ବିଶ୍ୱକୁ ପୁଣି ଟେନସନ ଦେଲାଣି ଚୀନ: Corona ପରେ ଆଉ ଏକ ଭୂତାଣୁ କଲାଣି ତାଣ୍ଡବ
Advertisement

ବିଶ୍ୱକୁ ପୁଣି ଟେନସନ ଦେଲାଣି ଚୀନ: Corona ପରେ ଆଉ ଏକ ଭୂତାଣୁ କଲାଣି ତାଣ୍ଡବ

ମାଙ୍କଡ଼ରୁ ଉତ୍ପନ୍ନ ଭୂତାଣୁ Monkey B Virus (BV) ଚୀନ ରାଜଧାନୀ ବେଜିଂର ଜଣେ ପ୍ରାଣୀ ଚିକିତ୍ସକଙ୍କ ନିକଟରେ ଚିହ୍ନଟ ହୋଇଥିଲା। ଚିକିତ୍ସା ସମୟରେ ପଶୁ ଚିକିତ୍ସକଙ୍କ ମୃତ୍ୟୁ ହୋଇଥିଲା। 

ବିଶ୍ୱକୁ ପୁଣି ଟେନସନ ଦେଲାଣି ଚୀନ: Corona ପରେ ଆଉ ଏକ ଭୂତାଣୁ କଲାଣି ତାଣ୍ଡବ

ବେଜିଂ: ସାରା ବିଶ୍ୱକୁ ମହାମାରୀ କୋରୋନା କବଳିତ କରିଛି । ଚୀନ୍‌ର ଉହାନ ସହରରୁ ଉତ୍ପନ୍ନ କୋରୋନା ଭାଇରସରୁ ବିଶ୍ୱ ମୁକ୍ତି ପାଇ ନାହିଁ ଯେ, ଏବେ ପୁଣି ଚାଇନା ପୁରା ବିଶ୍ୱକୁ ଟେନସନ ଦେଲାଣଇ । ଚାଇନାରେ ପୁଣି ଏକ ଭୂତାଣୁ ସଂକ୍ରମଣ ବ୍ୟାପିବା ଆରମ୍ଭ କରି ଦେଇଛନ୍ତି । ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ ଚାଇନାରେ ମାଙ୍କଡଙ୍କ ଠାରୁ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହି ଭୂତାଣୁକୁ Monkey B Virus (BV) ବୋଲି ରଖାଯାଇଛି । ଏହି ଭୂତାଣୁ ବିସ୍ତାରକୁ ନେଇ ଚୀନ୍ ମଧ୍ୟ ସ୍ୱୀକାର କରିସାରିଲାଣି ।

Monkey B Virus (BV) ମାଙ୍କଡ଼ ମାନଙ୍କଠାରୁ ବ୍ୟାପିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଭୂତାଣୁ ଅତ୍ୟନ୍ତ ମାରାତ୍ମକ। ଏଥିରେ ସଂକ୍ରମିତ ଲୋକଙ୍କ ମଧ୍ୟରେ ମୃତ୍ୟୁ ହାର ୭୦ ରୁ ୮୦ ପ୍ରତିଶତ ଅଟେ। ଅର୍ଥାତ୍ ଯଦି ୧୦୦ ଲୋକ ଏହି ଭୂତାଣୁର କବଳରେ ପଡ଼ନ୍ତି, ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ରୁ ୮୦ ଜଣ ଲୋକ ମୃତ୍ୟୁବରଣ କରିପାରିନ୍ତି । ତେବେ କହିବାକୁ ଗଲେ କୋରୋନା ସହ ଏହି ଭୂତାଣୁକୁ ମୁକାବିଲା କରିବା ପାଇଁ ଚୀନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ମଧ୍ୟ ହୋଇପାରେ ।

Also Read: କ'ଣ ସେହି ହିଡିନ୍ କେସ୍? ସମସ୍ତଙ୍କ ଉପରେ ଛଞ୍ଝାଣ ନଜର ରଖିଛନ୍ତି ସରକାର

ଚୀନ୍‌ର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ମାଙ୍କଡ଼ରୁ ଉତ୍ପନ୍ନ ଭୂତାଣୁ Monkey B Virus (BV) ଚୀନ ରାଜଧାନୀ ବେଜିଂର ଜଣେ ପ୍ରାଣୀ ଚିକିତ୍ସକଙ୍କ ନିକଟରେ ଚିହ୍ନଟ ହୋଇଥିଲା। ଚିକିତ୍ସା ସମୟରେ ପଶୁ ଚିକିତ୍ସକଙ୍କ ମୃତ୍ୟୁ ହୋଇଥିଲା। ତେବେ ଚୀନ୍ ସରକାରୀ ଗଣମାଧ୍ୟମ ଦାବି କରିଛି ଯେ ଡାକ୍ତରଙ୍କ ସହ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକ ଠିକ୍ ଅଛନ୍ତି।

Also Read: ମୁନାୱାର୍ ରାଣାଙ୍କ ଘୋଷଣା: 'ଯୋଗୀ ପୁନର୍ବାର CM ହେଲେ UP ଛାଡିଦେବି'

ଯଦିଓ ଚୀନ୍ ଦାବି କରୁଛି ଯେ ଡାକ୍ତରଙ୍କ ସହ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମସ୍ତ ଲୋକ ଆରୋଗ୍ୟ ଲାଭ କରିଛନ୍ତି, କିନ୍ତୁ ପ୍ରଶ୍ନ ଉଠୁଛି ଯେ କୋରୋନାଭାଇରସ୍ ଉପରେ ବିଶ୍ୱକୁ ବିଭ୍ରାନ୍ତ କରୁଥିବା ଚୀନ୍‌ର କଥାକୁ କିପରି ବିଶ୍ୱାସ କରାଯିବ ? କୌଣସି ସ୍ଥାନରେ ଚୀନ୍ Corona ପରି ଦୁନିଆକୁ Monkey B Virus (BV) ଭାଇରସ ର ସତକଥା ଲୁଚାଇ ଦେଉନାହିଁ ତ । ରିପୋର୍ଟ ମୁତାବିକ, ସଂକ୍ରମିତ ଡାକ୍ତରଙ୍କ ମୃତ୍ୟୁ ୨୭ ମେ କୁ ହୋଇଥିଲା । ହେଲେ ଏବେ ଯାଏଁ ଚୀନ ଏକଥା ଲୁଚାଇ ରଖିଥିଲା । ପ୍ରଶ୍ନ ଉଠୁଛି ଯେ, ଡାକ୍ତରଙ୍କ ମୃତ୍ୟୁ ନେଇ ଚୀନ କାହିଁକି ଏତେ ଦିନ ହେଲା ଲୁଚାଇ ରଖିଥିଲା ।

Also Read: ଆସନ୍ତାକାଲିଠୁ ସବୁ ଜିଲ୍ଲାରେ ଗଡିବ ଘରୋଇ ବସ

ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ପ୍ରାରମ୍ଭରୁ ଡାକ୍ତରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା ଏବଂ ସେ ବାନ୍ତି କରିବା ଆରମ୍ଭ କରିଥିଲେ। ଏହାପୂର୍ବରୁ ସେ କ୍ରମାଗତ ଭାବରେ ବାନ୍ତି କରିବାରେ ଲାଗିଥିଲେ । ବର୍ତ୍ତମାନ ଡାକ୍ତର ସମ୍ମୁଖୀନ ହେଉଥିବା ସମସ୍ୟାକୁ ଆଧାର କରି ଏହି ଲକ୍ଷଣ  Monkey B Virus (BV) Symptoms ଗୁଡ଼ିକ ସାମ୍ନାକୁ ଆସିଛି। ଏହି ଭୂତାଣୁ ପ୍ରଥମେ ୧୯୩୨ ମସିହାରେ ଚିହ୍ନଟ ହୋଇଥିଲା । ଏହା କୋରୋନା ଭୂତାଣୁ ପରି ସଂକ୍ରମଣ କରିବାରେ ସକ୍ଷମ ଏବଂ ଏହା ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ବ୍ୟାପିଥାଏ ।