ସ୍କର୍ପିଓ ଗାଡ଼ି ପିଛା କରି ୨ ଗଞ୍ଜେଇ ବେପାରୀଙ୍କୁ ଧରିଲା ପୋଲିସ
Advertisement
Article Detail0/zeeodisha/odisha2118303

ସ୍କର୍ପିଓ ଗାଡ଼ି ପିଛା କରି ୨ ଗଞ୍ଜେଇ ବେପାରୀଙ୍କୁ ଧରିଲା ପୋଲିସ

Crime News: ଆଜି ଏକ ଗଞ୍ଜେଇ ଭର୍ତ୍ତି ସ୍ପର୍ପିଓକୁ ଗୋଡାଇ ଗୋ଼ଡାଇ ଠାବ କରିବା ପରେ ଏପରି ଘଟଣା ସାମ୍ନାକୁ ଆସିଛି । ଝାରଖଣ୍ଡର ଅରମାନ ଖାନ ନାମକ ବ୍ୟକ୍ତି ରାଉରକେଲା ଅଞ୍ଚଳର ଅଲତାଫ ରାଜ ସହିତ ମିଶି ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ପୋଲିସ ହାତରେ ଧରା ପଡିଛନ୍ତି ।

ସ୍କର୍ପିଓ ଗାଡ଼ି ପିଛା କରି ୨ ଗଞ୍ଜେଇ ବେପାରୀଙ୍କୁ ଧରିଲା ପୋଲିସ

Crime News: ରାଜ୍ୟରେ ସକ୍ରିୟ ହୋଇଛନ୍ତି ରାଜ୍ୟ ବାହାରର ଗଞ୍ଜେଇ ମାଫିଆ । ଆଜି ଏକ ଗଞ୍ଜେଇ ଭର୍ତ୍ତି ସ୍ପର୍ପିଓକୁ ଗୋଡାଇ ଗୋ଼ଡାଇ ଠାବ କରିବା ପରେ ଏପରି ଘଟଣା ସାମ୍ନାକୁ ଆସିଛି । ଝାରଖଣ୍ଡର ଅରମାନ ଖାନ ନାମକ ବ୍ୟକ୍ତି ରାଉରକେଲା ଅଞ୍ଚଳର ଅଲତାଫ ରାଜ ସହିତ ମିଶି ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ପୋଲିସ ହାତରେ ଧରା ପଡିଛନ୍ତି ।

ସୂଚନା ମୁତାବକ, ସ୍କର୍ପିଓରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା କଥା ବିଶେଷ ସୁତ୍ରରୁ ପୋଲିସ ନିକଟରେ ପହଞ୍ଚିଥିଲା । ଏହାପରେ ରୋଞାଖୋଲ ପଲିସ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲା । କଦଳୀଗଡ ଅଞ୍ଚଳରେ ସ୍କର୍ପିଓକୁ ପିଛା କରିଥିଲା ପୋଲିସ୍ ଗାଡି ଫଳରେ ଗଞ୍ଜେି ମାଫିଆ ଭୟରେ ଗାଡିଟିକୁ ଛାଡି ଭୀମଭୋଇ ଆଦିକନ୍ଦ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଫେରାର୍ ହେବାକୁ ଚେଷ୍ଟା କରିଥିଲେ । ହେଲେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଉକ୍ତ ଗାଡିରୁ ୫୭ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ସ୍କର୍ପିଓ ଗାଡିଟିକୁ ପୋଲିସ୍ ଜବତ କରିଛି । 

Also Read- ନିର୍ବାଚନ ଲଢିବେନି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଜାଣନ୍ତୁ କିଏ ହେବେ ପ୍ରାର୍ଥୀ

Also Read- ଜଳେଶ୍ୱରରେ କଳା ପଲସର ଆତଙ୍କ, ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍