ସମ୍ବଲପୁର: ବହୁ ବର୍ଷର ପରମ୍ପରା। ବାଣକୁ ନା, ଦୀପାବଳୀ ଅବସରରେ ପ୍ରଦର୍ଶୀତ ହେଲା କରମା ନୃତ୍ୟ। ବହୁ ବର୍ଷ ହେଲା ଏଭଳି ପରମ୍ପରା ନୀଲଡୁଙ୍ଗୁରି ଅଞ୍ଚଳରେ ଦେଖିବାକୁ ମିଳୁଛି। ଏଠାରେ ଦୀପାବଳି ଦିନ ବାଣ ଫୁଟେନି ବରଂ ରାଜା ରାଜୁଡା ଅମଳରୁ ଚାଲି ଆସିଥିବା ଅମବାସ୍ଯା ଉତ୍ସବର ନିଆରା ପରମ୍ପରା ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକର ନିଲଡୁଙ୍ଗରୀ ଠାରେ ଦେଖିବାକୁ ମିଳେ। 


COMMERCIAL BREAK
SCROLL TO CONTINUE READING

ବର୍ଷ ବର୍ଷ ଧରି ଆଦିବାସୀ ସଂପ୍ରଦାୟର ଲୋକେ ନିଜ ସାମାଜିକ ସଂସ୍କୃତିକୁ ଉଜ୍ୱିବିତ ରଖି କରମା ନାଚ ଗୀତର ତାଳେ ତାଳେ ଦୀପାବଳି ପାଳନ କରୁଛନ୍ତି। କରମା ନୃତ୍ୟ ସହିତ ଦୀପାବଳି ପାଳନ ଦେବଗଡ ମାହାରାଜାଙ୍କ ଅମଳରୁ ଚାଲି ଆସିଥିବା ନେଇ ଆଦିବାସୀ ସଂପ୍ରଦାୟ ବିଶ୍ୱାସ ରଖିଛନ୍ତି। ଏହାକୁ ବଜାୟ ରଖିବାକୁ ବାହାମ ଗ୍ରାମ ପଞ୍ଚାୟତର ପୂର୍ବତନ ନାୟକ ସରପଞ୍ଚ ତଥା ପଇଦାମାଳ ଗ୍ରାମର ସୀତାରାମ ପ୍ରଧାନଙ୍କ ନେତୃତ୍ୱରେ ଦୀପାବଳି ଉତ୍ସବ ନିଆରା ଢଙ୍ଗରେ ପାଳିତ ହୋଇ ସବୁ ବର୍ଷ କରମା ନାଚ ଅନୁଷ୍ଠିତ ହୋଇଆସୁଛି। 


Also Read: E-Cycle ତିଆରି କରି ଚର୍ଚ୍ଚାରେ ଭିସୁଟ୍ ଛାତ୍ରଛାତ୍ରୀ


ଦୀପାବଳିରେ କରମା ନୃତ୍ୟ ପରମ୍ପରାକୁ ସେହି ଅଞ୍ଚଳର ସାମାଜିକ କର୍ମୀ ଡାକ୍ତର ରାଜାରାମ ଷଡଙ୍ଗୀ, ପୁର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୂଖ ସଂସ୍କୃତି ସଂପର୍ଣ୍ଣ ବ୍ୟକ୍ତି ବିଶେଷ ସହଯୋଗ କରି ଆସୁଥିବା ବେଳେ ଅଞ୍ଚଳର ସମସ୍ତ କଳାକାର ଏଥିରେ ସାମିଲ ହୋଇଥାନ୍ତି। ନିଲଡୁଙ୍ଗରୀ ଠାରେ ପାଳନ ହେଉଥିବା ଏହି ଉତ୍ସବ ସମଗ୍ର ଜିଲ୍ଲା ଓ ରାଜ୍ୟପାଇଁ ଏକ ପ୍ରେରଣାର ଉତ୍ସ। ଏହି ଉତ୍ସବରେ ପଇଦାମାଲ, କବରାପାଲି, ନିଲଡୁଙ୍ଗରୀ, ବାହାମ, ପଡିଆବାହାଲ, ଜୟନ୍ତପୁର ପ୍ରଭୃତି ଅଞ୍ଚଳର କଳାପ୍ରେମୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ସମସ୍ତଙ୍କୁ ମିଠା ଅର୍ଣ୍ଣ ପ୍ରଭୃତି ବ୍ୟଞ୍ଜନରେ ଆପ୍ୟାୟିତ କରାଯାଇଥିଲା।