କୁସ୍ତି ଟୁର୍ଣ୍ଣାମେଣ୍ଟ ହାରିଯିବାରୁ ମହିଳା ରେସଲର Ritika Phogat ଙ୍କ ଆତ୍ମହତ୍ୟା
Advertisement
Article Detail0/zeeodisha/odisha868250

କୁସ୍ତି ଟୁର୍ଣ୍ଣାମେଣ୍ଟ ହାରିଯିବାରୁ ମହିଳା ରେସଲର Ritika Phogat ଙ୍କ ଆତ୍ମହତ୍ୟା

ରିତିକା ରେସଲର ଟୁର୍ଣ୍ଣାମେଣ୍ଟରେ ମାତ୍ର ଗୋଟିଏ ପଏଣ୍ଟ ଯୋଗୁଁ ହାରିଯାଇଥିଲେ। ପରେ ଟୁର୍ଣ୍ଣାମେଣ୍ଟ ଶେଷ ପରେ ସେ ବହୁତ ମ୍ରିୟମାଣ ହୋଇପଡ଼ିଥିଲେ ।

କୁସ୍ତି ଟୁର୍ଣ୍ଣାମେଣ୍ଟ ହାରିଯିବାରୁ ମହିଳା ରେସଲର Ritika Phogat ଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଖେଳ ଦୁନିଆକୁ ବଡ଼ ଝଟକା । ୧୭ ବର୍ଷୀୟ ମହିଳା ରେସଲର ରିତିକା ଫୋଗଟ ଯିଏ ଷ୍ଟାର ରେସଲର ଗୀତା ଫୋଗଟ ଓ ବବିତା ଫୋଗଟଙ୍କ ମାମୁ ଝିଅ ଅର୍ଥାତ ଭଉଣୀ । ରାଜସ୍ଥାନ ଭରତପୁରରେ ଆୟୋଜିତ ହୋଇଥିବା କୁସ୍ତି ଟୁର୍ଣ୍ଣାମେଣ୍ଟରେ ଯୋଗଦେଇଥିଲେ ତେବେ ଟୁର୍ଣ୍ଣାମେଣ୍ଟରେ ହାରିଯିବାରୁ ସେ ଆତ୍ମହତ୍ୟା କରିଥିଲେ । ପରେ ଖବର ଜଣାପଡ଼ିବା ପରେ ସୋସିଆଲ ମିଡିଆ ସହ ଖେଳ ଦୁନିଆରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

fallback

ମାର୍ଚ୍ଚ ୧୨ ରୁ ମାର୍ଚ୍ଚ ୧୪ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ (Tournament)ର ଆୟୋଜନ କରାଯାଇଥିଲା । ରିତିକା ଫୋଗଟ (Ritika Phogat) ରାଜସ୍ଥାନ ଜୟପୁରରେ ଥିବା ନିଜ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ତେବେ ଆତ୍ମହତ୍ୟା ପରେ ପୋଲିସ ଖବର ପାଇ ଅଧିକ ତଦନ୍ତ ଜାରି ରଖିଛି । ରିତିକା ରେସଲର ଟୁର୍ଣ୍ଣାମେଣ୍ଟରେ ମାତ୍ର ଗୋଟିଏ ପଏଣ୍ଟ ଯୋଗୁଁ ହାରିଯାଇଥିଲେ। ପରେ ଟୁର୍ଣ୍ଣାମେଣ୍ଟ ଶେଷ ପରେ ସେ ବହୁତ ମ୍ରିୟମାଣ ହୋଇପଡ଼ିଥିଲେ । ରିତିକା ମହାବୀର ଫୋଗଟ ସ୍ପୋର୍ଟ୍ସ ଏକାଡେମୀ ରେ ନିଜର ଟ୍ରେନିଂ (Wrestler  Training)ଜାରି ରଖିଥିଲେ । 

Also Read: Assembly Election 2021: ପଶ୍ଚିମବଙ୍ଗ-ଆସାମ ରାଲିରେ ଯୋଗଦେବେ ପିଏମ ମୋଦି

ହେଲେ ହାରିଯିବା ପରେ ଘରେ ସିଲିଂ ଫ୍ୟାନରେ ରଶି ଲଗାଇ ସେ ଗତକାଲି ଅର୍ଥାତ୍ ବୁଧବାର ଆତ୍ମହତ୍ୟା (Ritika Phogat Suicide)କରିଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଜଣେ ମହିଳା ରେସଲରଙ୍କ ଆତ୍ମହତ୍ୟା ଘଟଣା ପୁରା ଖେଳ ଦୁନିଆରେ ହଇଚଇ ସୃଷ୍ଟି କରିଛି । ରିତିକା (Ritika Phogat) ଙ୍କ ସମ୍ପର୍କୀୟ ଭଉଣୀ ଟ୍ୱିଟ କରି ନିଜର ଶୋକପ୍ରକାଶ କରିବା ସହ ସେ କେବେ ହେଲେ ଏମିତି ଏକ ଘଟଣା ଆଶା କରିନଥିଲେ ବୋଲି କହିଛନ୍ତି ।