ସମ୍ବଲପୁର: ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତାଙ୍କ ଛାତିରେ ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେବାରୁ ତାଙ୍କୁ ପରିବାର ଲୋକେ ବୁଧବାର ସନ୍ଧ୍ୟାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି। ତେବେ ତାଙ୍କୁ ବୁର୍ଲା ମେଡ଼ିକାଲର କାର୍ଡ଼ିଓଲୋଜି ବିଭାଗରେ ରଖା ଯାଇଛି। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ ପଦ୍ମଶ୍ରୀ ମିତ୍ରଭାନୁ ଦୀର୍ଘ ଦିନ ହେବ ଅସୁସ୍ଥ ଅନୁଭବ କରୁଥିଲେ। ବୁଧବାର ସକାଳୁ ପରିବାର ଲୋକେ ତାଙ୍କୁ ପ୍ରଥମେ କୁଚିଣ୍ଡା ଓ ପରେ ସମ୍ବଲପୁରର ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ରାତି ପ୍ରାୟ ସାଢେ ନଅଟାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି।


Also Read: କୋରାପୁଟର ଭୂଗୋଳ ଦେଖିଲେ 'ଭୂଗୋଳ କ୍ୱିନ୍'


 


ପାଶ୍ଚାତ୍ୟ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଉନ୍ନତି ଦିଗରେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ସେଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୦ରେ ଖ୍ୟାତନାମା ତଥା ବିଶିଷ୍ଟ ନାଟ୍ୟକାର, କବି ତଥା ଗୀତିକାର ମିତ୍ରଭାନୁ ଗୌଣ୍ଟିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ୭୮ ବର୍ଷୀୟ ମିତ୍ରଭାନୁ ଜଣେ ଅବସରପ୍ରାପ୍ତ ଶିକ୍ଷକ ଏବଂ ଲେ ହିଁ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ଗୀତ 'ରଙ୍ଗବତୀ'ର ରଚନା କରିଛନ୍ତି।



ମିତ୍ରଭାନୁ ଗୌନ୍ତିଆଙ୍କୁ ସଙ୍ଗୀତ ପାଇଁ ଓଡିଶା ରାଜ୍ୟ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଆକାଶବାଣୀ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କ ଲେଖା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ମଧ୍ୟ ସମ୍ମାନିତ କରାଯାଇଛି। ସେ ଏକ ହଜାରରୁ ଅଧିକ ଗୀତ ଲେଖିଛନ୍ତି। ଗୀତିକାର ମିତ୍ରଭାନୁଙ୍କୁ ସମ୍ମାନିତ କରିବା ପାଇଁ ଓଡ଼ିଶା ସରକାର ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ବିଲଙ୍ଗ ଗାଁର ନାମ ପରିବର୍ତ୍ତନ କରି ରଙ୍ଗବତୀ ବିଲୁଙ୍ଗର କରିଛନ୍ତି।


Also Read: ସମଲେଇ ଯୋଜନାରେ ସମତୁଲ ହେବ ୩୦୦ ବର୍ଷର 'କମଲି ବଜାର'


ରଙ୍ଗବତୀ ଗୀତଟି ପ୍ରଥମେ ୧୯୭୫-୭୬ ମସିହାରେ ସମ୍ବଲପୁରର AIR ପାଇଁ ରେକର୍ଡ କରାଯାଇଥିଲା। କିନ୍ତୁ ୧୯୭୯ରେ ଇଣ୍ଡିଆନ୍ ରେକର୍ଡ Mfg Co (INRECO) ଦ୍ୱାରା ୪୫rpm ଭିନିଲ୍ ଫର୍ମାଟରେ ମୁକ୍ତିଲାଭ କରିଥିଲା ​​| ପ୍ରଭୁଦତ୍ତା ପ୍ରଧାନ ରଙ୍ଗବତୀ ଗୀତକୁ କମ୍ବୋଜ କରିଥିବା ବେଳେ ଜିତେନ୍ଦ୍ରିୟ ହରିପାଲ ଏବଂ କୃଷ୍ଣ ପଟେଲ ଏଥିରେ କଣ୍ଠଦାନ କରିଥିଲେ। ୨୦୦୭ରେ, ଏହି ଗୀତଟି ଓଡିଶାର ରିପବ୍ଲିକ୍ ଡେ ଟେବୁଲ୍ ଏବଂ ଡିସେମ୍ବର ୨୦୧୦ରେ, କଟକଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍ ସମୟରେ ବଜାଯାଇଥିଲା। ଜୁନ୍ ୨୦୧୨ରେ, ପଶ୍ଚିମ ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଏକ ତିନି ଦିନିଆ 'ରଙ୍ଗବତୀ ଉତ୍ସବ' ଆୟୋଜନ କରିଥିଲା।