାଳୟରେ ଭାର ପହଞ୍ଚି ଥିଲା। ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ପୋଢୁଆଁ ଭାରକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଥିଲା। ସେପଟେ ପ୍ରଭୁଙ୍କ ଲାଗି ଆସିଥିବା ପୋଢୁଆଁ ବସ୍ତ୍ର ମହାପ୍ରଭୁଙ୍କ ମାପରେ ପ୍ରସ୍ତୁତ କରାଯାଇଛି। ମହାପ୍ରଭୁଙ୍କୁ ଲାଗି କରିବା ପାଇଁ ମାଧବାନନ୍ଦ ଜୀୟୁ ଟ୍ରଷ୍ଟ ୪ ହଜାର ଟଙ୍କାର ରସିଦ ମଧ୍ୟ କାଟିଛନ୍ତି। ଶୁକ୍ରବାର ଆସିଥିବା ପୋଢୁଆଁ ଭାରରେ ପ୍ରସୁସ୍ୱାଦୁ ପିଠା ସ୍ତୁତ ହେବ। ପ୍ରଥମାଷ୍ଟମୀରେ ମାମୁଘରୁ ଆସିଥିବା ପୋଢୁଆଁ ବସ୍ତ୍ର ମହାପ୍ରଭୁଙ୍କୁ ଲାଗି ହେବା ସହ ଧୁପରେ ପିଠା ସାମଗ୍ରୀ ଲାଗିବା ନେଇ  ଭକ୍ତ ଆଶାବାଦୀ ଅଛନ୍ତି।



ତେବେ କେବଳ ଲୋକାଚାରରେ ଭକ୍ତମାନଙ୍କ ଠାରୁ ଗ୍ରହଣ କରିବା ଭଳି ରଖାଯାଇଛି ମହାପ୍ରଭୁଙ୍କ ଲାଗି ପୋଢୁଆଁ ଭାର, ହେଲେ ପ୍ରତିବର୍ଷ ଏଭଳି ସୁଯୋଗ ଦିଅନ୍ତୁ ବୋଲି ମାଧବାନନ୍ଦ ଜୀୟୁ ଟ୍ରଷ୍ଟ ଆଶା ରଖିଛି।