Budh Gochar 2024: ଫେବୃଆରୀ ୨୦  ସକାଳ ୦୬.୦୭ ସମୟରେ ବୁଧ କୁମ୍ଭ ରାଶିରେ ପ୍ରବେଶ କରିବେ । କୁମ୍ଭ ରାଶିରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଚଳନ କରିବା ପ୍ରଭାବରେ କିଛି ରାଶିଙ୍କୁ ଶୁଭ ଫଳାଫଳ ମିଳିବାକୁ ଯାଉଛି । ବୁଧ ଗ୍ରହଙ୍କ ପ୍ରଭାବରେ ମଣିଷ ଜୀବନରେ ଅନେକ ପରିବର୍ତ୍ତନ ହୋିଥାଏ ବୋଲି ଜୋତିଷଶାସ୍ତ୍ରରେ ବିଶ୍ୱାସ ରହିଛି । ବୁଧ ଗ୍ରହର ଅନୁଗ୍ରହ ଦ୍ୱାରା ଅନୁସନ୍ଧାନକାରୀ ଶିକ୍ଷା, ଚାକିରି ଏବଂ ବ୍ୟବସାୟରେ ସଫଳତା ପାଇଥାଏ । ବୁଧଙ୍କ ରାଶି ପରିବର୍ତ୍ତନ ଦ୍ୱାରା କେଉଁ ରାଶି ଚିହ୍ନ ଉପକୃତ ହେବେ ଜାଣନ୍ତୁ ।


COMMERCIAL BREAK
SCROLL TO CONTINUE READING

Mercury Transit in kumbh


ମେଷ - ବୁଧଙ୍କ ଚଳନ କାରଣରୁ ଆପଣ ଆର୍ଥିକ ଲାଭ ପାଇବେ । ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ହେବ । ଚାକିରି କ୍ଷେତ୍ରରେ ଦୀର୍ଘ ଦିନରୁ ଥିବା ସମସ୍ୟା ସମାପ୍ତ ହେବ । ଆପଣ କିଛି ପୁରୁଣା ବିନିଯୋଗରୁ ଲାଭ ପାଇବେ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସଫଳ ହୋଇପାରିବେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଆପଣଙ୍କୁ ଶୁଭଫଳ ମିଳିବ ।


କନ୍ୟା - ବୁଧଙ୍କ ପ୍ରଭାବରେ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କୁ ଉପହାର ସଦୃଶ୍ୟ ଫଳ ମିଳିବ । ଆପଣଙ୍କ ମନ ଖୁସି ରହିବ । ଯୁବକ ଯୁବତୀଙ୍କୁ ଚାକିରି କ୍ଷେତ୍ରରେ ସଫଳତା ମିଳିବ । କାର୍ଯ୍ୟରତ କର୍ମଚାରୀମାନେ ଭଲ ବେତନ ଏବଂ ଉଚ୍ଚ ପଦବୀରେ ଅନ୍ୟ କମ୍ପାନୀରୁ ଅଫର୍ ପାଇପାରନ୍ତି । ପୁରୁଣା ବିଚାରାଧୀନ କାର୍ଯ୍ୟଗୁଡିକ ସଂପୂର୍ଣ୍ଣ ହୋଇପାରେ । ବ୍ୟବସାୟୀଙ୍କ କାର୍ଯ୍ୟରେ ଭଲ ଅଗ୍ରଗତି ହେବ । ଆପଣଙ୍କ ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ଭଲ ରହିବ ।


ବୃଷ - ଦଶମ ଘରେ ବୁଧଙ୍କ ଚଳନ ଆପଣଙ୍କୁ ଲାଭ ଦେବ । କର୍ମକ୍ଷେତ୍ରରେ ଆପଣଙ୍କୁ ମାନସମ୍ମାନ ମିଳିବ । ଏଥିସହ ଆପଣଙ୍କୁ ପଦୋନ୍ନତି ମିଳିବାର ସୁଯୋଗ ରହିଛି । ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ବିଦେଶ ଗସ୍ତର ସମ୍ଭାବନା ରହିଛି । ବୁଧଙ୍କ ଚଳନ ପ୍ରଭାବରୁ ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । ଘରେ  ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବ ।


Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।


Also Read- ସ୍କର୍ପିଓ ଗାଡ଼ି ପିଛା କରି ୨ ଗଞ୍ଜେଇ ବେପାରୀଙ୍କୁ ଧରିଲା ପୋଲିସ


Also Read- ନିର୍ବାଚନ ଲଢିବେନି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଜାଣନ୍ତୁ କିଏ ହେବେ ପ୍ରାର୍ଥୀ