Advertisement
Article Detail0/zeeodisha/odisha868217
Zee OdishaOdisha LifeStyle and Othersଖାଇବାକୁ ଚାହୁଁଛନ୍ତି କି ଦାମୀ Pizza, ଦାମ୍ ୨୬ ହଜାର ୩୦୦ ଟଙ୍କା

ଖାଇବାକୁ ଚାହୁଁଛନ୍ତି କି ଦାମୀ Pizza, ଦାମ୍ ୨୬ ହଜାର ୩୦୦ ଟଙ୍କା

ଟୁନିସିଆରେ ରହିଛି ଏକ ଇଟାଲିୟାନ ରେସ୍ତୋରାଁ ଯାହାର ନାଁ L’antica Pizzeria Da Pietro । ଏହି ରେସ୍ତୋରାଁରେ ତିଆରି ହୋଇଛି ଏକ ପିଜା ଯାହାର ଦାମ୍ ରହିଛି  ୨୬ ହଜାର ୩୦୦ ଟଙ୍କା । 

ଖାଇବାକୁ ଚାହୁଁଛନ୍ତି କି ଦାମୀ Pizza, ଦାମ୍ ୨୬ ହଜାର ୩୦୦ ଟଙ୍କା

ସନ୍ଧ୍ୟା ସମୟରେ ହେଉ ବା କୌଣସି ଛୁଟିଦିନ କି କାହାର ବର୍ଥ ଡେ ପାର୍ଟିରେ ଏବେ ଖାଦ୍ୟ ସାଙ୍ଗରେ ସାମିଲ ହେଉଛି ପିଜା । ୫୦ ରୁ ଆରମ୍ଭ କରି ୫ ହଜାର ଯାଏଁ ଟଙ୍କାର ପିଜାକୁ ଲୋକ ମାନେ ଖାଇବାକୁ ଖୁବ ପସନ୍ଦ କରୁଛନ୍ତି ହେଲେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏମିତି ଏକ ଦାମୀ ପିଜା ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ । ଟୁନିସିଆରେ ରହିଛି ଏକ ଇଟାଲିୟାନ ରେସ୍ତୋରାଁ ଯାହାର ନାଁ L’antica Pizzeria Da Pietro । ଏହି ରେସ୍ତୋରାଁରେ ତିଆରି ହୋଇଛି ଏକ ପିଜା ଯାହାର ଦାମ୍ ରହିଛି  ୨୬ ହଜାର ୩୦୦ ଟଙ୍କା । 

ଏବେ ଆପଣଙ୍କ ମନରେ ଏ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ପ୍ରକୃତରେ ସ୍ନାକ୍ସ ଆଇଟମରେ ଗଣାଯାଉଥିବା ଏହି ଇଟାଲିୟ (Italian Food) ଖାଦ୍ୟ ପିଜା (Pizza)ର ଦାମ ଏତେ ଅଧିକ କାହିଁକି । ଏକ ଇଣ୍ଟରନ୍ୟାସନାଲ ମିଡିଆ ରିପୋର୍ଟ ଅନୁଯାୟୀ, ଟୁନିସିଆର ଏହି ଇଟାଲିୟନ ରେସ୍ତୋରାଁ L’antica Pizzeria Da Pietro ସୁନାର ପିଜା ତିଆରି କରିଛି । ଏହାର ଅର୍ଥ ଏହି ପିଜାରେ ଲାଗିଛି ୨୪ କ୍ୟାରେଟ ଗୋଲ୍ଡ (24 Carat Gold) ର ସୁନା ପତ୍ର, ସ୍ମୋକଡ ଡକ୍ ବ୍ରେଷ୍ଟ ସହ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନରେ ଏହା ପ୍ରସ୍ତୁତ ହୋଇଛି ।

Also Read: ରାଜଧାନୀରେ ରୁପା ମୂଲ୍ୟରେ ହ୍ରାସ, ଜାଣି ନିଅନ୍ତୁ କ'ଣ ରହିଛି ସୁନା ରେଟ୍

Add Zee News as a Preferred Source

କେବଳ ଏତିକି ନୁହେଁ ଏଥିରେ ସୁନାର ବ୍ୟବହାର ବହୁଳ ମାତ୍ରାରେ କରାଯାଇଛି। ଯଥା, ଗୋଲ୍ଡ ସ୍ପ୍ରେ (Gold Spray) ସହ ବ୍ଲାକ ଚାରକୋଲ୍, ବହୁ ଦାମୀ ଫୁଲର ବ୍ୟବହାର କରାଯାଇଛି । ତେଣୁ ଏହାର ଦାମ ଏତେ ଅଧିକ। ଦାମ ରହିଛି ଡଲାର ୩୬୦ ଅର୍ଥାତ୍ ୨୬ ହଜାର ୩୦୦ ଟଙ୍କା । ରିପୋର୍ଟ ଅନୁସାରେ, ଏମିତି ଏକ ଦାମୀ ପିଜା ତିଆରି କରି ସବୁ ରେକର୍ଡ ଭାଙ୍ଗିବାକୁ ଚାହାଁନ୍ତି ।

Also Read: ବର୍ଷାଙ୍କୁ ହାତରେ ନୁହଁ ଭାତରେ ମାରୁଛନ୍ତି ଶାଶୁଘର!

ତେବେ ଏହାର ଫଟୋ ଆସିବା ପରେ ଚାରିଆଡ଼େ ଚର୍ଚ୍ଚା । ଏତେ ଦାମୀ ପିଜା (Expensive Pizza) କିଏ କିଣୁଛି ଓ କିଏ ଏହି ରେକର୍ଡକୁ ଭାଙ୍ଗୁଛି ତାହା ଦେଖିବାକୁ ବାକି ରହିଲା ।

About the Author