Budh-Shukra Rashi Parivartan: ଜୋତିଷ ଶାସ୍ତ୍ରରେ ମାର୍ଚ୍ଚ ମାସରେ ଗ୍ରହ ଚଳନକୁ ଶୁଭ ବୋଲି ବିବେଚନା କରାଯାଇଥାଏ । ଆପଣ ଜାଣି ରଖିବା ଆବଶ୍ୟକ ଯେ, ମାର୍ଚ୍ଚ ୭ ରାତିଖ ଦିନ ବୁଧ ଏବଂ ଶୁକ୍ର ଉଭୟେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବୁଧ କୁମ୍ଭ ରାଶିରେ ଚଳନ କରୁଥିବା ସମୟରେ ଶୁକ୍ର କୁମ୍ଭ ରାଶିରେ ଚଳନ କରିବେ । ବୁଧ ଗ୍ରହଙ୍କୁ ଗ୍ରହଙ୍କ ମଧ୍ୟରେ ରାଜକୁମାର କୁହାଯାଏ । ବୁଦ୍ଧି, ଗଣିତ, ଚତୁରତା, ତର୍କ, ଯୋଗାଯୋଗ ଏବଂ ବନ୍ଧୁତା କ୍ଷେତ୍ରକୁ ବୁଧଙ୍କର ସଂଯୋଗ ରହିଥାଏ ବୋଲି ବିଶ୍ୱାସ ରହିଛି । ଏଥିସହ ଏହା ମଧ୍ୟ କୁହାଯାଏ ଯେ, ଯେତେବେଳେ ଜଣେ ବ୍ୟକ୍ତିଙ୍କ ରାଶିରେ ବୁଧ ଶୁଭ ଘରେ ଚଳନ କଲେ ବ୍ୟକ୍ତିଙ୍କୁ ଶୁଭ ଫଳାଫଳ ମିଳିଥାଏ ।


COMMERCIAL BREAK
SCROLL TO CONTINUE READING

ସେହିପରି ଶୁକ୍ର ଗ୍ରହଙ୍କୁ ବସ୍ତୁ ସୁଖ, ଉପଭୋଗ, ଲୋଭ, ବୈବାହିକ ସୁଖ, କଳା, ପ୍ରତିଭା, ସୌନ୍ଦର୍ଯ୍ୟ ସହିତ ସଂଯୋଗ କରାଯାଇଛି । ଶୁକ୍ର ମଧ୍ୟ ତୁଳା ଏବଂ ବୃଷ ରାଶିର ଆରାଧ୍ୟ ଅଟନ୍ତି । ଯେତେବେଳେ ରାଶିରେ ଶୁକ୍ରଙ୍କ ସ୍ଥିତି ଦୃଢ ହୁଏ, ସେହି ସମୟରେ ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ । ଏଥିସହ ଭାଗ୍ୟ ବଦଳିଯାଏ। ଆଜି ଆପଣଙ୍କୁ କହିବୁ ୨୦୨୪ ମାର୍ଚ୍ଚ ୭ରେ ବୁଧ ଏବଂ ଶୁକ୍ରର ରାଶି ପରିବର୍ତ୍ତନ ଦ୍ୱାରା କେଉଁ ୩ଟି ରାଶି ଉପକୃତ ହେବେ ।


ତୁଳା ରାଶି
ଏହି ରାଶିର ବ୍ୟକ୍ତିବିଶେଷମାନେ ବୁଧ ଏବଂ ଶୁକ୍ରର ରାଶିର ପରିବର୍ତ୍ତନ କାରଣରୁ ଖୁବ୍ ଲାଭ ପାଇବେ । ନିଜ କ୍ୟାରିଅରରେ ଏକ ବଡ଼ ପରିବର୍ତ୍ତନ ଦେଖିବେ । ଯେଉଁମାନେ ଙରଠୁ ଦୂରରେ ରହି ଅଧୟନ କରୁଛନ୍ତି ସେମାନଙ୍କୁ ଶୁଭଫଳ ମିଳିପାରେ । ଶିକ୍ଷକ ଏବଂ ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ । କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ଆପଣ ଦ୍ୱିଗୁଣ ଲାଭ କରିପାରନ୍ତି ।


ସିଂହ ରାଶି
ବୁଧ ଏବଂ ଶୁକ୍ରର ରାଶି ପରିବର୍ତ୍ତନର ଶୁଭ ପ୍ରଭାବ ଆପଣଙ୍କ ଜୀବନରେ ପଡିବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ । ବିବାହିତ ବ୍ୟକ୍ତିମାନଙ୍କୁ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହେବ । ମାନସିକ ଚାପରୁ ମୁକ୍ତି ପାଇଁ ପରିବାର ସଦସ୍ୟଙ୍କ ସହ ସମୟ ବିତାନ୍ତୁ ।


କନ୍ୟା ରାଶି
ଜ୍ୟୋତିଷଙ୍କ ମତରେ ବୁଧ ଏବଂ ଶୁକ୍ରର ରାଶି ପରିବର୍ତ୍ତନ କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଏହି ସମୟ ଆପଣଙ୍କ ପାଇ ଖୁସିର ସମୟ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ ପରିଶ୍ରମରେ ଅଧିକ ସଫଳତା ପ୍ରାପ୍ତି ହେବ । ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣ ସମୟ ବିତାଇବେ ।


Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।


Also Read- କଂଗ୍ରେସ ସାଂସଦ ରାହୁଲଙ୍କୁ ଜବାବ ଦେଲେ ଗାୟିକା ସୋନା ମହାପାତ୍ର


Also Read- Jupiter Transit Impact: ୧୨ ବର୍ଷ ପରେ ବୃଷ ରାଶିରେ ବୃହସ୍ପତି ଚଳନ, ୩ ରାଶିର ଭାଗ୍ୟ ହେବ ଉଜ୍ୱଳ