ସପନା ଚୌଧୁରୀଙ୍କୁ ଟକ୍କର ଦେବାକୁ ରେଣୁକାଙ୍କ ଏଣ୍ଟ୍ରି
ଫେମସ ଡ୍ୟାନ୍ସର ଓ ଅଭିନେତ୍ରୀଙ୍କୁ ଟକ୍କର ଦେବାକୁ ଗ୍ରାଉଣ୍ଡରେ ଓହ୍ଲାଇଛନ୍ତି ଆଉ ଜଣେ ଡ୍ୟାନ୍ସର ତଥା ଅଭିନେତ୍ରୀ ।
ନୂଆଦିଲ୍ଲୀ: ବଲିଉଡ ଭଳି ଏବେ ଖୁବ ଚର୍ଚ୍ଚାରେ ରହୁଛି ହରିୟାଣୀ ଗୀତ ଓ ଡ୍ୟାନ୍ସ । ହରିୟାଣୀ ଗୀତ ଓ ଡ୍ୟାନ୍ସ କଥା ଉଠିଲେ ସମସ୍ତଙ୍କ ମନରେ ଜଣଙ୍କ ନାଁ ଆସେ ଆଉ ସେ ନାଁ ହେଉଛି ସପନା ଚୌଧୁରୀ । ହେଲେ ଏହି ଫେମସ ଡ୍ୟାନ୍ସର ଓ ଅଭିନେତ୍ରୀଙ୍କୁ ଟକ୍କର ଦେବାକୁ ଗ୍ରାଉଣ୍ଡରେ ଓହ୍ଲାଇଛନ୍ତି ଆଉ ଜଣେ ଡ୍ୟାନ୍ସର ତଥା ଅଭିନେତ୍ରୀ । ହରିୟାଣାର ସଂଗୀତ ଶିଳ୍ପରେ ଏକ ଉତ୍ସାହ ସୃଷ୍ଟି କରିଛନ୍ତି ଏହି ଅଭିନେତ୍ରୀ ତାଙ୍କ ନାଁ ହେଉଛି ରେଣୁକା ପାୱାର।
ରେଣୁକା ନିକଟରେ YouTubeରେ ଏକ ଗୀତ ରିଲିଜ୍ କରିଛନ୍ତି, ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ଚାଲିଛି । ଗୀତ 'ତୋଡ ଲାଇ ମଟକି' ରେ ଅଭିନେତ୍ରୀଙ୍କ ଡ୍ୟାନ୍ସ, ଓ ଠୁମକା ଦର୍ଶକଙ୍କୁ ଦିୱାନା କରିଦେଇଛି । YouTubeରେ ଗୀତ ରିଲିଜ ହେବାର ସପ୍ତାହ ମଧ୍ୟରେ ୧୪ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି । କେବଳ ଏତିକି ନୁହେଁ ଏହି ସଂଖ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି ।
Also Read: କୁସ୍ତି ଟୁର୍ଣ୍ଣାମେଣ୍ଟ ହାରିଯିବାରୁ ମହିଳା ରେସଲର Ritika Phogat ଙ୍କ ଆତ୍ମହତ୍ୟା
ପୱନ ଗିଲଙ୍କ ନିର୍ଦ୍ଦେଶନାରେ ଏହି ନୂଆ ହରିୟାଣୀ ଗୀତକୁ ରେଣୁକା ପାୱାର (Renuka pawar) ଏବଂ ଅମିତ ଧୁଲ ସ୍ୱର ଦେଇଛନ୍ତି। ଏହି ଗୀତଟି ଆଣ୍ଡି ଡାହିଆ ଲେଖିଛନ୍ତି ଏବଂ ଜି.ଆର ମ୍ୟୁଜିକ୍ ରଚନା କରିଛନ୍ତି। ତେବେ ଏହି ଗୀତର କ୍ରେଜ ଦେଖିବା ପରେ ସବୁ ଆଡ଼େ ଚର୍ଚ୍ଚା କି ହରିୟାଣୀ ସିଙ୍ଗର, ଡ୍ୟାନ୍ସର ଓ ଅଭିନେତ୍ରୀ ସପନା ଚୌଧୁରୀ (Sapna Choudhary) ଙ୍କ ଟକ୍କର ଦେବାକୁ ଆସିଗଲେ ରେଣୁକା ପାୱାର ।
Also Read: ଖାଇବାକୁ ଚାହୁଁଛନ୍ତି କି ଦାମୀ Pizza, ଦାମ୍ ୨୬ ହଜାର ୩୦୦ ଟଙ୍କା
ସୂଚନାଯୋଗ୍ୟ, ଅଭିନେତ୍ରୀ ସପନା ଚୌଧୁରୀ ( Sapna Choudhary) ଙ୍କ ଠୁମକା ପାଇଁ ସେ ବେଶ ପରିଚିତ । ତେବେ ମାର୍କେଟରେ ଏବେ ରେଣୁକା ପାୱାରଙ୍କ ଏଣ୍ଟ୍ରି ପରେ ଏବେ କମ୍ପିଟେସନ ଫୁଲ୍ ଟଫରେ ଚାଲିବ ଏଥିରେ ସନ୍ଦେହ ନାହିଁ ।