ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯେତିକି ଭଲ ସେତେ ଭେଲ । ଏହାର ଅର୍ଥ କେତେବେଳେ ସୋସିଆଲ ମିଡିଆ କାହାର ଭଲ କରୁଛି ତ ଆଉ କାହାର ଖରାପ । ଏଇ ଯେମିତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସିଦ୍ଧାର୍ଥଙ୍କ ବିଷୟରେ ଏଭଳି ଖବର ବ୍ୟାପିଗଲା ଯେ ତାଙ୍କ ପ୍ରଶଂସକମାନେ ବହୁତ ରାଗି ଯାଇଥିଲେ । ଏହା ଉପରେ ଅଭିନେତା ନିଜେ ଟ୍ୱିଟ କରି ଶେଷରେ ତାଙ୍କ ନାଁରେ ହୋଇଥିବା ଗୁଜବରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଯାହା ପରେ ଲୋକମାନେ ଏକ ଦୀର୍ଘ ନିଶ୍ୱାସ ଛାଡ଼ିଛନ୍ତି ।


COMMERCIAL BREAK
SCROLL TO CONTINUE READING

ୟୁଟ୍ୟୁବ (YouTube) ରେ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ଦଶ ଜଣ ଦକ୍ଷୀଣ ଭାରତୀୟ ସେଲିବ୍ରିଟିଙ୍କ ନାମ ଉଲ୍ଲେଖ କରାଯାଇଛି, ଯେଉଁମାନେ ଅଳ୍ପ ବୟସରେ ହିଁ ମୃତ୍ୟୁବରଣ କରିଛନ୍ତି । ଏହି ତାଲିକାରେ ତାମିଲ ଅଭିନେତା ସିଦ୍ଧାର୍ଥଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଏହି ଭିଡିଓର ସ୍କ୍ରିନସଟ ସେୟାର କରିଛନ୍ତି । ଏହି ସ୍କ୍ରିନସଟ (ScreenShot)ରେ ଅଭିନେତ୍ରୀ ସୌନ୍ଦର୍ୟ୍ୟା, ଆରତୀ ଅଗ୍ରୱାଲ ଏବଂ ସିଦ୍ଧାର୍ଥ ନଜର ଆସିଛନ୍ତି । 



Also Read: ବିଶ୍ୱକୁ ପୁଣି ଟେନସନ ଦେଲାଣି ଚୀନ: Corona ପରେ ଆଉ ଏକ ଭୂତାଣୁ କଲାଣି ତାଣ୍ଡବ


ସୂଚନାଯୋଗ୍ୟ, ଅଭିନେତ୍ରୀ ସୌନ୍ଦର୍ୟ୍ୟା ୨୦୦୪ ମସିହାରେ ମୃତ୍ୟୁ ବରଣ କରିଥିଲେ। ୨୦୧୫ ମସିହାରେ ଆରତୀ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଅଭିନେତା ସିଦ୍ଧାର୍ଥ  (Siddharth) ଜୀବିତ ଅଛନ୍ତି। ଯେତେବେଳେ ସିଦ୍ଧାର୍ଥ ଏଭଳି ଭିଡିଓ ବିଷୟରେ ଜାଣିବାକୁ ପାଇଲେ, ସେ ୟୁଟ୍ୟୁବ (Youtube) ରେ ରିପୋର୍ଟ କରିଥିଲେ । କିନ୍ତୁ ୟୁଟ୍ୟୁବ୍ ଏହାର ଉତ୍ତରରେ କ’ଣ କହିଛି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ସିଦ୍ଧାର୍ଥଙ୍କୁ ରିପୋର୍ଟ କରିବା ଉପରେ, ୟୁଟ୍ୟୁବରୁ ଏକ ଉତ୍ତର ଆସିଛି ଯେ  ଏହି ଭିଡିଓରେ କୌଣସି ଅସୁବିଧା ନାହିଁ। 


Also Read: ଚୁଟକିରେ ଭଲହେବ ମୁଣ୍ଡବିନ୍ଧା, ବାସ୍ କରନ୍ତୁ ଏହି ଛୋଟିଆ କାମ


ଅଭିନେତା ସିଦ୍ଧାର୍ଥ ସୋସିଆଲ ମିଡିଆ (Social Media) ରେ ବହୁତ ସକ୍ରିୟ ରହିଥାନ୍ତି । ସେ ସବୁ ମାମଲାରେ ନିଜ ର ସ୍ୱର ଉତ୍ତୋଳନ କରିଥାନ୍ତି । କୋରୋନା (Corona) ସମୟରେ ମଧ୍ୟ ଅନେକ ମାମଲାରେ ସେ ପ୍ରଶ୍ନ ଉଠାଇଛନ୍ତି । କେବଳ ଏତିକି ନୁହେଁ କିଛି କିଛି ମାମଲାରେ ସେ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।